Wednesday, January 1, 2025
15.7 C
Odisha

    ଆଜିର ଆଧୁନିକ ଯୁଗରେ ହଜିଗଲାଣି ଗ୍ରିଟିଂସ୍ କାର୍ଡ, ଲୋକେ ଆପଣେଇ ନେଲେଣି ସୋସିଆଲ ମିଡ଼ିଆ

    ଆଗକୁ ପଢନ୍ତୁ

    ମନ ବୁଝୁଥିଲା ମନର କଥା । ସାଙ୍ଗମାନଙ୍କୁ ଯୋଡି ରଖିଥିଲା କାଗଜର ଖଣ୍ଡିଏ ଫର୍ଦ୍ଦ । ସେଥିରେ ଅତି କମ୍ ଶବ୍ଦରେ କହି ହେଇଯାଉଥିଲା ଅନେକ କିଛି । ଆଉ ତାର ଅନୁଭୂତି ଥିଲା ଖୁବ ନିଆରା । ହୃଦୟକୁ ହୃଦୟ ସହ ସାଙ୍ଗକୁ ସାଙ୍ଗ ସହ ବାନ୍ଧି ରଖୁଥିବା ବେଳେ ବର୍ଷ ବର୍ଷ ଯାଏ ସାଇତି ହୋଇ ରହୁଥିଲା ବହି ଖାତା ଭିତରେ । ତା’ର ନାଁ ଗ୍ରୀଟିଂସ୍ କାର୍ଡ । ନୂଆ ବର୍ଷ ପାଖେଇ ଆସିଲେ ଗ୍ରୀଟିଂସ ପାଇଁ ଭିଡ ଜମୁଥିଲା ବିଭିନ୍ନ ଦୋକାନରେ । କିନ୍ତୁ ଆଜି ତାହା ଅଲୋଡ଼ା ଓ ଅଖୋଜା ହୋଇ ରହିଯାଇଛି ।

    ବଦଳିଛି ସମୟ ଓ ବଦଳୁଛି ଯୁଗ । ଆଉ ଏହାରି ଭିତରେ ଲୋକମାନେ ମଧ୍ୟ ଆଧୁନିକତାକୁ ଆପଣେଇ ନେଲେଣି । ଆଉ ବଜାରରେ ଦେଖିବାକୁ ମିଳୁନାହିଁ ଭଳିକି ଭଳି ଗ୍ରୀଟିଂସ କାର୍ଡ । ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ଏବେ ବେଶ୍ ଆଦୃତ । ସ୍ମାର୍ଟ ଫୋନ ଆସିବା ପର ଠାରୁ ଗ୍ରୀଟିଂସର ଚାହିଦା କମିବାରେ ଲାଗିଛି । ଏବେ ଆଉ ଦେଖିବାକୁ ମିଳୁନାହିଁ ଗ୍ରୀଟିଂସ କାର୍ଡ । ସେହି ପରି ଉଦଳା ବଜାରରେ ଅନେକ ଗ୍ରୀଟିଂସ କାର୍ଡ ବ୍ୟବସାୟରେ ଏବେ ଡୋରି ଲାଗିଛି ।

    ତେବେ କିଛି ଲୋକ ଆଧୁନିକତାକୁ ଆପଣେଇ ନେଇଥିବା ବେଳେ ଆଜି ବି କିଛି ଲୋକ ଭୁଲିପାରୁନାହାନ୍ତି ସେହି ପିଲାଦିନର ଗ୍ରୀଟିଂସ୍ କାର୍ଡ । ସର୍ବ ପୁରାତନ ଭାବେ ପୋଷ୍ଟ କାର୍ଡରେ ଲୋକମାନେ ନିଜର ସାଙ୍ଗ ସାଥୀ ଓ ସମ୍ପର୍କୀୟ ମାନଙ୍କୁ ନୂଆ ବର୍ଷରେ ଶୁଭେଚ୍ଛା ବାର୍ତ୍ତା ଜଣାଉଥିଲେ ହେଲେ ସମୟ କ୍ରମେ ଗ୍ରୀଟିଂସ ମାଧ୍ୟମରେ ନୂତନ ବର୍ଷ ଶୁଭେଚ୍ଛା ଜଣାଇଲେ । ହେଲେ ଏବେ ଗ୍ରୀଟିଂସ ପରିବର୍ତ୍ତେ ଆଧୁନିକତା ଯୁଗରେ ସୋସିଆଲ ମିଡ଼ିଆକୁ ଆପଣେଇ ନେଇଛନ୍ତି ।

    ପୂର୍ବରୁ ସମ୍ପର୍କୀୟ ଓ ସାଙ୍ଗସାଥୀ ମାନଙ୍କ ମଧ୍ୟରେ ଗ୍ରୀଟିଂସର ଆଦାନ ପ୍ରଦାନକୁ ନେଇ ମନରେ ରହିଥିଲା ଉତ୍କଣ୍ଠା । କାହିଁକି ନା ସମସ୍ତେ ଅପେକ୍ଷା କରିଥାନ୍ତି ଗ୍ରୀଟିଂସର ପହଞ୍ଚିବା ସମୟକୁ । ହେଲେ ଅନ୍ୟ କିଛି ଲୋକଙ୍କ ମତରେ ଯିଏ ଯେତେ ବେଳେ ଚାହିଁବ ସେଇ କ୍ଷଣି ନିଜର ଭାବନାକୁ ପରିପ୍ରକାଶ ପାଇଁ ସୋସିଆଲ ମିଡ଼ିଆ ବ୍ୟବହାର କରିପାରିବ । ଅନ୍ୟପଟେ ସମସ୍ତଙ୍କ ମନରେ ସେହି ପୁରୁଣା ସ୍ମୃତିକୁ ମନେ ପକାଇବାର ଗ୍ରିଟିଂସ୍ କାର୍ଡ ପୁଣି ଆରମ୍ଭ ହେଲେ ସାଙ୍ଗସାଥୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ ରହିବ ବୋଲି କହିଛନ୍ତି ସମାଜସେବୀ ।

    ପୁରୁଣା ସ୍ମୃତିକୁ ବିଦାୟ ଦେବା ନୂଆ ବର୍ଷକୁ ସ୍ବାଗତ କରିବାର ସମୟ ଆସିଯାଇଛି । ଆଉ ଦିନ କେଇଟା ପରେ ନୂଆ ବର୍ଷ । ସେଥିପାଇଁ ସମେସ୍ତ ପ୍ରସ୍ତୁତ । ସମସ୍ତେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷ ଆଗମନ ପାଇଁ ପ୍ରସ୍ତୁତ ହେଲେଣି । ଆଉ ଏହାରି ଭିତରେ ଦିନକୁ ଦିନ ବଦଳୁଛି ଯୁଗ । ଆଉ ଯୁଗ ବଦଳିବା ସାଙ୍ଗକୁ ଆଧୁନିକତାର ଟ୍ରେଣ୍ଡରେ ଲୋକମାନଙ୍କର ଭାବନା ମଧ୍ୟ ବଦଳିଛି ।

    ସେଥିପାଇଁ ସମସ୍ତେ ଆଧୁନିକତାର ବିଚାରଧାରକୁ ଆପଣେଇ ନେଇଛନ୍ତି । କିଏ ପ୍ରିୟଜନ ମାନଙ୍କୁ ତ ଆଉ କିଏ ପରିବାର ଓ ସାଙ୍ଗସାଥୀମାନଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ଦେଇ ଶୁଭ କାମନା ଜଣାଉଛନ୍ତି । ହେଲେ ଆଜି ବି ନୂଆବର୍ଷ ଆସିଲେ ମନେପଡ଼େ ସେହି ପିଲାଦିନର ଗ୍ରୀଟିଂସ୍‌ କାର୍ଡ କଥା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.7 ° C
    15.7 °
    15.7 °
    66 %
    0.9kmh
    2 %
    Wed
    25 °
    Thu
    27 °
    Fri
    27 °
    Sat
    28 °
    Sun
    29 °

    ସମ୍ବନ୍ଧିତ