Thursday, April 2, 2026
26 C
Odisha

    ଆଜି ରୁକୁଣା ରଥଯାତ୍ରା, ଅପରାହ୍ନ ସାଢ଼େ ୩ଟାରୁ ରଥଟଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ପବିତ୍ର ଅଶୋକାଷ୍ଟମୀ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଏକାମ୍ରକ୍ଷେତ୍ର ଭୁବନେଶ୍ୱର । ମହାପ୍ରଭୁଙ୍କ ନୀତିନିର୍ଘଣ୍ଟ ଅନୁସାରେ ଅପରାହ୍ନ ସାଢ଼େ ୩ଟାରୁ ଆରମ୍ଭ ହେବ ରଥଟଣା। ମାଉସୀମା’ ଘରକୁ ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ। ସେଠାରେ ୪ ଦିନ ରହିବା ପରେ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥ ଟଣା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ନୀତି ନିର୍ଘଣ୍ଟ ଅନୁସାରେ, ଭୋର ୫ଟାରୁ ୫ଟା ୩୦ ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ହେବ। ଭୋର ସାଢ଼େ ୫ଟାରୁ ସକାଳ ୬ଟା ୩୦ ମଧ୍ୟରେ ସାହାଣମେଲା ଦର୍ଶନ, ରୋଷ ହୋମ ଓ ପାକ କାର୍ଯ୍ୟ ସମ୍ପନ୍ନ ହେବ। ସାଢ଼େ ୬ରୁ ୭ଟା ମଧ୍ୟରେ ଛାମୁ ପରିଷ୍କାର କରାଯିବ। ସେହିପରି ମହାପ୍ରଭୁଙ୍କ ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ସକାଳ ୭ଟାରୁ ୮ଟା ମଧ୍ୟରେ ହେବ। ଶ୍ରୀଜୀଉଙ୍କ ସକାଳ ଧୂପ ସକାଳ ୮ଟାରୁ ୯ଟା ୧୫ ମଧ୍ୟରେ କରାଯିବ। ଯାତ୍ରାପୂଜା ମଧ୍ୟାହ୍ନରୁ ଅପରାହ୍ନ ୧୨ଟା ୩୦ ମଧ୍ୟରେ କରାଯିବ। ଶ୍ରୀଜୀଉଙ୍କ ପହଣ୍ଡି ଓ ରଥାରୂଢ଼ ଅପରାହ୍ନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ହେବ। ଅପରାହ୍ନ ସାଢ଼େ ୧ଟାରୁ ୩ଟା ୩୦ ମଧ୍ୟରେ ରଥରେ ପୂଜା କାର୍ଯ୍ୟ ସରିବା ପରେ ରଥଟଣା ଆରମ୍ଭ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ