Saturday, August 22, 2026
25.3 C
Odisha

    ଆଜି ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦ ପାଣି

    ଆଗକୁ ପଢନ୍ତୁ

    କଟକ : ଚଳିତ ବର୍ଷହୀରାକୁଦ ଡ୍ୟାମ ଛାଡ଼ି ଥିବା ପ୍ରଥମ ବନ୍ୟାଜଳ ଆଜି କଟକ ମୁଣ୍ଡଳୀରେ ପହଞ୍ଚିବ । ହୀରାକୁଦ ଡ୍ୟାମରୁ ଛାଡ଼ାଯାଇଥିବା ବନ୍ୟାଜଳ ଧୀରେ ଧୀରେ ତଳମୁଣ୍ଡ ଅଞ୍ଚଳକୁ ପ୍ରବାହିତ ହେଉଛି । କଟକ ମୁଣ୍ଡଳୀ ବ୍ରିଜ ଦେଇ ଏବେ ସେକେଣ୍ଡ ପିଛା ୯୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦ ଡ୍ୟାମର ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ଯାଜଳ । ସେହିପରି ନରାଜ ବ୍ୟାରେଜ ଦେଇ କାଠଯୋଡ଼ି ନଦୀକୁ ଛଡ଼ା ଯାଉଛି ୩୦ ହଜାର କ୍ୟୁସେକ ଜଳ । ଅବଶିଷ୍ଟ ଜଳ ମହାନଦୀ ଦେଇ ପ୍ରବାହିତ ହେଉଛି । ସମସ୍ତ ୪୬ ଟି ଯାକ ଗେଟ୍ ଆଂଶିକ ଭାବରେ ଖୋଲା ରଖାଯାଇଥିବା ଜଣାପଡିଛି । ଉଭୟ ବ୍ୟାରେଜ୍‌ରେ ବିପଦ ସଙ୍କେତ ତଳେ ରହିଛି ଜଳସ୍ତର । ତଥାପି ନଦୀକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି ଏବଂ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    93 %
    0.7kmh
    100 %
    Sat
    26 °
    Sun
    29 °
    Mon
    29 °
    Tue
    28 °
    Wed
    30 °

    ସମ୍ବନ୍ଧିତ