Wednesday, April 1, 2026
35.5 C
Odisha

    ଆଜି ବିଧାନସଭା ଘେରିବ ମହିଳା କଂଗ୍ରେସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନୂତନ ସରକାର ଆସିଲେ ନାରୀକୁ ଉପଯୁକ୍ତ ସମ୍ମାନ ଏବଂ ନିର୍ଯାତିତା ନ୍ୟାୟ ପାଇବେ ବୋଲି ଓଡିଶାବାସୀ ଯେଉଁ ଆଶା ରଖିଥିଲେ ତାହା ବର୍ତ୍ତମାନର ସରକାର ଭାଙ୍ଗି ଚୂରମାର କରି ଦେଇଛନ୍ତି। ନାରୀ ଅତ୍ୟାଚାର କମିବା ପରିବର୍ତ୍ତେ ବଢି ବଢି ଚାଲିଛି। ପ୍ରାୟ ସବୁଦିନ ରାଜ୍ୟରେ ଦୁଷ୍କର୍ମ, ପୋଡ଼ି, ନିର୍ଯାତନାଜନିତ ଆତ୍ମହତ୍ୟା ଆଦି ଘଟଣା ଘଟି ସାରା ବିଶ୍ୱରେ ଆମ ରାଜ୍ୟ ନିନ୍ଦିତ ହେଉଛି ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଅଭିଯୋଗ କରିଛନ୍ତି। ନାରୀ ନିର୍ଯାତନା ରୋକିବାରେ ସରକାର ଅସମର୍ଥ ହେବା ପ୍ରତିବାଦରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନରେ ମହିଳା ସଭାନେତ୍ରୀ ଶ୍ରୀମତୀ ବାହିନୀପତିଙ୍କ ନେତୃତ୍ବରେ କଂଗ୍ରେସ ବିଧାନସଭା ଘେରିବ। ପୂର୍ବାହ୍ଣ ୧୦ଟା ୩୦ମିନିଟ୍‌ରେ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରା ବାହାରି ବିଧାନସଭା ଘେରଉ କରାଯିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ