Tuesday, September 29, 2026
23.6 C
Odisha

    ଆଜି ବି ଓଡ଼ିଶାରେ ଅସମ୍ଭାଳ ତାତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗତକାଲି ଭଳି ଆଜି ବି ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ପଶ୍ଚିମ, ପୂର୍ବ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ସୁଦ୍ଧା  ଝାରସୁଗୁଡ଼ା ହେଉଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା  ୩୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଏଣେ ସମ୍ବଲପୁର ଓ ହୀରାକୁଦରେ ୩୪.୪, ବାଲେଶ୍ବର ଓ କେନ୍ଦୁଝରରେ ୩୨.୨, ଚାନ୍ଦବାଲି ଓ  ପୁରୀରେ ୩୨.୬, ରାଉରକେଲାରେ ୩୩.୬, ଭୁବନେଶ୍ବରରେ ୩୨.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।ପୂର୍ବ ଓଡ଼ିଶାରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଏହି କାରଣରୁ ଘରେ ରହି ହେଉନି କି ବାହାରକୁ ବାହାରି ହେଉନି। ଏଣେ ଆସନ୍ତା ୧୫ ତାରିଖ ଯାଏ ଖରାରୁ ଆଶ୍ବସ୍ତି ମିଳିବନି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ