Friday, January 30, 2026
22.8 C
Odisha

    ଆଜି ବିଧାନସଭା ଘେରିବ ମହିଳା କଂଗ୍ରେସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନୂତନ ସରକାର ଆସିଲେ ନାରୀକୁ ଉପଯୁକ୍ତ ସମ୍ମାନ ଏବଂ ନିର୍ଯାତିତା ନ୍ୟାୟ ପାଇବେ ବୋଲି ଓଡିଶାବାସୀ ଯେଉଁ ଆଶା ରଖିଥିଲେ ତାହା ବର୍ତ୍ତମାନର ସରକାର ଭାଙ୍ଗି ଚୂରମାର କରି ଦେଇଛନ୍ତି। ନାରୀ ଅତ୍ୟାଚାର କମିବା ପରିବର୍ତ୍ତେ ବଢି ବଢି ଚାଲିଛି। ପ୍ରାୟ ସବୁଦିନ ରାଜ୍ୟରେ ଦୁଷ୍କର୍ମ, ପୋଡ଼ି, ନିର୍ଯାତନାଜନିତ ଆତ୍ମହତ୍ୟା ଆଦି ଘଟଣା ଘଟି ସାରା ବିଶ୍ୱରେ ଆମ ରାଜ୍ୟ ନିନ୍ଦିତ ହେଉଛି ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଅଭିଯୋଗ କରିଛନ୍ତି। ନାରୀ ନିର୍ଯାତନା ରୋକିବାରେ ସରକାର ଅସମର୍ଥ ହେବା ପ୍ରତିବାଦରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନରେ ମହିଳା ସଭାନେତ୍ରୀ ଶ୍ରୀମତୀ ବାହିନୀପତିଙ୍କ ନେତୃତ୍ବରେ କଂଗ୍ରେସ ବିଧାନସଭା ଘେରିବ। ପୂର୍ବାହ୍ଣ ୧୦ଟା ୩୦ମିନିଟ୍‌ରେ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରା ବାହାରି ବିଧାନସଭା ଘେରଉ କରାଯିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.8 ° C
    22.8 °
    22.8 °
    54 %
    0.6kmh
    66 %
    Fri
    31 °
    Sat
    32 °
    Sun
    31 °
    Mon
    33 °
    Tue
    33 °

    ସମ୍ବନ୍ଧିତ