ମେଷ : କର୍ମକ୍ଷେତ୍ରରେ ଉପୁଜିଥିବା ଅପ୍ରୀତିକର ପରିସ୍ଥିତିକୁ ସଜାଡ଼ି ନେବେ । ମୁହଁ ସାମ୍ନାରେ ଭଲ କହୁଥିବା ସମ୍ପର୍କୀୟ ପଛରେ ବିଭିନ୍ନ କଥା କହିବେ । ସାମନ୍ୟ ଚେଷ୍ଟା ଦ୍ୱାରା ଗତକାଲିଠାରୁ ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ପାଇପାରିବେ ।
ବୃଷ : ଅଭାବରେ ପଡ଼ି ମାନସିକ ସନ୍ତୁଳନ ହରାଇପାରନ୍ତି । ଅଫିସରେ କୌଣସି କାମ ଠିକ୍ ସମୟରେ କରି ପାରିବେ ନାହିଁ । ଆଜି ଶରୀରରେ ଅସୁସ୍ଥତା ଦେଖାଦେଇପାରେ ।
ମିଥୁନ : ଅଭିମାନକୁ ନିୟନ୍ତ୍ରଣରେ ନ ରଖିବା କାରଣରୁ କଳହର ଆଶଙ୍କା ସୃଷ୍ଟି ହେବ । ନିର୍ମାଣ, ବାଣିଜ୍ୟ, ବ୍ୟବସାୟ ପ୍ରଭୃତିରେ ସଫଳତା ପାଇବେ । । ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ : ମନ କଥା ମନରେ ରଖି ବନ୍ଧୁଙ୍କ ନିକଟରେ ସଫେଇ ଦେବାକୁ ପଡିପାରେ । ପରକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଅଶାନ୍ତି ବଢ଼ିବାରେ ସୂଚନା ରହିଛି ।
ସିଂହ : ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେବ । ସାଙ୍ଗମାନଙ୍କ ସହ ଦୂର ଯାତ୍ରା କରିପାରନ୍ତି । କିଛି ଭଲ ଖାଦ୍ୟ ଖାଇବାକୁ ମିଳିବ । ପିତାମାତାଙ୍କ ଆର୍ଶିବାଦରୁ ଆପଣ ବହୁତ ଆଗକୁ ବଢ଼ିବେ ।
କନ୍ୟା : ଆପଣଙ୍କ ଅର୍ଥନୈତିକ ପ୍ରଗତି ହେବ । କିଛି ପାଇବାର ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟା କରନ୍ତୁ । ଦିନଟି ଭଲରେ କଟିବ ।
ତୁଳା : ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ ହେବ । ଆକସ୍ମିକ ଭାବରେ ଆସି ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିପାରେ । ବନ୍ଧୁଙ୍କୁ କେନ୍ଦ୍ରକରି ଭୁଲ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ ।
ବିଛା : ଯେଉଁ କାମ ଦୀର୍ଘଦିନ ହେଲା ହୋଇ ପାରି ନଥିଲା ଆଜି ତାହା ସମ୍ପନ୍ନ ହେବ । ଅର୍ଥ ସମ୍ପର୍କରେ ଯେତେ ପାଇଲେ ମଧ୍ୟ ଆହୁରି ପାଇବାକୁ ବ୍ୟାକୁଳ ହେବେ । ନିଜ ପରିବାରର ସଦସ୍ୟମାନଙ୍କଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ ।
ଧନୁ : କୌଣସି ପରିଚିତ ବ୍ୟଙ୍କିଙ୍କ କାର୍ଯ୍ୟକଳାପ ଦୁଶ୍ଚିନ୍ତାର କାରଣ ହେବ । ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନ କରିପାରିବେ । ଆଜିର ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ ।
ମକର : ଶାରୀରିକ ଅସୁସ୍ଥତା ଦୂରେଇବା ହେତୁ ମାନସିକ ଆଶ୍ୱସ୍ତି ଲାଭ କରିବେ । କୌଣସି ଖବର ପାଇ ବହୁତ୍ ଖୁସି ରହିବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ଧ୍ୟାନ ଦିଅନ୍ତୁ ।
କୁମ୍ଭ : ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ହଠାତ୍ କଳହ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରସ୍ଥ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି । ଦିନଟି ଭଲରେ କଟିବ ।
ମୀନ : ଶତ୍ରୁତାର ଅବସାନ ଘଟିବ । ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହ ସାଧନକରି ଆଶ୍ୱସ୍ତି ଲଭିବେ । ପରିବାରରେ ସମସ୍ୟା ଲାଗି ରହିବ । ଧାର କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ ।