Sunday, August 23, 2026
27.5 C
Odisha

    ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଝୁଲଣ ଯାତ୍ରା, ସାତଦିନ ଧରି ଚାଲିବ

    ଆଗକୁ ପଢନ୍ତୁ

    ପୁରୀ : ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ । ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ । ସମଗ୍ର ମୁକ୍ତି ମଣ୍ଡପକୁ ପାରମ୍ପରିକ ସୋଲ ଓ ଜରି ଜମ୍ବୁରା କାର୍ଯ୍ୟରେ କାଠ ନିର୍ମିତ ଝୁଲା ସଜାଯାଇ ଏକ କୁଞ୍ଜ ନିର୍ମାଣ କରାଯିବ । ଏହି କୁଞ୍ଜକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯିବା ସହ କୁଞ୍ଜରେ ମଦନ ମୋହନ ଭୂଦେବୀ ଶ୍ରୀଦେବୀ ବିଜେ କରିବାର ପରମ୍ପରା ରହିଛି ।

    ତେବେ ମଣ୍ଡପ ତଳେ ଭୀମ, ଅର୍ଜୁନ ଶୋଭା ମଣ୍ଡନ କରିବା ସହ ଦୁଇ ପାର୍ଶ୍ୱରେ କାଳୀୟଦଳନ ଓ କୃଷ୍ଣ ଜନ୍ମର ଲୀଳା ପ୍ରଦର୍ଶିତ ହୁଏ । ଝୁଲଣ କୁଞ୍ଜରେ ଭିନ୍ନଭିନ୍ନ ପକ୍ଷୀ ବିରାଜମାନ କରିଥିବାର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ ।ଶ୍ରୀ ଜଗନ୍ନାଥ ବଲ୍ଲବ ମଠ ସମେତ ଶ୍ରୀକ୍ଷେତ୍ରରେ ଥିବା ସହିତ ଅନେକ ଛୋଟ ବଡ଼ ମଠ ମାନଙ୍କରେ ଏହି ଝୁଲଣ ଯାତ୍ରାକୁ ମହାଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଏହି ଅବସରରେ ଭିବିନ୍ନ ସ୍ଥାନରେ ପାରମ୍ପରିକ ଚମ୍ପୁ, ଛନ୍ଦ ଓ ପୂରାତନ ଝୁଲଣର ରାସ ଗୀତ ପରିବେଷଣ ହୋଇଥାଏ । ଜଗନ୍ନାଥ ବଲ୍ଳଭ ମଠରେ ଚଳିତ ବର୍ଷ ଅନେକ ନୂଆ ସାଜ ତିଆରି ହୋଇ ଦ୍ୱାପର ଯୁଗ ଆଧାରିତ ଶ୍ରୀକୃଷ୍ଣଙ୍କ ଲୀଳା ଓ ପ୍ରକୃତିର ରଙ୍ଗ ରୂପ ପ୍ରସ୍ତୁତି କରାଯାଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    84 %
    1.7kmh
    100 %
    Sun
    27 °
    Mon
    28 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ