Saturday, October 10, 2026
30.1 C
Odisha

    ଜୀବନ ରେ ସଫଳତା ପାଇବା ପାଇଁ ପଢନ୍ତୁ ପ୍ରେମାନନ୍ଦ ଗୁରୁଜୀଙ୍କର ଏହି ଅମୁଲ୍ୟ ବାଣୀ

    ଆଗକୁ ପଢନ୍ତୁ

    ପ୍ରେମାନନ୍ଦ ଗୁରୁଜୀ ଆଜି ସାରା ହିନ୍ଦୁଙ୍କ ମଧ୍ୟରେ ଜଣେ ବଡ଼ ସନ୍ଥ ଭାବରେ ଜଣାଶୁଣା, ଅନେକ ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ବାଣୀ ତାଙ୍କର ଶୁଣିବାକୁ ମିଳିଥାଏ ଯାହାକି ଜୀବନରେ ଦିଗଦର୍ଶନ କରାଇଥାଏ।

    ପ୍ରେମାନନ୍ଦ ଗୁରୁଜୀଙ୍କ ମତରେ ଜୀବନ ରେ ସଫଳତା ତାହାକୁ ହିଁ କୁହାଯାଏ ଯେଉଁ କାର୍ଯ୍ୟ ଦ୍ୱାରା ଭଗବତ ପ୍ରାପ୍ତି ସହିତ ଆତ୍ମା ସନ୍ତୋଷ ମିଳିଥାଏ, ନଚେତ ଆମେ ସମ୍ପୂର୍ଣ ଅସଫଳ। ତୁମେ ଯେତେ ବଡ଼ ପଦବୀରେ ବସ କିମ୍ବା ତୁମର ଯେତେ ସୁନ୍ଦର ପରିବାର ହୋଇଥାଉ କିମ୍ବା ତୁମର ଭୋଗବିଳାସମୟ ଜୀବନ ହୋଇଥାଉ ସବୁକିଛି ତୁମ ପାଇଁ ସବୁକିଛି ତୁଚ୍ଛ ଅଟେ। ତୁମେ ଯେତେବେଳେ ଦେହ ତ୍ୟାଗ କରିବ ତୁମ ସହିତ କଣ ଯିବ ? ଜୀବନରେ ପରିବାରକୁ ଓ ନିଜକୁ ସୁଖ ଦେବା ପାଇଁ ଯାହା ରୋଜଗାର କରିଥିବ ସବୁ ରହିଯିବ।

    ମଣିଷ ତ ବଂଚିବା ପାଇଁ ଓ ନିଜ ପରିବାର ପାଇଁ କିଛିନା କିଛି ରୋଜଗାର କରିବା ଜରୁରୀ କିନ୍ତୁ ହରି ନାମ ବିନା ସବୁକିଛି ଅଧା। ତେଣୁ ଭଗବାନଙ୍କ ନାମ ଜପ ସବୁଠୁ ଜରୁରୀ , ପ୍ରତ୍ୟେକ ଦିନର କିଛିଟା ସହ୍ୟ ଈଶ୍ୱରଙ୍କ ନିମିତ୍ତ ସମର୍ପଣ କରନ୍ତୁ ଏବଂ ପ୍ରତିଦିନ କିଛି ସମୟ ପାଇଁ ଈଶ୍ୱରଙ୍କୁ ସ୍ମରଣ କରନ୍ତୁ। ଯେତେବେଳେ ବି ଈଶ୍ୱରଙ୍କ ନାମ ଜପ କରୁଛନ୍ତି ଗୋଟିଏ ପବିତ୍ର ମନରେ କରନ୍ତୁ। ନିରନ୍ତର ଠାକୁରଙ୍କ ନାମ ଜପ ହିଁ ଜୀବନକୁ ସଠିକ ଭାବରେ ପରିଚାଳିତ କରିବ।

    ସେହି କର୍ମକୁ ସବୁବେଳେ ତ୍ୟାଗ କରିବା ଜରୁରୀ ଯାହା ଅଧର୍ମ ମାର୍ଗ ଦେଖାଇଥାଏ। ଭକ୍ତି ବିରୋଧୀ କର୍ମ କରି ଯେଉଁ ସଫଳତା ଲାଭ କରାଯାଏ ତାହା ମୂଲ୍ୟହୀନ ଏବଂ ଅଧିକ ଦିନ ଏହା ସ୍ଥାୟୀ ହୋଇ ରହିନଥାଏ। ତେଣୁ ବ୍ୟକ୍ତି ଏହି କଳିଯୁଗ ରେ କେବଳ ଈଶ୍ୱର ନାମ ଜପରୁ ମୁକ୍ତି ପାଇପାରିବ।

    ବ୍ୟକ୍ତି ନିଜ ବାଣୀରେ କୋମଳତା, ମନରେ ସଫା, ବ୍ୟବହାରରେ ମମତା, ବିଚାରରେ ସଚୋଟତା ନିହାତି ରହିବା ଜରୁରୀ। କାହିଁକିନା ସେ ରାଜା ହେଉ କିମ୍ବା ଚାକର ସମସ୍ତେ ଗୋଟିଏ ସ୍ଥାନକୁ ଏବଂ ଗୋଟିଏ ରାସ୍ତାରେ ଯିବେ, ତେଣୁ ଭଗବତ ବିଶ୍ୱାସୀ ବ୍ୟକ୍ତି ସର୍ବଦା ପୂଜନୀୟ ଅଟେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ