କମ୍ ଦାମରେ ଭଲ ସ୍ମାର୍ଟଫୋନ ଧରିବାକୁ ସମସ୍ତଙ୍କ ମନ ଥାଏ । ୟୁଜର୍ସମାନଙ୍କ ଏହି ଆଗ୍ରହକୁ ଦେଖି ବିଭିନ୍ନ କମ୍ପାନୀ ଦମଦାର ଫୋନ୍ ସବୁ ଲଞ୍ଚ କରୁଛନ୍ତି । ତେବେ ୟୁଜର୍ସଙ୍କ ପାଇଁ ଆଜି ଲଞ୍ଚ ହେବାକୁ ଯାଉଛି Nothingର CMF Phone 2 Pro । ଗତ ମାସରେ କମ୍ପାନୀ ଫୋନ୍ 3a ଏବଂ 3a Pro ଲଞ୍ଚ କରିଥିଲା । ଏହି ଫୋନଟି ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରୁ କିଣାଯାଇପାରିବ । ବର୍ତ୍ତମାନ କମ୍ପାନୀ ଦ୍ୱାରା ସେଲ୍ ତାରିଖ ଘୋଷଣା କରାଯାଇ ନାହିଁ । ଏହି ଫୋନ୍ ସହିତ କମ୍ପାନୀ ୩ଟି ନୂଆ ଅଡିଓ ପ୍ରଡକ୍ଟ CMF Buds 2, CMF Buds 2a, ଏବଂ CMF Buds 2 Plus ମଧ୍ୟ ଉପସ୍ଥାପନ କରିବ ।
CMF Phone 2 Pro ଖାସ୍ କରି ଗେମିଂ ଏବଂ ସ୍ପିଡ୍ ପରଫରମାନ୍ସ ପାଇଁ ଡିଜାଇନ୍ କରାଯାଇଛି । ଏହି ସ୍ମାର୍ଟଫୋନର କ୍ୟାଚ୍ ସାମ୍ପଲିଂ ରେଟ୍ ହେଉଛି ୧୦୦୦Hz । ଏହି କାରଣରୁ ସ୍ମାର୍ଟଫୋନର ସ୍କ୍ରିନ୍ ବହୁତ ରେସପନସିଭ୍ । ଏହା ବ୍ୟତୀତ, ସ୍ମାର୍ଟଫୋନର ନେଟୱାର୍କ ପରଫରମାନ୍ସରେ ୫୩% ଉନ୍ନତି ହୋଇଥିବା କୁହାଯାଉଛି । ଫୋନର ଡିଜାଇନ୍ ବହୁତ ସ୍ଲିମ୍ ଏବଂ ହାଲୁକା ହେବ। ଯେଉଁଥିପାଇଁ ଯାତ୍ରା କିମ୍ବା ଦୈନନ୍ଦିନ ବ୍ୟବହାର ପାଇଁ ଏହି ଫୋନ୍ ଭଲ ଅପ୍ସନ ହୋଇପାରେ । CMF Phone 2 Pro ରେ MediaTek ର Dimensity ୭୩୦୦ Pro ପ୍ରୋସେସର ଦେଖିବାକୁ ମିଳିବ ।
କମ୍ପାନୀ ଅନୁଯାୟୀ ନୂଆ ଚିପସେଟ୍ ଗତ ବର୍ଷର CMF ଫୋନ୍ 1 ଅପେକ୍ଷା ଭଲ ପରଫରମାନ୍ସ ଦେବ । ଏହା ବ୍ୟତୀତ ସ୍ମାର୍ଟଫୋନରେ ନେକ୍ସଟ୍ ଜେନେରେସନର NPU ଦେଖାଯିବ ଯାହା ପ୍ରତି ସେକେଣ୍ଡରେ ୪.୮ ଟ୍ରିଲିୟନ କାର୍ଯ୍ୟ କରିପାରିବ। କ୍ୟାମେରା ବିଷୟରେ କହିବାକୁ ଗଲେ, ସ୍ମାର୍ଟଫୋନର ପଛପଟେ ତିନୋଟି କ୍ୟାମେରା ରହିବ ଯେଉଁଥିରେ ଏକ ୫୦-ମେଗାପିକ୍ସେଲ ପ୍ରାଇମେରୀ ସେନ୍ସର, 2x ଅପ୍ଟିକାଲ୍ ଜୁମ୍ ସହିତ ଏକ ୫୦-ମେଗାପିକ୍ସେଲ ଟେଲିଫଟୋ ଲେନ୍ସ ଏବଂ ୮ ମେଗାପିକ୍ସେଲର ଅଲଟ୍ରା-ୱାଇଡ୍ ଲେନ୍ସ ରହିବ ।
କିନ୍ତୁ ଏହି ଫୋନର ପୁରା ସ୍ପେସିଫିକେସନ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, ଫୋନରେ ପ୍ଲାଷ୍ଟିକ୍ ସାଇଡ୍, ଏକ ସ୍କ୍ରୁ ସହିତ ଯୋଡ଼ାଥିବା ବ୍ୟାକ୍ ଡିଜାଇନ୍ ଏବଂ ଏକ ମ୍ୟାଟ୍ ଫିନିଶ୍ ସହିତ ଏକ ଚକଚକିଆ ଲୁକ୍ ରହିବ । ରିପୋର୍ଟ ଅନୁସାରେ CMF Phone 2 Proର ମୂଲ୍ୟ ପ୍ରାୟ ୨୦,୦୦୦ ଟଙ୍କା ହୋଇପାରେ ।