Sunday, February 1, 2026
29 C
Odisha

    ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ରଥନିର୍ମାଣ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା

    ଆଗକୁ ପଢନ୍ତୁ

    ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା ।  ବିଧି ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେବ ରଥନିର୍ମାଣ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା ।  ଭୋର ୪ଟାରେ ଦ୍ବାରଫିଟା ନୀତି ପରେ ଭିତର ଶୋଧ କରାଯାଇ ମହାପ୍ରଭୁଙ୍କର ମଙ୍ଗଳଆରତି କରାଯାଇଛି ।  ଦିନ ଗୋଟାଏରୁ ଅଢେଇଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି କରାଯିବ ବୋଲି ସ୍ଥିର ହୋଇଛି ।

    ମଧ୍ୟାହ୍ନଧୂପ ପରେ ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।  ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ଶୋସ୍ତ୍ରୀୟ ବ୍ରାହ୍ମଣମାନେ ସ୍ବତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିବେ। ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୁତି ଦିଆଯିବ ।

    ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନିଟି ଛୋଟ କୁରାଢ଼ୀରେ ପ୍ରଥମେ ଦେଉଳ ପୁରୋହିତ ତିନିରଥ କାଠକୁ ସ୍ପର୍ଶ କରିବା ପରେ ବିଶ୍ୱକର୍ମାମାନେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ ।  ରଥ ନିର୍ମାଣର ମୁଖ୍ୟ ବିଶ୍ୱକର୍ମା, ମୁଖ୍ୟ ଭୋଇ ସେବକ, ଚିତ୍ରକର, ରୂପକାର, କମାର ସମୁଦାୟ ଦଶ ମହାରଣାଙ୍କ ମୁଣ୍ଡରେ ଶାଢ଼ି ବନ୍ଧା ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ ।

    ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ୪୨ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିବା ବେଳେ ପ୍ରଥମେ ୨୧ଦିନିଆ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହେବ ।  ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୁଦେବି, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚ ମହାଦେବ ନନ୍ଦା ଭଦ୍ରା ଚାପରେ କରିବେ ଜଳକ୍ରୀଡା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    34 %
    2.1kmh
    95 %
    Sun
    30 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ