Sunday, October 4, 2026
24.3 C
Odisha

    ଆଜି ତିନି ରଥ ଦକ୍ଷିଣ ମୋଡ଼

    ଆଗକୁ ପଢନ୍ତୁ

    ପୁରୀ : ପରମ୍ପରା ଅନୁଯାୟୀ ଆଜି ତିନିରଥକୁ ଦକ୍ଷିଣ ମୋଡ କରାଯିବ। ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇବା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଆଗରେ ଥିବା ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଇ ନାକଚଣା ଦ୍ୱାର ନିକଟକୁ ନିଆଯିବ। ପ୍ରଥମେ ଦର୍ପଦଳନ ରଥ ଦକ୍ଷିଣ ମୋଡ କରାଯିବା ବିଧି ରହିଛି। ସେଠାରେ ଦକ୍ଷିଣଙ୍କୁ ମୁହଁକରି ତିନିରଥ ରଖାଯିବ। ଶ୍ରୀଗୁଣ୍ଡିଚା ଓ ବାହୁଡା ପରେ ଘଣ୍ଟୁଆ ମାନେ ମିଳିତ ଘଣ୍ଟବାଦ୍ୟ ପରିବେଷଣ କରିବେ। ଆଗାମୀ ୫ ତାରିଖ ଦଶମୀ ତିଥିରେ ମହାପ୍ରଭୁ ରଥରେ ବସି ବାହୁଡା ବିଜେ କରିବେ। ମହାଲକ୍ଷ୍ମୀଙ୍କୁ ଦେଇଥିବା କଥାରଖି ଶ୍ରୀମନ୍ଦିରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦାରୁବ୍ରହ୍ମ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ସକାଳଧୂପ ପରେ ରଥ ଆଜ୍ଞାମାଳ ବିଜେ କରିବେ। ତିନିଜଣ ପୂଜାପଣ୍ଡା ସେବକ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଆଜ୍ଞାମାଳ ସହ ଶରଧାବାଲିରେ ଥିବା ରଥ ନିକଟକୁ ଯିବେ। ତିନି ରଥରେ ଆଜ୍ଞାମାଳ ଲାଗି କରାଯିବ। ଉତ୍ତରକୁ ମୁହଁକରି ରହିଥିବା ତିନିରଥ ଦକ୍ଷିଣ ମୋଡ କରାଯିବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ