Wednesday, October 7, 2026
22.5 C
Odisha

    ଆଜି ଦିଲ୍ଲୀ-ଗୁଜରାଟ ଏଲିମିନେଟର୍‌‌

    ଆଗକୁ ପଢନ୍ତୁ

    ଭଦୋଦରା : ଚଳିତ ମହିଳା ପ୍ରିମିୟର ଲିଗ୍‌‌ (ଡବ୍ଲ୍ୟୁପିଏଲ୍‌‌)ରେ ଆଉ ଦୁଇଟି ମ୍ୟାଚ୍‌ ବାକିଅଛି। ଆଜି ଏଲିମିନେଟର୍‌‌ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଗୁଜରାଟ ଜାଏଣ୍ଟ୍‌‌ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚର ବିଜେତା ଫେବୃଆରୀ ୫ରେ ରୟାଲ୍‌‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌‌ସିବି) ସହ ଫାଇନାଲ ଖେଳିବ। ପୂର୍ବରୁ ଶୀର୍ଷରେ ରହି ଆର୍‌‌ସିବି ସିଧାସଳଖ ଫାଇନାଲରେ ପହଞ୍ଚିସାରିଛି। ତେଣୁ ଏହି ଏଲିମିନେଟର୍‌‌ ଉଭୟ ଗୁଜରାଟ ଓ ଦିଲ୍ଲୀ ପାଇଁ ସେମିଫାଇନାଲ ମ୍ୟାଚ୍‌ ଭଳି ହୋଇଛି। ଉଭୟ ଦଳ ଜିତି ଫାଇନାଲ ଖେଳିବା ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବେ। ଯଦି ଜେମିମା ରଡ୍ରିଗ୍ବେଜ୍‌ଙ୍କ ନେତୃତ୍ବାଧୀନ ଦିଲ୍ଲୀ ବିଜୟୀ ହୁଏ; ତେବେ ଡବ୍ଲ୍ୟୁପିଏଲ୍‌‌ ଇତିହାସର ପ୍ରଥମ ଦଳ ଭାବେ ସମସ୍ତ ୪ଟି ଯାକ ଫାଇନାଲ ଖେଳିବାର କୃତିତ୍ବ ହାସଲ କରିବ।

    ଦିଲ୍ଲୀ ଗତ ୩ଟି ସଂସ୍କରଣରେ ଫାଇନାଲ ଖେଳିଥିଲେ ମଧ୍ୟ ପ୍ରତ୍ୟେକ ଥର ରନର୍ସଅପ୍‌‌ ଥିଲା। ଦିଲ୍ଲୀକୁ ହରାଇ ଗୁଜରାଟ ପ୍ରଥମ ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି। ଗୁଜରାଟର ଉପର ଅର୍ଡରକୁ ସୋଫି ଡିଭାଇନ୍ ଓ ବେଥ୍‌ ମୁନି ସମ୍ଭାଳୁଥିବା ବେଳେ ମଧ୍ୟକ୍ରମରେ ଅଛନ୍ତି ଦୁଇ ଅଷ୍ଟ୍ରେଲୀୟ ଆସ୍‌ଲେ ଗାର୍ଡନର ଓ ଜର୍ଜିଆ ୱେର୍‌ହାମ୍‌। ଦୁହେଁ ଗୁଜରାଟକୁ ଶେଷ ଲିଗ୍‌ ମ୍ୟାଚ୍‌ ଜିତାଇଥିଲେ। ତିନି ଭାରତୀୟ ରାଜେଶ୍ବରୀ ଗାଏକ୍‌ୱାଡ, କାସ୍‌ଭି ଗୌତମ ଓ ରେଣୁକା ସିଂହ ଗୁଜରାଟ ପ୍ରମୁଖ ବୋଲର। ଦିଲ୍ଲୀର ଦୁଇ ଓପ୍‌ନର ଲିଜେଲ୍ ଲି ଓ ଶେଫାଳି ବର୍ମା ଦ୍ରୁତଗତିରେ ସ୍କୋର୍‌ କରିପାରନ୍ତି। ଅଧିନାୟିକା ଜେମିମାଙ୍କ ସହ ଲୌରା ୱଲ୍‌ଭାର୍ଟ ଓ ମାରିଜେନ୍‌ କାପ୍‌ ପ୍ରମୁଖ ଖେଳାଳି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ