Thursday, September 17, 2026
26.2 C
Odisha

    ଆଜି ଓ ଆସନ୍ତାକାଲି ବ୍ୟାଙ୍କ ଯାଇ ସମସ୍ୟା ସୁଧାରନ୍ତୁ ‘ସୁଭଦ୍ରା’ ଆବେଦନକାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଯୋଜନା ‘ସୁଭଦ୍ରା’ର ଦ୍ବିତୀୟ କିସ୍ତି ମାର୍ଚ୍ଚ ୮ରେ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଏପର୍ଯ୍ୟନ୍ତ ପ୍ରାୟ ୮୦ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଏହି ଯୋଜନାରେ ସାମିଲ ହୋଇସାରିଛନ୍ତି। ୩,୩୧,୦୦୦ ମହିଳା ସୁଭଦ୍ରା ଯୋଜନାରେ ସହାୟତା ପାଇଁ ଆବେଦନ କରିଥିଲେ ମଧ୍ୟ ଏନପିସିଆଇଜନିତ ସମସ୍ୟା ଯୋଗୁ ସହାୟତା ପାଇପାରିନାହାନ୍ତି। ଏନ୍‌ପିସିଆଇ ତ୍ରୁଟି ଯୋଗୁଁ ସାମିଲ ହୋଇପାରି ନଥିବା ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନ୍‌ପିସିଆଇ ସମସ୍ୟା ପାଇଁ ୩,୩୧,୦୦୦ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇପାରି ନାହାନ୍ତି। ଏପରି ସମସ୍ୟାର ସମ୍ମୁଖୀନ ହୋଇଥିବା ମା’ମାନେ ଆଜି ଓ ଆସନ୍ତାକାଲି ବ୍ୟାଙ୍କ ଯାଇ ନିଜର ସମସ୍ୟା ସମାଧାନ କରନ୍ତୁ। ଏହି ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଯେଉଁ ମା’ମାନଙ୍କୁ ବ୍ୟାଙ୍କରୁ ଏ ସଂକ୍ରାନ୍ତରେ ଫୋନକଲ କିମ୍ବା ମୋବାଇଲକୁ ମେସେଜ ଆସିଛି ସେମାନେ ବ୍ୟାଙ୍କ ଯିବାକୁ ସେ ପରାମର୍ଶ ଦେଇଛନ୍ତି। ସୁଭଦ୍ରା ବ୍ୟାନର ଲାଗିଥିବା ବ୍ୟାଙ୍କକୁ ଯିବାକୁ କୁହାଯାଇଛି। ଏନପିସିଆଇ ସମସ୍ୟା ସମାଧାନ ହେବା ପରେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    84 %
    1.1kmh
    58 %
    Thu
    27 °
    Fri
    31 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ