Monday, June 23, 2025
25.4 C
Odisha

    ଆଜି ପାଗରେ ଆସିବ ପରିବର୍ତ୍ତନ: ଏହି ଜିଲ୍ଲାରେ ହୋଇପାରେ କାଳବୈଶାଖୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଆଜି କାଳବୈଶାଖୀ ସମ୍ଭବନା ରହିଛି । ଆସନ୍ତା ଦୁଇଦିନ କୈଶବୈଶାଖି ଲାଗି ରହିବାକୁ ଥିବା ବେଳେ ଏନେଇ ସବୁ ଜିଲ୍ଲାମାନଙ୍କୁ ସତର୍କ କରାଯାଇଛି । ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି । ଆଜିଠୁ ରାଜ୍ୟରେ ତାପମାତ୍ରା କମିବାର ମଧ୍ୟ ସମ୍ଭାବନା ରହିଛି ।

    ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ଅପରାହ୍ନରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, କଟକ, ଯାଜପୁର, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ ଏବଂ ମୟୂରଭଞ୍ଜରେ କାଳୂୈଶାଖୀ ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ସୋନପୁର, ଗଜପତି, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୂଆପଡା, କନ୍ଧମାଳ, ନୟାଗଡ, କୋରାପୁଟ, ରାୟଗଡା ଏବଂ ମାଲକାନଗିରିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଗତକାଲି ବାଙ୍ଗିରିପୋଷିରେ କାଳବୈଶାଖୀ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ମଧ୍ୟ ହୋଇଥିଲା । ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ନେଇ ସମ୍ଭାବନା ରହିଛି । ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    85 %
    1.3kmh
    98 %
    Sun
    26 °
    Mon
    30 °
    Tue
    33 °
    Wed
    26 °
    Thu
    28 °

    ସମ୍ବନ୍ଧିତ