Sunday, October 11, 2026
25 C
Odisha

    ସବୁଠାରୁ ମହଙ୍ଗା ଆଧୁନିକ ଭାରତୀୟ କଳା: ୧୧୮ କୋଟିରେ ବିକ୍ରିହେଲା ଏମ୍ଏଫ୍ ହୁସେନଙ୍କ ପେଣ୍ଟିଂ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସ୍ବର୍ଗତ ଏମ୍‌ଏଫ୍‌ ହୁସେନର ୧୯୫୦ ଦଶକର ଏକ ପେଣ୍ଟିଂ ପ୍ରାୟ ୧୧୮ କୋଟି ଟଙ୍କା ମୂଲ୍ୟରେ ନିଲାମ ହୋଇଛି। ତାଙ୍କର ଏକ ନାମବିହୀନ (ଗ୍ରାମ ଯାତ୍ରା) ‌ଚିତ୍ର ୧୩.୮ ନିୟୁତ ଆମେରିକୀୟ ଡଲାର (୧୧୮ କୋଟି ଟଙ୍କାରୁ ଅଧିକ) ମୂଲ୍ୟରେ ବିକ୍ରି ହୋଇ ଆଧୁନିକ ଭାରତୀୟ କଳାରେ ନୂଆ ରେକର୍ଡ ସୃଷ୍ଟି କରିଛି। ମାର୍ଚ୍ଚ ୧୯ରେ ନ୍ୟୁୟର୍କରେ ଏକ କ୍ରିଷ୍ଟି ନିଲାମରେ ହୋଇଥିବା ଏହି ବିକ୍ରୟ ପୂର୍ବ ରେକର୍ଡକୁ ଭାଙ୍ଗିଛି। ପୂର୍ବ ରେକର୍ଡଧାରୀ ଅମୃତା ଶେର-ଗିଲଙ୍କ ୧୯୩୭ର ‘ଦ ଷ୍ଟୋରି ଟେଲର’ ୨୦୨୩ରେ ମୁମ୍ବାଇରେ ଏକ ନିଲାମରେ ପ୍ରାୟ ୭.୪ ନିୟୁତ ଆମେରିକୀୟ ଡଲାର (୬୧.୮ କୋଟି ଟଙ୍କା) ଆୟ କରିଥିଲା।ଗୋଟିଏ କାନଭାସରେ ପାଖାପାଖି ୧୪ ଫୁଟ୍ ଉଚ୍ଚତାରେ ଥିବା ୧୩ଟି ଅନନ୍ୟ ପ୍ୟାନେଲକୁ ନେଇ ଗଠିତ ‘ଗ୍ରାମ ଯାତ୍ରା’ ଏକ ନୂତନ ସ୍ୱାଧୀନ ରାଷ୍ଟ୍ରର ବିବିଧତା ଓ ଗତିଶୀଳତାକୁ ପ୍ରଦର୍ଶନ କରିଛି। ୧୯୫୪ ମସିହାରେ ଅଙ୍କିତ ଏହି ଚିତ୍ର ସେହି ବର୍ଷ ଭାରତରୁ ଚାଲିଯାଇଥିଲା। ୟୁକ୍ରେନରେ ଜନ୍ମିତ ନରୱେର ଡାକ୍ତର ଲିଓନ୍ ଇଲିଆସ ବୋଲୋଦର୍ସ୍କିଙ୍କ ଦ୍ୱାରା ନିଆଯିବା ପରଠାରୁ ଏହାକୁ ଦେଖିବାକୁ ମିଳି ନ ଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଇଁ ଥୋରାସିକ୍ ସର୍ଜରୀ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ଲାଗି ଦିଲ୍ଲୀ ଆସିଥିବା ବେଳେ ସେ ଏହି ଚିତ୍ରଟି ହାସଲ କରିଥିଲେ। ୧୯୬୪ ମସିହାରେ ବୋଲୋଦର୍ସ୍କି ଏହି ପେଣ୍ଟିଂକୁ ଓସ୍ଲୋ ୟୁନିଭର୍ସିଟି ହସ୍ପିଟାଲକୁ ପଠାଇଥିଲେ। ବିକ୍ରୟରୁ ମିଳିଥିବା ଅର୍ଥ ଅନୁଷ୍ଠାନରେ ଭବିଷ୍ୟତ ପିଢ଼ିର ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦେବାରେ ସହାୟକ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ