Friday, February 13, 2026
22.6 C
Odisha

    ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଦେବେ ଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ ।  ଏହି ଦିନଟିକୁ ପରାକ୍ରମ ଦିବସ ବୋଲି ମଧ୍ୟ ପାଳନ କରାଯାଉଛି ।  ନେତାଜୀ ଜୟନ୍ତୀ ପାଇଁ ସଜେଇ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମପୀଠ ସଂଗ୍ରହାଳୟ ଓ ନେତାଜୀ ସ୍ମାରକୀ । ନେତାଜୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ।

    ସକାଳ ୮ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ କଟକ ଯିବେ ।  ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ପୈତୃକ ନିବାସ ଜାନକୀନାଥ ଭବନରେ ପହଞ୍ଚି ନେତାଜୀ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବେ ।  ନେତାଜୀଙ୍କ ୧୨୯ ତମ ଜୟନ୍ତୀରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିବେ ସିପି ରାଧାକ୍ରିଷ୍ଣନ ।

    ରାଜ୍ୟ ସଂସ୍କୃତି ବିଭାଗ ଓ ଡାକ ବିଭାଗର ମିଳିତ ସହଯୋଗରେ ନେତାଜୀଙ୍କ ଜନ୍ମସ୍ଥାନରେ ଏକ ନୂତନ ଡାକ ସଂଗ୍ରହାଳୟକୁ ଉଦଘାଟନ କରିବେ ।  କଟକର ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନିର୍ମିତ ନେତାଜୀ ଜିଲ୍ଲା ସଂସ୍କୃତି ଭବନକୁ ମଧ୍ୟ ସେ ଲୋକାର୍ପଣ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କାଲି ସକାଳ ସାତଟାରୁ ଦିନ ଗୋଟାଏ ଯାଏ ସାଧାରଣ ଲୋକଙ୍କୁ ନେତାଜୀ ଙ୍କ ଜନ୍ମ ସ୍ଥାନ ଓ ସଂଗ୍ରହାଳୟ ବୁଲିବା ପାଇଁ ଅନୁମତି ନାହିଁ ।

    ସେହିପରି ନେତାଜୀ ସ୍ମାରକୀରେ ସକାଳ ୮ ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ କଟକଣା ରହିଛି ।  ଭିଭିଆଇପିଙ୍କ କଟକ ଗସ୍ତ ପାଇଁ ଭୁବନେଶ୍ବରରୁ କଟକ ଯାଏ ଟ୍ରାଫିକ କଟକଣା ଲଗାଯାଇଛି ।  ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।  କଟକ ସହରର କିଛି ଅଞ୍ଚଳରେ ଟ୍ରାଫିକ କଟକଣା କଡାକଡି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.6 ° C
    22.6 °
    22.6 °
    25 %
    1.9kmh
    8 %
    Fri
    24 °
    Sat
    33 °
    Sun
    34 °
    Mon
    34 °
    Tue
    34 °

    ସମ୍ବନ୍ଧିତ