Sunday, December 21, 2025
17.9 C
Odisha

    ଆଜିଠୁ ସଂସଦର ଶୀତ ଅଧିବେଶନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :   ଆଜିଠୁ ସଂସଦର ଶୀତ ଅଧିବେଶନ। SIR ଓ ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ ।  ଶୀତକାଳୀନ ଅଧିବେଶନରେ ୧୨ଟି ବିଲ୍ ଆଗତ ହେବ ।  ଆଗତ ଏବଂ ଆଲୋଚନା ହେବାକୁ ଥିବା ପ୍ରମୁଖ ବିଲ ଗୁଡ଼ିକ ଭିତରେ ରହିଛି ପ୍ରସ୍ତାବିତ ଆଣବିକ ଶକ୍ତି ବିଲ୍-୨୦୨୫।   ସେହିପରି ଶୀତ ଅଧିବେଶନରେ ଭାରତୀୟ ଉଚ୍ଚ ଶିକ୍ଷା କମିଶନ ବିଲ୍, ୨୦୨୫ ଆଗତ ହେବ ।  ବିଶ୍ୱବିଦ୍ୟାଳୟଗୁଡ଼ିକର ମାନ ନିର୍ଦ୍ଧାରଣ ପାଇଁ ଏକ କେନ୍ଦ୍ରୀୟ ସଂସ୍ଥା ଗଠନ କରାଯିବ। ଅନ୍ୟ ପ୍ରମୁଖ ବିଲ୍ ମଧ୍ୟରେ ରହିଛି ସିକ୍ୟୁରିଟି ମାର୍କେଟ କୋଡ୍ ବିଲ୍, ୨୦୨୫ ।  ନିବେଶକଙ୍କ ସୁରକ୍ଷା ପାଇଁ ସେବି ଓ ଅନ୍ୟାନ୍ୟ ଆର୍ଥିକ ନିୟମଗୁଡ଼ିକୁ ଏକାଠି କରି ଗୋଟିଏ ଆଇନ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି ।  ତେବେ ଅଧିବେଶନରେ ଏସଆଇଆର ପ୍ରସଙ୍ଗରେ କମ୍ପିପାରେ ଗୃହ ।

    ୧୨ ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗ ଆଣି ବିରୋଧୀ ଦଳ ଆଲୋଚନା ପାଇଁ ଦାବି କରୁଛନ୍ତି ।  ଏଥି ସହ ଲାଲକିଲ୍ଲା ବ୍ଲାଷ୍ଟ, ଅପରେସନ ସିନ୍ଦୂର ନେଇ ଟ୍ରମ୍ପଙ୍କ ମନ୍ତବ୍ୟ ନେଇ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ ।  ସେହିପରି ଦିଲ୍ଲୀର ବାୟୁ ପ୍ରଦୂଷଣ ଏବଂ ଚୀନ୍ ସୀମା ବିବାଦ ମଧ୍ୟ ମୁଖ୍ୟ ପ୍ରସଙ୍ଗ ରହିପାରେ ।  ଡିସେମ୍ବର ୧୯ ତାରିଖରେ ସରିବ ସଂସଦର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନରେ ୧୫ଟି ସିଟିଂ ରହିଛି ।  ଡିସେମ୍ବର ୧୯ ଯାଏଁ ଚାଲିବ ସଂସଦର ଶୀତ ଅଧିବେଶନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    45 %
    1.5kmh
    74 %
    Sun
    17 °
    Mon
    27 °
    Tue
    27 °
    Wed
    28 °
    Thu
    28 °

    ସମ୍ବନ୍ଧିତ