Tuesday, July 14, 2026
27.6 C
Odisha

    ଆଜି ଜାତିସଂଘ ସୁରକ୍ଷା ପରିଷଦର ଏମର୍ଜେନ୍ସି ବୈଠକ, ୧୦ ଟାରେ ହୋଇଛି ଆରମ୍ଭ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ଜାତିସଂଘ ସୁରକ୍ଷା ପରିଷଦର ଏମର୍ଜେନ୍ସି ବୈଠକ ।  ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଆମେରିକା ଉଠାଇନେବା ପ୍ରସଙ୍ଗରେ ଜରୁରୀକାଳୀନ ବୈଠକ ଡାକିଛି ଜାତିସଂଘ ସୁରକ୍ଷା ପରିଷଦ ।  ସ୍ଥାନୀୟ ସମୟ ସକାଳ ୧୦ ଟାରେ ଆରମ୍ଭ ହେବ ଏହି ବୈଠକ ।  ବୈଠକରେ ଆମେରିକାର ସୈନ୍ୟ ଅପେରସନ ନେଇ ହେବ ଆଲୋଚନା ।

    ଟ୍ରମ୍ପ ପ୍ରଶାସନର ଭେନେଜୁଏଲା ଅପରେସନ ସାରା ବିଶ୍ୱକୁ ସ୍ତବ୍ଧ କରିଛି ।  ଏନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି ଜାତିସଂଘ ମହାସିଚବ ଆଣ୍ଟିନିଓ ଗୁଟେରସ୍ ।  ଟ୍ରମ୍ପଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଖୁବ୍ ବିପଦଜ୍ଜନକ ବୋଲି କହିଛନ୍ତି ।  କେବଳ ବିଦେଶରେ ନୁହଁ, ଆମେରିକା ଭିତରେ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଉଠୁଛି ସ୍ବର । ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଆମେରିକା ନାଟକୀୟ ଭାବେ ଉଠାଇ ନେଇ ବନ୍ଦୀ କରି ରଖିଛି ।  ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରି ନ୍ୟୁୟର୍କର ଏକ ଜେଲରେ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    77 %
    1.6kmh
    99 %
    Tue
    28 °
    Wed
    29 °
    Thu
    30 °
    Fri
    28 °
    Sat
    27 °

    ସମ୍ବନ୍ଧିତ