Sunday, April 12, 2026
36.4 C
Odisha

    ଆଜି ବି କମ୍ପିବ ଗୃହ ! ଉଠିପାରେ ମିଶନ ଶକ୍ତି କର୍ମୀଙ୍କ ଦରମା ପ୍ରସଙ୍ଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଧାନସଭାରେ ଆଜି ମଧ୍ୟ ଉଠିପାରେ ମିଶନ ଶକ୍ତି ଜିପିଏଲଏଫ୍ କର୍ମୀଙ୍କ ଦରମା ବନ୍ଦ ପ୍ରସଙ୍ଗ। ଦୁଇ ଦିନ ହେଲାଣି ଦିନ ରାତି ଭୋକ ଉପାସରେ ଧାରଣା ଦେଇଛନ୍ତି ମିଶନ ଶକ୍ତି କର୍ମୀ ଏବଂ ଜିପିଏଲଏଫ ସଂଘ। ନିଜର ହକ୍ ପାଇଁ ଏତେ ଶୀତ କାକରରେ ସେମାନେ ରାଜରାସ୍ତା ଉପରେ ଖୋଲା ଛାତ ତଳେ ଶୋଇବାକୁ ବାଧ୍ଯ ହୋଇଛନ୍ତି।ଏମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛି ବିଜେଡି।ତେଣୁ ଆଜି ମଧ୍ୟ ଗୃହରେ ଏହି ପ୍ରସଙ୍ଗ ବିଜେଡି ଉଠାଇପାରେ।ଗତକାଲି ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ। ସେହିପରି ଇଷ୍ଟ କୋଷ୍ଟ ରେଳୱେରୁ ୱାଲଟିଅର ଡିଭିଜନ ଉଠିଯିବା ପ୍ରସଙ୍ଗ ମଧ୍ୟ ବିରୋଧୀ ଉଠାଇ ପାରନ୍ତି । ଏପରିକି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ।ଭୁବନେଶ୍ବର ଲୋୟର ପିଏମଜିରେ ଶୀତ କାକରରେ କାଟିଛନ୍ତି ଦ୍ବିତୀୟ ରାତି। ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ବିଫଳ ହେବା ପରେ ଶୀତୁଆ ରାତିରେ ରାସ୍ତାରେ ପଡ଼ି ରହିଛନ୍ତି । ସରକାର ନ ଶୁଣିବା ଯାଏଁ ଏଠି ପଡି ରହିବେ ପଛେ, ହେଲେ ଆଦୌ ହଟିବେ ନାହିଁ ବୋଲି ସେମାନେ ଖୋଲାଖୋଲି ଚେତାବନୀ ଦେଇଛନ୍ତି । ୯ ମାସ ଧରି ମିଳିନି ଦରମା। ଚୁକ୍ତିର ଅବଧି ପୁରି ସାରିଥିଲେ ବି ଏହାକୁ ନବୀକରଣ କରାଯାଇନାହିଁ। ୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    11 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ