Saturday, October 3, 2026
30.8 C
Odisha

    ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ  : ଆଜି କେନ୍ଦ୍ରସ୍ଥ ଚନ୍ଦ୍ର ଶୁଭଫଳସ୍ବରୂପ କର୍ମକ୍ଷେତ୍ରର ଜଟିଳତାକୁ ସରଳୀକରଣ କରିବାରେ ସାହାଯ୍ୟ କରିବେ। ଭାବପ୍ରବଣତାରୁ ଜମିଜମା, ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା କାର୍ଯ୍ୟକ୍ଷେତ୍ରର ବିଫଳତାକୁ ନେଇ ଚିନ୍ତିତ ରହିପାରନ୍ତି। ପାରିବାରିକ ସ୍ଥିତି,ପରିବହନ, ନିର୍ମାଣ, କାରିଗରି ବିଦ୍ୟା, ଯାନ୍ତ୍ରିକ ଜିନିଷର ବ୍ୟବସାୟ ପାଇଁ ଭଲ।

    ବୃଷ  : କେନ୍ଦ୍ରାଧିପ ରବିଙ୍କ ରାଶ୍ୟାବସ୍ଥାନ ଆପଣଙ୍କୁ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରାଇବ। କର୍ମକ୍ଷେତ୍ରରେ ଟିକିଏ ଜୋର୍‌ ଦେଇ କଥା କହିବାରୁ ଅନ୍ୟମାନେ ଭୁଲ୍‌ ବୁଝିପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ମୂଲ୍ୟବାନ୍‌ ଜିନିଷ କିଣିବାକୁ ମନ ବଳାଇପାରନ୍ତି।

    ମିଥୁନ  : ବୁଧ ସହ ବୃହସ୍ପତି ଦୈହିକ ଅସୁସ୍ଥତା କିମ୍ବା ମାନସିକ ଉତ୍ତେଜନା ସୃଷ୍ଟି କରିପାରନ୍ତି। କାର୍ଯ୍ୟବ୍ୟସ୍ତତାରୁ ଆଜି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିପାରିବେ ନାହିଁ। ଆପଣଙ୍କର ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ। ଉଚ୍ଚବର୍ଗର ଲୋକମାନଙ୍କ ସଂସ୍ପର୍ଶରେ ଆସି ଉପକୃତ ହୋଇପାରନ୍ତି।

    କର୍କଟ  : ରାଶ୍ୟାଧିପତି ରାହୁ ଦୃଷ୍ଟିରେ ଥିବାରୁ ମାନସିକ ଅସ୍ଥିରତା ପ୍ରଦାନ କରିବ। ବନ୍ଧୁ ମିଳନ ସଙ୍ଗକୁ ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମରେ ସାମିଲ୍‌ ହେବେ। ଜମଜିମା, ମକଦ୍ଦମା, ଯୋଗାଯୋଗ, ସାମ୍ବାଦିକତା, ଏଜେନ୍ସିପ୍‌ରେ ପ୍ରତିଷ୍ଠାର୍ଜନ କରିବେ। ବିବାଦୀୟ ଘଟଣାରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି।

    ସିଂହ  : ରବି ଉଚ୍ଚଭାବରେ ଥିବାରୁ ଆପଣଙ୍କ ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ନିରଙ୍କୁଶ ରହିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରି ପରିବେଶକୁ ଗମ୍ଭୀର କରି ଦେଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ନିଷ୍ପତ୍ତି ନେଇ ସମସ୍ୟା ଘେରରେ ପଡ଼ିପାରନ୍ତି।

    କନ୍ୟା  : କର୍ମକ୍ଷେତ୍ରରେ ଖର୍ଚ୍ଚାନ୍ତ ହେଲେ ମଧ୍ୟ କାର୍ଯ୍ୟ ହାସଲ ହେବା କଷ୍ଟକର ହୋଇପାରେ। ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ ଓ ଜମା ରାଶି ବୃଦ୍ଧି ପାଇବ। ଆଲୋଚନା ପରିସରରେ ସଂଯମତା ରକ୍ଷାନକଲେ ବିବାଦଗ୍ରସ୍ତ ହୋଇପାରନ୍ତି। ଭଲ ସମ୍ପର୍କ ନ ଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।

    ତୁଳା  : ମଙ୍ଗଳ ଦୃଷ୍ଟ ଶନି ପାରିବାରିକ କ୍ଷେତ୍ରକୁ କିଛି ମାତ୍ରାରେ ପ୍ରଭାବିତ କରିବେ। ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଜିନିଷପତ୍ର ଅଦଳ ବଦଳ ହୋଇଯାଇପାରେ। ବନ୍ଧୁମାନଙ୍କ ସାହଯ୍ୟରୁ ଦ୍ରବ୍ୟଲାଭ ହେତୁ ଖୁସି ହେବେ। ବୃହସ୍ପତିଙ୍କ ଶୁକ୍ରଙ୍କ ପ୍ରତି ଦୃଷ୍ଟି ରୋଗ, ଋଣ ଓ ଶତ୍ରୁତା ସମ୍ବନ୍ଧୀୟ ଟେନସନ ସୃଷ୍ଟି କରିପାରେ।

    ବିଛା  : କର୍ମକ୍ଷେତ୍ରରେ ମଙ୍ଗଳଙ୍କ ପ୍ରଭାବରୁ ଉତ୍ସାହିତ ହେବେ ଓ ସାଫଲ୍ୟତା ହାସଲ କରିବେ। ପରିବାରରେ ମତଦୈଧ ଘଟିବା କାରଣରୁ କାମଗୁଡ଼ିକ ଶୃଙ୍ଖଳିତ ହୋଇ ନ ପାରେ। ସାମ୍ବାଦିକତା, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଶିକ୍ଷା, ସଭାସମିତିରେ ବନ୍ଧୁଙ୍କ ସହ ଆଲୋଚନା ଜ୍ୟେଷ୍ଠା ନକ୍ଷତ୍ର ପାଇଁ ଫଳପ୍ରଦ ହେବ।

    ଧନୁ  : ଆଜିର ଗ୍ରହସ୍ଥିତି ଅନୁକୂଳ ନ ଥିବାରୁ ସତର୍କରେ ନ ଚଳିଲେ ଅସୁବିଧା ଭୋଗ କରିବାକୁ ପଡ଼ିପାରେ। କୌଣସି କଥାରେ ଅନ୍ୟମାନଙ୍କୁ ପୂର୍ଣ୍ଣ ବିଶ୍ୱାସ କରି କାମ କରିବା ଠିକ୍‌ ହେବ ନାହିଁ। ନିଜ ଲୋକମାନେ ଈର୍ଷା ପରାୟଣତା କାରଣରୁ ଦାଉ ସାଧିପାରନ୍ତି। ଅଧିକାଂଶ ସମୟ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜିପାରେ।

    ମକର  : ଚନ୍ଦ୍ରଙ୍କ ସମେତ ଏକାଧିକ ଗ୍ରହ ଶୁଭଫଳଦାୟକ କାରଣରୁ ଆପଣଙ୍କ ଉଦ୍ୟମ ନିଷ୍ଫଳ ହେବନାହିଁ। ପରିବାରର ସହଯୋଗ ଓ ସମର୍ଥନ ଆଜିର କାମରେ ବହୁତ ସାହାଯ୍ୟ କରିବ। ବନ୍ଧୁଙ୍କ ଗହଣରେ ନିଜ ନିଜର ଲକ୍ଷ୍ୟସ୍ଥଳକୁ ଯିବାରେ କୈାଣସି ଅସୁବିଧା ରହିବ ନାହିଁ। କିନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟ ଓ ଅତୀତ ସମସ୍ୟା ମନକୁ ଭାରାକାନ୍ତ କରିପାରେ।

    କୁମ୍ଭ  : ସ୍ବାସ୍ଥ୍ୟ ଭଲ ନ ଥିଲେ ମଧ୍ୟ ଦିନଚର୍ଯ୍ୟାରେ ତାହା ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥା ଅସାଧାାରଣ ପରିସ୍ଥିତି ସୃଷ୍ଟି କରିବ। ଛୋଟ କଥାକୁ କେନ୍ଦ୍ରକରି ବିଭିନ୍ନ ପ୍ରକାରର ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।

    ମୀନ  :  ବୃହସ୍ପତିଙ୍କ କେନ୍ଦ୍ରସ୍ଥିତି କାର୍ଯ୍ୟସିଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବେ। ଆନୁଷ୍ଠାନିକ କିମ୍ବା ଶୁଭକାର୍ଯ୍ୟ ସମ୍ପାଦନ କରିବେ ଏବଂ ସମ୍ପର୍କୀୟଙ୍କ ସହଯୋଗ ମିଳିବ। ଅସାବଧାନତା କିମ୍ବା ଅନ୍ୟମନସ୍କ କାରଣରୁ ମୂଲ୍ୟବାନ୍‌ ଜିନିଷ ଠିକ୍‌ ସମୟରେ ନ ପାଇ ବ୍ୟତିବ୍ୟସ୍ତ ହୋଇ ପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ