Friday, September 18, 2026
30.3 C
Odisha

    ଆଜି ନ୍ୟୁଜିଲାଣ୍ଡ-ବାଂଲାଦେଶ ମୁକାବିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ଚଳିତ ଚମ୍ପିଆନ୍‌ସ ଟ୍ରଫିର ୬ଷ୍ଠ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଗ୍ରୁପ୍ ‘ଏ’ରେ ଏହା ଉଭୟ ଦଳଙ୍କ ୨ୟ ମ୍ୟାଚ୍‌ ହେବ। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ପାକିସ୍ତାନକୁ ସହଜରେ ୬୦ ରନ୍‌ରେ ନ୍ୟୁଜିଲାଣ୍ଡ ପରାସ୍ତକରି ଦୃଢ଼ ଆତ୍ମବିଶ୍ବାସ ହାସଲ କରିଛି। ଅନ୍ୟପକ୍ଷରେ ଭାରତଠାରୁ ୬ ୱିକେଟ୍‌ରେ ବାଂଲାଦେଶ ପରାସ୍ତ ହୋଇଛି। ସୋମବାରର ମ୍ୟାଚ୍‌ ଜିତିଲେ ନ୍ୟୁଜିଲାଣ୍ଡ ସେମିଫାଇନାଲ ଆଡ଼କୁ ଆଉ ପାଦେ ଅଗ୍ରସର ହେବ। ହେଲେ ଗତ ସଂସ୍କରଣରେ ସେମିଫାଇନାଲ ଖେଳିଥିବା ବାଂଲାଦେଶକୁ ସେମିଫାଇନାଲ ଖେଳି ଆଶା ବଜାୟ ରଖିବାକୁ ହେଲେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାକୁ ପଡ଼ିବ। ଏସୀୟ ବାତାବରଣ ପାଇଁ ବାଂଲାଦେଶର ଭଲ ଦଳ ରହିଛି। ଭାରତ ବିପକ୍ଷରେ ୩୫ ରନ୍‌ରେ ୫ଟି ୱିକେଟ୍‌ ହରାଇବା ସତ୍ତ୍ବେ ବାଂଲାଦେଶ ୨୨୮ ରନ୍‌ରେ ପହଞ୍ଚି ପାରିଥିଲା। ତେଣୁ ନ୍ୟୁଜିଲାଣ୍ଡକୁ ଟକ୍କର ଦେବା ଲାଗି ବାଂଲାଦେଶର ଉପର ଅର୍ଡରକୁ ରନ୍‌ କରିବାକୁ ପଡ଼ିବ। ଚମ୍ପିଆନ୍‌ସ ଟ୍ରଫି ଜିତିବା ପାଇଁ ନ୍ୟୁଜିଲାଣ୍ଡ ଦୃଢ଼ ଦାବିଦାର।ଏହା ଗତ ୧୦ଟି ଦିନିକିଆ ମ୍ୟାଚ୍‌ରୁ ୭ଟି ଜିତିଛି। ଅନ୍ୟପକ୍ଷରେ ବାଂଲାଦେଶ ଗତ ୧୦ଟି ମ୍ୟାଚ୍‌ରୁ ମାତ୍ର ୩ଟି ଜିତିଛି। ନ୍ୟୁଜିଲାଣ୍ଡ ଏବେ ଚମତ୍କାର କ୍ରିକେଟ୍‌ ଖେଳୁଛନ୍ତି। ପାକିସ୍ତାନର ଶକ୍ତିଶାଳୀ ବୋଲିଂ ଆକ୍ରମଣ ବିପକ୍ଷରେ ଏହାର ୨ ବ୍ୟାଟ୍‌ସମ୍ୟାନ୍ ୱିଲ୍‌ ୟଙ୍ଗ୍‌ ଓ ଟମ୍ ଲାଥାମ୍ ଶତକ ହାସଲ କରିଥିଲେ। ନ୍ୟୁଜିଲାଣ୍ଡ ୩୨୦ ରନ୍‌ କରିବା ପରେ ଏହାର ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ଡେଭନ୍ କନ୍‌ୱେ, କେନ୍ ୱିଲିୟମ୍‌ସନ ଓ ଡ୍ୟାରିଲ ମିଚେଲ ଭଲ ଫର୍ମରେ ଅଛନ୍ତି। ଗ୍ଲେନ୍‌ ଫିଲିପ୍‌ସ ଚମତ୍କାର ଭାବେ ଫିନିସର ଭୂମିକା ନିର୍ବାହ କରୁଛନ୍ତି। ବ୍ୟାଟିଂ ସହ ନ୍ୟୁଜିଲାଣ୍ଡର ବୋଲିଂ ମଧ୍ୟ ଶକ୍ତିଶାଳୀ ଅଛି। ଦୁଇ ପେସ୍‌ ବୋଲର ମ୍ୟାଟ୍‌ ହେନ୍‌ରୀ ଓ ୱିଲିୟମ୍ ଓ’ରୌର୍‌କେ ଚମତ୍କାର ବୋଲିଂ କରୁଛନ୍ତି। ଅଧିନାୟକ ମିଚେଲ ସାଣ୍ଟନରଙ୍କ ସହ ଅନ୍ୟ ଦୁଇ ସ୍ପିନର ମାଇକେଲ୍‌ ବ୍ରେସ୍‌ୱେଲ ଓ ଗ୍ଲେନ୍‌ ଫିଲିପ୍‌ସ ପାକିସ୍ତାନ ବିପକ୍ଷରେ ଚମତ୍କାର ବୋଲିଂ କରିଥିଲେ। ଏହି ୩ ସ୍ପିନର ପାକିସ୍ତାନ ପିଚ୍‌ରେ ମାରାତ୍ମକ ସାବ୍ୟସ୍ତ ହୋଇପାରନ୍ତି।ପୁଣି ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନ୍ ମଧ୍ୟ ଲମ୍ବା ରହିଛି। ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଡରେ ଅପରାଜିତ ରହି ନ୍ୟୁଜିଲାଣ୍ଡ ଚମ୍ପିଆନ୍‌ସ ଟ୍ରଫି ଖେଳିବାକୁ ଆସିଛି। ପ୍ରଥମ ମ୍ୟାଚ୍‌ ଏହା ସହଜରେ ଜିତିପାରିଛି। ଗତ ୨ ବର୍ଷ ହେଲା ବାଂଲାଦେଶର ଦିନିକିଆ ପ୍ରଦର୍ଶନ ଭଲ ନାହିଁ। ଦଳର ଦୁଇ ମୁଖ୍ୟ ବ୍ୟାଟ୍‌ସମ୍ୟାନ ନଜ୍‌ମୁଲ ହୋସେନ୍ ଶାନ୍ତ ଓ ସୌମ୍ୟ ସରକାର ଭାରତ ବିପକ୍ଷରେ ଖାତା ଖୋଲି ପାରିନଥିଲେ। ପ୍ରଥମ ବଲ୍‌ରେ ଜାକିର ଅଲୀଙ୍କ କ୍ୟାଚ୍‌ ରୋହିତ ଶର୍ମା ଛାଡ଼ିନଥିଲେ ନ୍ୟୁଜିଲାଣ୍ଡ ୨ ଶହ ରନ୍‌ ଟପି ପାରିନଥାଆନ୍ତା। ଭାରତ ବିପକ୍ଷରେ ତୌହିଦ ହୃଦୟ ଶତକ ଅର୍ଜନ କରିଥିଲେ। ପୁଣି ବାଂଲାଦେଶ ପାଇଁ ଖୁସିର ଖବର ଯେ ଦଳର ଅଭିଜ୍ଞ ବ୍ୟାଟ୍‌ସମ୍ୟାନ ମହମ୍ମଦୁଲ୍ଲା ଫିଟ୍‌ ହୋଇ ଏହି ମ୍ୟାଚ୍‌ ଖେଳିବେ। ପେସ୍‌ ବୋଲର ନାହିଦ୍ ରାଣା, ତାସ୍କିନ୍ ଅହମ୍ମଦ ଓ ମୁସ୍ତାଫିଜୁର ରେହ୍‌ମାନଙ୍କୁ ୱିକେଟ୍‌ ନେବାକୁ ପଡ଼ିବ।ରଚିନ ରବୀନ୍ଦ୍ର ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନଥିବାରୁ ନ୍ୟୁଜିଲାଣ୍ଡ ଅପରିବର୍ତ୍ତିତ ଏକାଦଶ ନେଇ ଖେଳିପାରେ। ଉଭୟଙ୍କ ମଧ୍ୟରେ ଗତ ୨୧ଟି ମ୍ୟାଚ୍‌ରୁ ନ୍ୟୁଜିଲାଣ୍ଡ ୧୭ଟି ଜିତିଛି। ରାୱଲପିଣ୍ଡିର ପିଚ୍‌ ବ୍ୟାଟିଂ ପାଇଁ ସହାୟକ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.3 ° C
    30.3 °
    30.3 °
    68 %
    2kmh
    40 %
    Fri
    30 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ