Sunday, September 27, 2026
24.7 C
Odisha

    ଟ୍ରକ୍ ଡ୍ରାଇଭର ପୁଅ ଆଇପିଏଲରେ ଡେବ୍ୟୁ କରିବେ, ଜାଣନ୍ତୁ ମଙ୍ଗେଶଙ୍କ ସଂଘର୍ଷର କଥା

    ଆଗକୁ ପଢନ୍ତୁ

    ସେ ଯୁଗ ଆଉ ନାହିଁ ଯେଉଁଠି କେବଳ ଉଚ୍ଚ ବର୍ଗର ଲୋକେ କ୍ରିକେଟ୍ ଖେଳୁଥିଲେ କିମ୍ବା ବଡ଼ ଘରର ପିଲା ବ୍ୟାଟ୍ ବଲ୍ ଧରି ପଡ଼ିଆକୁ ଆସୁଥିଲେ । ଏବେ ସମୟ କେବଳ ପ୍ରତିଭାବାନ୍ ଖେଳାଳିଙ୍କର । ସେ ଭାରତୀୟ କ୍ରିକେଟ୍ ଟିମ୍ ହେଉ ଅବା ଆଇପିଏଲ୍, ସବୁଠି ଗରିବୀ ସହ ସଂଘର୍ଷ କରି ଆସିଥିବା ଖେଳାଳିଙ୍କୁ ଦେଖିବାକୁ ମିଳୁଛି । ଏଭଳି ଜଣେ ଖେଳାଳିଙ୍କୁ ଏଥର ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳରୁ ଖେଳିବାକୁ ସୁଯୋଗ ମିଳିଛି । ସେ ହେଉଛନ୍ତି ଜଣେ ଟ୍ରକ୍ ଡ୍ରାଇଭରର ପୁଅ । ବାପାଙ୍କର ସଂଘର୍ଷରୁ ଜନ୍ମ ଏଇ ପିଲାଟିର ନାଁ ହେଉଛି ମଙ୍ଗେଶ ଯାଦବ । ଜଣେ ଅଲରାଉଣ୍ଡର । ବାପା ତାଙ୍କର ଖୁବ୍ କଷ୍ଟ କରି ତାଙ୍କୁ କ୍ରିକେଟ୍ ଖେଳି ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି ।

    ନିଜ ଜୀବନ ସଂଘର୍ଷ ବିଷୟରେ ମଙ୍ଗେଶଙ୍କ ବାପା ରାମାବଧ ମଙ୍ଗେଶ କହିଛନ୍ତି କି ଟ୍ରକ୍ ଡ୍ରାଇଭର ଜୀବନ ଭାରି କଷ୍ଟକର । ରାତି ରାତି ଟ୍ରକ୍ ଚଲାଇବାରେ ଯାଏ । ନା ଖାଇବା ପିଇବା ନା ଶୋଇବା କି ଗାଧୋଇବା, କିଛିର ବି ଠିକ୍ ଠିକଣା ନଥାଏ । ଗାଡ଼ି ଚଳାଇବା ବେଳେ ବି ପୁଅ କଥା ଚିନ୍ତା କରୁଥିଲେ । କୋଉଠୁ ପଇସା ଆଣି ଘର ଚଳାଇବେ ଓ ତା କ୍ରିକେଟ୍ ପାଇଁ ଖର୍ଚ୍ଚ କରିବେ । ତଥାପି ସଂଘର୍ଷ କରି ଚାଲିଲେ ଓ ମଙ୍ଗେଶ ଆଇପିଏଲରେ ଖେଳିବାର ସୁଯୋଗ ପାଇଲେ । ପିଲା ବେଳେ ତାଙ୍କୁ ଖେଳିବା ପାଇଁ ବିଶେଷ ପ୍ରୋତ୍ସାହନ ଦେଇଥିଲେ ତାଙ୍କ ଦାଦା ଓ ମା । ଛୋଟ ଥିଲା ବେଳେ ମଙ୍ଗେଶ ନିଜ ସାହିରେ ଖେଳିବାକୁ ଗଲେ ପ୍ରାୟ ଝଗଡ଼ା ହେଉଥିଲା । ଆଉ ସେ କାନ୍ଦି କାନ୍ଦି ଘରକୁ ଫେରୁଥିଲେ । ତେଣୁ ତାଙ୍କ ମା ଘର ଅଗଣାରେ ବୋଲିଂ କରୁଥିଲେ ଓ ମଙ୍ଗେଶ ବ୍ୟାଟିଂ କରୁଥିଲେ । ତେଣୁ ମା’ହିଁ ଥିଲେ ତାଙ୍କ ପ୍ରଥମ କୋଚ୍ ।

    ମଧ୍ୟପ୍ରଦେଶର ଏକ ଛୋଟ ଗାଁରୁ ଆସିଛନ୍ତି ମଙ୍ଗେଶ ଯାଦବ । ପ୍ରଥମେ ରାଜ୍ୟ କ୍ରିକେଟ୍ ଲିଗରେ ଚମତ୍କାର ଖେଳିଲେ । ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଲା । ତାପରେ ମିଳିଗଲା ଆରସିବିରେ ସୁଯୋଗ । ତାଙ୍କୁ ୫ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି ଆରସିବି । ଆଉ ଏହି ସିଜିନରେ ସେ ଡେବ୍ୟୁ କରିବେ । ମଙ୍ଗେଶ ଜଣେ ବାମହାତୀ ବୋଲର ଏବଂ ନିମ୍ନକ୍ରମରେ ଭଲ ବ୍ୟାଟିଂ କରନ୍ତି । ଦେଖିବାର କଥା ଏଇ ଯୁବା ଖେଳାଳି କି ଜଲୱା ଦେଖାଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ