Friday, June 26, 2026
29.9 C
Odisha

    ନିଖୋଜର ଦୁଇଦିନ ପରେ ମିଳିଲା ୭ ବର୍ଷ ନାବାଳିକାର ମୃତଦେହ

    ଆଗକୁ ପଢନ୍ତୁ

    ରାଜନଗର : ନିଖୋଜର ଦୁଇଦିନ ପରେ ୭ ବର୍ଷ ନାବାଳିକାର ମୃତଦେହ ଉଦ୍ଧାର । ମୃତ ନାବାଳିକାଙ୍କ ଘର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ । ଦୀର୍ଘଦିନ ହେଲା ମାମୁଘର ରାଜନଗର ଥାନା ଆନ୍ତର୍ଗତ ରାଜନଗର ବ୍ଲକ ବଡକୋହ୍ଲାରେ ରହିଆସୁଥିଲେ ନାବାଳିକା। ଗତକାଲି ଗାଁରେ ଅଷ୍ଟମ ପ୍ରହରୀ କୀର୍ତ୍ତନ ଓ ଭୋଜିଭାତ ଚାଲିଥିବା ବେଳେ ଦିନ ୧୧ଟାରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ ।

    ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଘଟଣାସ୍ଥଳରେ ଝିଅକୁ ଖୋଜା ଖୋଜି ଆରମ୍ଭ କରିଥିଲେ ଅଗ୍ନିଶମ ବାହିନୀ ଓ ପୋଲିସ । ଆଜି ବ୍ରାହ୍ମଣୀର ଶାଖା କେନାଲରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିଛି । ଶବ ବ୍ୟବଚ୍ଛେଦ ପରେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    29.9 ° C
    29.9 °
    29.9 °
    67 %
    3.3kmh
    78 %
    Fri
    26 °
    Sat
    38 °
    Sun
    36 °
    Mon
    36 °
    Tue
    30 °

    ସମ୍ବନ୍ଧିତ