Thursday, July 9, 2026
28.2 C
Odisha

    ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଶେଷ, ୧୩ ରୁ ଭିତର ରତ୍ନଭଣ୍ଡାରର ହେବ ଗଣତି ମଣତି

    ଆଗକୁ ପଢନ୍ତୁ

    ପୁରୀ : ଦ୍ଵିତୀୟ ପର୍ଯ୍ୟାୟର ୪ ଦିନ ଧରି ଚାଲିଥିବା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆଜି ଶେଷ ହୋଇଛି । ସମସ୍ତ ସେବାୟତଙ୍କ ସହଯୋଗରେ  ଏହା ସଂପୂର୍ଣ୍ଣ ହୋଇଛି । ୧୩ ତାରିଖରୁ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ହେବ ।  ଭଣ୍ଡାର ମେକାପ ଦେଇଥିବା ସ୍ୱର୍ଣ୍ଣ ଅଳଙ୍କାରକୁ ମିଶାଇଲେ ଏହା ୧୯୭୮ ମସିହା ତାଲିକା ଠାରୁ ଅଧିକ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି  ।

    ୧୩ ତାରିଖ ଦିନ ଜିଲ୍ଲା ଟ୍ରେଜରୀରୁ ଆସି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବ ।  ପ୍ରତ୍ୟେକ ଦିନ ଗଣତି ମଣତି ଶେଷ ହେବା ପରେ ଜଉ ମୁଦ୍ ଦିଆଯାଇ ଚାବି ପୁନଶ୍ଚ ଟ୍ରେଜରୀକୁ ନିଆଯିବ ।  ୧୯୭୮ ମସିହା ଗଣତି ମଣତି ତାଲିକା ଅନୁଯାୟୀ ବାହାର ରତ୍ନଭଣ୍ଡାରରେ ୮୧୭୫ ଭରିର ୭୯ ପ୍ରକାର ସୁନା ଅଳଙ୍କାର ଓ ୪୭୬୧ ଭରିର ୩୯ ପ୍ରକାର ରୂପା ଅଳଙ୍କାର ଓ ଦ୍ରବ୍ୟ ରହିଛି ।

    ରତ୍ନ ଅଳଙ୍କାର ଗୁଡ଼ିକୁ ନିରବଚ୍ଛିନ୍ନ, ସୁନ୍ଦର ଏବଂ ନିର୍ଭୁଲ ଭାବେ  ଗଣତି ମଣତି କରାଯାଇଛି  ।  ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଥିବାରୁ ଗଣତି ମଣତି ବନ୍ଦ ରହିବ ।  ଏହାପରେ ୧୬ ରୁ ୧୮ ଯାଏଁ ପୁଣିଥରେ ଗଣତି ମଣତି କରାଯିବ‌ ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ।  ଆଜି ଗଣତି ମଣତି ପ୍ରକ୍ରିୟାରେ ରତ୍ନଭଣ୍ଡାର ତଦାରଖ କମିଟିର ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ପ୍ରାଧିକୃତ ସେବାୟତ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    75 %
    2.9kmh
    100 %
    Thu
    29 °
    Fri
    25 °
    Sat
    23 °
    Sun
    30 °
    Mon
    29 °

    ସମ୍ବନ୍ଧିତ