Sunday, October 18, 2026
24.8 C
Odisha

    ତ୍ୱଚାକୁ ଗୋରା ଓ ଉଜ୍ଜ୍ୱଳ କରିବା ପାଇଁ ବ୍ୟବହାର କରନ୍ତୁ ଆଳୁ

    ଆଗକୁ ପଢନ୍ତୁ

    ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ, ସେ ମହିଳା ଅବା ପୁରୁଷ। ଏଥିପାଇଁ ଅନେକ ଟିପ୍ସ ଆପଣାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଆଳୁରେ ଆପଣଙ୍କ ଚେହେରା ଗ୍ଲୋ କରିବ। ଆଳୁରେ ଜିଙ୍କ୍‌‌, ଆଇରନ, ପ୍ରୋଟିନ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ଏହା ତ୍ୱଚାରୁ ଦାଗ ଦୂର କରି ତ୍ୱଚାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତ୍ୱଚାରୁ ବିଭିନ୍ନ ପ୍ରକାର ଦାଗ,କୁଞ୍ଚନ,ବ୍ରଣ ଦାଗ,ଟାନିଙ୍ଗ୍‌‌ ଦୂର ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ..

    ଆଳୁ ରସରେ ଏଲୋବେରା ଜେଲ୍‌‌, ଭିଟାମିନ୍‌‌ ଇ ପକାଇ ଏହାକୁ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହି ପ୍ୟାକ୍‌‌କୁ ଲଗାଇବା ଦ୍ୱାରା ତ୍ୱଚାରୁ କୁଞ୍ଚନ ଓ ଅନେକ ସମସ୍ୟା ଦୂର ହୋଇଥାଏ।

    ଏକ ଚାମଚ ଆଳୁ ରସରେ ମହୁ ଓ କଞ୍ଚା କ୍ଷୀର ମିଶାନ୍ତୁ। ଏଥିରେ ଗ୍ଲିସରିନ୍‌‌ ମଧ୍ୟ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। ଏହା ତ୍ୱଚାକୁ ଭଲ ଭାବେ ସଫା କରିବା ସହ ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ କୁଞ୍ଚନ ଦୂର କରିଥାଏ।

    ଆଳୁ ରସରେ ସାମାନ୍ୟ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ। ଏହା ତ୍ୱଚାରେ ଥିବା ଦାଗକୁ ଦୂର କରିଥାଏ।

    ଏକ ଚାମଚ ଆଳୁ ରସରେ ଟମାଟୋ ରସ ମିଶାନ୍ତୁ। ଏହି ପ୍ୟାକ୍‌‌କୁ ଲଗାଇବା ଦ୍ୱାରା ତ୍ୱଚାକୁ ତୁରନ୍ତ ଚମକାଇବା ସହ କୋମଳ ରଖିଥାଏ।

    ଆଳୁ ରସରେ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। ସପ୍ତାହକୁ ୨ଥର ମୁହଁରେ ଲଗାଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ