Wednesday, September 16, 2026
31.5 C
Odisha

    ଆଜି ମହାକୁମ୍ଭରେ ଶେଷ ଅମୃତ ସ୍ନାନ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ଆସନ୍ତାକାଲି ମହାଶିବରାତ୍ରୀରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହେବ ପୂର୍ଣ୍ଣ ମହାକୁମ୍ଭ। ୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବେ ପ୍ରୟାଗରାଜରେ ବୁଡ଼ ପକାଇବା ପାଇଁ ଏକାଠି ହୋଇଛନ୍ତି। ଅପରପକ୍ଷରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ଆଜି ଅପରାହ୍‌ଣ ୪ଟାରୁ ପ୍ରୟାଗରାଜରେ ପ୍ରବେଶ କରୁଥିବା ଗାଡ଼ି ଉପରେ କଡ଼ା କଟକଣା ଲଗାଯାଇଛି। ଜାନୁଆରି ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିବା ମହାକୁମ୍ଭ ଦେଢ଼ମାସ ପରେ ଆସନ୍ତାକାଲି ଶେଷ ହେବ। ଅସ୍ଥା ଓ ବିଶ୍ୱାସର ପ୍ରତୀକ ମହାକୁମ୍ଭରେ ଏହା ଭିତରେ କୋଟି କୋଟି ଲୋକ ସଙ୍ଗମରେ ବୁଡ଼ ପକାଇ ସାରିଛନ୍ତି। ପ୍ରୟାଗରାଜରେ ପ୍ରତିଦିନ ବୁଡ଼ ଚାଲିଥିଲେ ହେଁ ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା, ବସନ୍ତ ପଞ୍ଚମୀ, ମାଘ ପୂର୍ଣ୍ଣିମାରେ ଅମୃତ ସ୍ନାନ ପାଇଁ ଭୀଷଣ ଭିଡ଼ ହେଉଛି। ଆସନ୍ତାକାଲି ଶେଷ ଅମୃତ ସ୍ନାନ ପାଇଁ ଦେଶ ଓ ବିଦେଶର ଲୋକମାନେ ପ୍ରୟାଗରାଜକୁ ଛୁଟି ଆସୁଛନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ବହୁ ଦାତବ୍ୟ ସଂସ୍ଥା ନିଜର ସେବା ଦେଉଛନ୍ତି। ବୁଡ଼ ପାଇଁ ସଙ୍ଗମରେ ବହୁ ସଂଖ୍ୟାରେ ଘାଟ ରହିଛି। ହେଲେ ଗଙ୍ଗା, ଯମୁନା ଓ ସରସ୍ୱତୀ(ଅଦୃଶ୍ୟ)ର ମିଳନସ୍ଥଳରେ ହିଁ ବୁଡ଼ ଓ ଶ୍ରାଦ୍ଧ ପାଇଁ ବିଶ୍ୱାସ ଥିବାରୁ ହଜାର ହଜାର ଲୋକ ଡଙ୍ଗାରେ ଯାଇ ନଦୀର ମିଳନ ସ୍ଥଳରେ ହିଁ ବୁଡ଼ ପକାଉଛନ୍ତି। ସେହିପରି ବୁଡ଼ ପକାଉଥିବା ଲୋକଙ୍କ ଉପରେ ଡ୍ରୋ୍‌ନ ଓ ହେଲିକପ୍ଟର ସାହାଯ୍ୟରେ ନଜର ରଖାଯାଉଛି। ସଙ୍ଗମସ୍ଥଳରେ ଏ୍‌ନଡିଆରଏଫ୍ ଟିମ୍ ମଧ୍ୟ ଡଙ୍ଗାରେ ପ୍ରସ୍ତୁତ ହୋଇ ରହିଛନ୍ତି। ମହାକୁମ୍ଭ ପାଇଁ ପ୍ରୟାଗରାଜରେ ବହୁ ସ୍ଥାନରୁ ବିଭିନ୍ନ ଆଖଡ଼ା ସଙ୍ଗମକୁ ଛୁଟି ଆସିଥିଲେ। ଯଦିଓ ଏହା ଭିତରେ ସେମାନେ ସଙ୍ଗମ ସ୍ଥଳ ଛାଡ଼ି ସାରିଛନ୍ତି, ତଥାପି ଆଖଡ଼ା ପରିସର ଏବେ ବି ଲୋକଙ୍କ ପାଇଁ ଆକର୍ଷଣର ପ୍ରମୁଖ କେନ୍ଦ୍ର ବିନ୍ଦୁ ହୋଇ ରହିଛି। ମହାକୁମ୍ଭର ଡିଜିଟାଲ୍‌ ଅନୁଭୂତି
    ବିଶ୍ୱାସ ଓ ଆଧ୍ୟାତ୍ମିକତାର ମହାନ ପର୍ବ, ମହାକୁମ୍ଭକୁ ଚଳିତ ବର୍ଷ ଡିଜିଟାଲ୍ ମହାକୁମ୍ଭ ଭାବେ ବିକଶିତ କରାଯାଇଛି। ଏହି କ୍ରମରେ, ମେଳା ଅଞ୍ଚଳର ସେକ୍ଟର-୪ରେ ନିର୍ମିତ ଡିଜିଟାଲ୍ ଅନୁଭୂତି ଆକର୍ଷଣର କେନ୍ଦ୍ର ପାଲଟିଛି। ମହାକୁମ୍ଭକୁ ଆସୁଥିବା ଭକ୍ତମାନଙ୍କୁ ଏଆଇ, ଭର୍ଚୁଆଲ୍ ରିଆଲିଟି ଓ ହୋଲୋଗ୍ରାମର ସର୍ବଶେଷ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ସନାତନ ଧର୍ମର ପ୍ରାଚୀନ ପୌରାଣିକ କାହାଣୀ ଏବଂ ବିଶ୍ୱାସ ସହିତ ପରିଚିତ କରାଇଛି। ବିଶେଷ ଭାବରେ ଯୁବ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଏହି କେନ୍ଦ୍ର ଆକର୍ଷିତ କରିଛି। ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ୱତନ୍ତ୍ର ଅତିଥି ଭାବେ ଭୁଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲଙ୍କ ସମେତ ୩.୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଡିଜିଟାଲ୍ ଅନୁଭୂତି କେନ୍ଦ୍ରର ଅନୁଭୂତି ନେଇସରିଛନ୍ତି। ସେହିପରି ଏଥିରୁ ପ୍ରାୟ ୧.୭୫ କୋଟି ଟଙ୍କାର ରାଜସ୍ୱ ମିଳିଛି। ୧୨ଟି ଗ୍ୟାଲେରିରେ ବିସ୍ତାରିତ ଡିଜିଟାଲ୍ ଅନୁଭୂତି କେନ୍ଦ୍ର ମହାକୁମ୍ଭ, ସମୁଦ୍ର ମନ୍ଥନ, ଯମୁନା ନଦୀ, ପ୍ରୟାଗ ମାହାତ୍ମ୍ୟର ପୌରାଣିକ କାହାଣୀଗୁଡ଼ିକୁ ଏକ ଦିବ୍ୟ ଓ ମହାନ ଢଙ୍ଗରେ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଉପସ୍ଥାପନ କରାଯାଇଛି।

    କଳା ଓ ସଂସ୍କୃତିର ଅଦ୍ଭୁତ ସଙ୍ଗମ ‘କଳାଗ୍ରାମ’
    ପ୍ରୟାଗରାଜର ସେକ୍ଟର ୨୫ରେ ପ୍ରତିଷ୍ଠା ହୋଇଛି କଳାଗ୍ରାମ। ୧୦ ଏକର ପରିମିତ ଅଞ୍ଚଳରେ ପ୍ରତିଦିନ ୧୨୦ କଳାକାର ନିଜ କଳା ପ୍ରଦର୍ଶନ କରୁଛନ୍ତି। ଏହା ଭିତରେ ସାଢେ଼ ୪ହଜାର କଳାକାର ନିଜ କଳା ପ୍ରଦର୍ଶନ କରିସାରିଲେଣି। ଓଡ଼ିଶାରୁ ଗୋଟି ପୁଅ, ସମ୍ବଲପୁରୀ ଆଉ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଛି। ଗତକାଲି ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସାଏ ବାନି.. ଲାଏ ବାନି.. ଆହା ମୋର ଧନୀ… ସଙ୍ଗୀତ ସାଙ୍ଗକୁ ଘୁମୁରା ପ୍ରଦର୍ଶିତ ହୋଇଥିଲା। କଳାଗ୍ରାମର ପ୍ରମୁଖ ଆକର୍ଷଣ ରହିଛି ଡିଜିଟାଲ ଷ୍ଟୁଡିଓରେ ଗଙ୍ଗା ମାତାଙ୍କ ଉତ୍ପତି ହେବାର ବର୍ଣ୍ଣନା। ସେହିପରି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଶାଳ ପେଣ୍ଟିଂ ଅନ୍ୟତମ ପ୍ରମୁଖ ଆକର୍ଷଣ ପାଲଟିଛି। ଏହାସହ ବିଭିନ୍ନ ରାଜ୍ୟର କଳାକୃତି, ଆଧ୍ୟାତ୍ମିକ ପୁସ୍ତକ, ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଢଙ୍ଗରେ ପୂଜା ପାଉଥିବା ଗଙ୍ଗା ମାତାଙ୍କ ବିଭିନ୍ନ ରୂପର ଫଟୋ ଲାଗିଛି। ହରିଦ୍ୱାରରେ ହୋଇଥିବା କୁମ୍ଭ ସମୟରେ ପ୍ରଥମ ବିଶ୍ୱଯୁଦ୍ଧର କ’ଣ ପ୍ରଭାବ ଥିଲା ତାହାର ଏକ ରିପୋର୍ଟ ମଧ୍ୟ ଚିତ୍ର ଆକାରରେ ପ୍ରକାଶ ପାଇଛି।

    ବୋହି ନେଉଛନ୍ତି ସଙ୍ଗମ ପାଣି
    ପ୍ରୟାଗରାଜରେ ବୁଡ଼ ପକାଇବାକୁ ଆସୁଥିବା ଲୋକମାନେ ପବିତ୍ର ପାଣି ନେବାକୁ ଭୁଲୁ ନାହାନ୍ତି। ବୁଡ଼ ପକାଇବା ପରେ ବୋତଲରେ ପାଣି ଭରି ନେଉଛନ୍ତି। ଯେଉଁମାନେ ଟ୍ରେନ୍‌ କିମ୍ବା ଗାଡ଼ିରେ ଆସୁଛନ୍ତି ସେମାନେ ବଡ଼ ବୋତଲରେ ପାଣି ନେବାକୁ ପସନ୍ଦ କରୁଛନ୍ତି। ମାତ୍ର ବିମାନରେ ଆସୁଥିବା ଲୋକମାନେ ବିମାନରେ ଥିବା କଟକଣା ପାଇଁ ଛୋଟ ବୋତଲରେ ପାଣି ନେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.5 ° C
    31.5 °
    31.5 °
    61 %
    2.2kmh
    39 %
    Wed
    31 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ