Thursday, April 16, 2026
41.1 C
Odisha

    KIIT ବିଶ୍ଵବିଦ୍ୟାଳୟରେ ଇଫ୍‌ତାର ପାଳିତ, ଯୋଗଦେଲେ KIIT ଓ KISS ର ବହୁ ପଦାଧିକାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ପ୍ରତିବର୍ଷ ଭଳି ଚଳିତବର୍ଷ କିଟ୍ ବିଶ୍ଵବିଦ୍ୟାଳୟରେ ଇଫ୍‌ତାର ପାଳିତ ହୋଇଯାଇଛି ।  କିଟ୍‌ରେ କାର୍ଯ୍ୟରତ ମୁସଲମାନ ସମ୍ପ୍ରଦାୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଭାରତ ସମେତ ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କୁ ନେଇ ଇଫ୍‌ତାର ପାର୍ଟିର ଆୟୋଜନ କରାଯାଇଥିଲା  I  ଏଥିରେ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ସବୁ ଧର୍ମର ମୂଳ ଆଧାର ହେଉଛି ଦୟା, ମାନବିକତା, ସ୍ନେହ ଓ ସୌହାର୍ଦ୍ଦ୍ୟ ।

    କିଟ୍ ଓ କିସ୍ ଦୟା ଓ ମାନବିକତା ଉପରେ ପର୍ଯ୍ୟବେସିତ ଦୁଇଟି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ ଶ୍ରୀ ସାମନ୍ତ କହିଲେ, ଅନ୍ୟକୁ ଭଲ ପାଇବା ଅନ୍ୟମାନଙ୍କ ଠାରୁ ଭଲ ପାଇବା ଓ ସ୍ନେହ ପାଇବା ପାଇଁ ଚେଷ୍ଟା କର ।  ଏହାଦ୍ୱାରା ମଣିଷକୁ ଆତ୍ମସନ୍ତୋଷ ମିଳିବା ସହ ଅନ୍ୟମାନେ ମଧ୍ୟ ଏଥିରୁ ଆନନ୍ଦ ପାଇଥାନ୍ତି I

    ପରସ୍ପରକୁ ଭଲ ପାଇବା ଦ୍ଵାରା ଅନେକ ମାନସିକ ଓ ସାମାଜିକ ସମସ୍ୟା ଦୂର ହୋଇପାରିବ ।  ଏହାକୁ ସମସ୍ତେ ଆପଣାଇବା ସହ ଅଭ୍ୟାସ କରିବା ଉଚିତ ବୋଲି ସେ କହିଥିଲେ ।  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ଡା. ସିବିକେ ମହାନ୍ତି, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍ ଓ କିସର ବହୁ ପଦ ପଦାଧିକାରୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.1 ° C
    41.1 °
    41.1 °
    13 %
    0.8kmh
    0 %
    Thu
    43 °
    Fri
    43 °
    Sat
    44 °
    Sun
    44 °
    Mon
    44 °

    ସମ୍ବନ୍ଧିତ