Wednesday, October 7, 2026
27.2 C
Odisha

    ଆଜି ରାଜ୍ୟସଭା ନିର୍ବାଚନ, ୪ ଆସନ ପାଇଁ ହେବ ମତଦାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜି ରାଜ୍ୟସଭା ନିର୍ବାଚନ। ୪ ଆସନ ପାଇଁ ହେବ ମତଦାନ। ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଅପହରାହ୍ଣ ୫ଟାରେ ଗଣତି ହେବ। ମୈଦାନରେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର। ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର। ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ ଜଣାଇଛି ବିଜେପି। ସେହିଭଳି କମନ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା। ତାଙ୍କୁ ବିଜେଡି ଓ କଂଗ୍ରେସ ସମର୍ଥନ ଦେଉଛନ୍ତି। ସିପିଆଇଏମ ମଧ୍ୟ ସମର୍ଥନ ଦେଉଛି । ଚତୁର୍ଥ ଆସନ ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରେ ଲଢ଼େଇ ହେଉଛି। ଏହି ଆସନ ପାଇଁ ଛକାପଂଝା ଜାରି ରହିଛି।

    ଚତୁର୍ଥ ଆସନ ପାଇଁ ବିଜେପି ପାଖରେ ୨୨ ବଳକା ଭୋଟ ରହିଛି। କିନ୍ତୁ ବିଜେଡି ଓ କଂଗ୍ରେସ ପାଖରେ ରହିଛି ୩୩ ଭୋଟ। ବିଜେପି ତାର ଦୁଇ ପ୍ରାର୍ଥୀ ଓ ଦିଲ୍ଲୀପ ରାୟଙ୍କୁ ଜିତାଇବାକୁ ରଣନୀତି କରିଛି। ସେହିଭଳି ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ବିଜୟୀ କରିବାକୁ ବିଜେଡି ଓ କଂଗ୍ରେସ ବଡ଼ ରଣନୀତି କରିଛନ୍ତି। ଗତକାଲି ଦିନ ତମାମ ବିଜେଡି, ବିଜେପି ଓ କଂଗ୍ରେସ ଶିବିର ବେଶ୍ ତତ୍ପର ଥିଲା। ନିୟମ ଅନୁସାରେ ବିଧାୟକମାନେ କାହାକୁ ଭୋଟ ଦେଲେ ସେମାନେ ନିଜ ନିଜ ଦଳର ଏଜେଣ୍ଟଙ୍କୁ ଦେଖାଇ ଭୋଟ ଦେବେ। ନହେଲେ ଭୋଟ ନାକଚ ହେବ। ବିଜେପିର ଏଜେଣ୍ଟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପୃଥ୍ବୀରାଜ ହରିଚନ୍ଦନ ହୋଇଛନ୍ତି। ବିଜେଡିର ଏଜେଣ୍ଟ ପ୍ରତାପ ଦେବ ଓ କଂଗ୍ରେସ ଏଜେଣ୍ଟ ନିଯୁକ୍ତ ହୋଇଛନ୍ତି ଭକ୍ତ ଚରଣ ଦାସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ