Sunday, October 4, 2026
29.6 C
Odisha

    ଆଜି ମହାଦେବଙ୍କୁ ଅର୍ପଣ କରନ୍ତୁ ଏହି ୩ଟି ଦିବ୍ୟ ବସ୍ତୁମିଳିବ ଅପୂର୍ବ ଲାଭ

    ଆଗକୁ ପଢନ୍ତୁ

    ଆଜି ହେଉଛି ଜୁଲାଇ ୨୨ ତାରିଖ, ଶ୍ରାବଣମାସର ପ୍ରଥମ ସୋମବାର ଏବଂ ଆଜିର ଦିନରୁ ଆରମ୍ଭ ହେଉଛି କାଉଡିଆ ଯାତ୍ରା l ସବୁମାସ ଅପେକ୍ଷା ଶ୍ରାବଣ ମାସ ସୋମବାରରେ ଶିବଲିଙ୍ଗରେ ଜଳାଭିଷେକ କରିବାର ରହିଛି ଅନେକ ମହତ୍ୱ l ଆଜିର ଦିନରେ ବିଶେଷ ଦୁଗ୍ଧ, ଦହି , ମହୁ , ଘୃତ, ଗଙ୍ଗାଜଳ ରେ ଅଭିଷେକ କରାଯାଇ ଥାଏ ମହାଦେବ ଙ୍କ କୃପା ଲାଭ କରିବା ପାଇଁ lଶ୍ରାବଣ ସୋମବାରରେ ଜଳ ଅଭିଷେକ କରିବାର ମଧ୍ୟ ରହିଛି ଅନେକ ମାହାତ୍ମ୍ୟ, ମାନ୍ୟତା ରହିଛି ଯେ ସମୁଦ୍ର ମନ୍ଥନ ସମୟ ରେ ଯେଉଁ ବିଷ ଉତ୍ପନ୍ନ ହୋଇଥିଲା ତାହାକୁ ମହାଦେବ ସେବନ କରିଥିଲେ ଏବଂ ସେତେବେଳେ ମହାଦେବଙ୍କ ଗଳା ନୀଳ ପଡିଯାଇଥିଲା ଏବଂ ସେତେବେଳେ ଶୀତଲତା ଲାଭ କରିବା ପାଇଁ ଏବଂ ବିଷର ଉଷ୍ଣତାକୁ ହ୍ରାସ କରିବା ପାଇଁ ସମସ୍ତ ଦେବତା ତାଙ୍କୁ ଜଳ ଅଭିଷେକ କରିଥିଲେ lତେଣୁ ମହାଦେବଙ୍କୁ ସମସ୍ତ ପୂଜାରେ ଜଳ ଅର୍ପଣ କରାଯାଇ ଥାଏ lକିନ୍ତୁ ଶ୍ରବଣ ସୋମବାର ରେ ବିଶେଷ ଭାବରେ ୩ଟି ଦିବ୍ୟ ବସ୍ତୁ ନିହାତି ଅର୍ପଣ କରିବା ଜରୁରୀ l  ଯାହାଦ୍ୱାରା ବ୍ରତ ଧାରୀଙ୍କର ସମସ୍ତ ଇଛା ପୂରଣ ହୋଇଥାଏ l ଏହି ୩ଟି ଦିବ୍ୟ ବସ୍ତୁ ହେଲା –

    ଅରଖ ଫୁଲ : ଅରଖ ଫୁଲ ମହାଦେବଙ୍କର ଖୁବ ପ୍ରିୟ ଅଟେ, ଏବଂ ଏହାକୁ ଅର୍ପଣ କରିବା ଦ୍ୱାରା ମହାଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି ଏବଂ ବ୍ରତ ଧାରୀଙ୍କର ସମସ୍ତ ଇଛା ପୁରଣ ହୋଇଥାଏ l

    ଭସ୍ମ : ମହାଦେବଙ୍କୁ ଭସ୍ମ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l ଯେତେବେଳେ ମା ସତୀ ମହାଦେବଙ୍କ ଅପମାନ ସହି ନପାରି ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ନିଜକୁ ଅଗ୍ନିରେ ଝାସ ଦେଇଥିଲେ, ସେହି ସମୟରେ ମହାଦେବ ଦୁଃଖରେ ମ୍ରିୟମାଣ ହୋଇ ସେହି ଭସ୍ମକୁ ନିଜ ଶରୀରରେ ଲେପ କରିଥିଲେ , ସେଥିପାଇଁ ମହାଦେବଙ୍କର ପ୍ରିୟ ଅଟେ ଭସ୍ମ । ହୋଇଥାଏ l

    ମିଶ୍ରି : ଏହା ସ୍ଵାଦରେ ମିଠା ହୋଇଥିଲେ ମଧ୍ୟ ଏହା ମହାଦେବଙ୍କୁ ଖୁବ ପ୍ରିୟ ଅଟେ, ତେଣୁ ଯେତେବେଳେ ମହାଦେବଙ୍କ ନିକଟରେ ଦୁଗ୍ଧ ଅଭିଷେକ ପାଇଁ ଅର୍ପଣ କରିବାକୁ ନେଉଛନ୍ତି ସେହି ସମୟରେ ଦୁଇ ବୁନ୍ଦା ମହୁ ମଧ୍ୟ ସେଥିରେ ମିଶାଇ ନିଅନ୍ତୁ l  ମହାଦେବଙ୍କ କୃପା ଲାଭ କରିବେ ଏବଂ ଜୀବନର ସମସ୍ତ କଷ୍ଟ ଦୂର ହେବ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ