Tuesday, March 31, 2026
38.2 C
Odisha

    ଆଜି ଶ୍ରୀମନ୍ଦିର ନିବେଶ କମିଟି ବୈଠକ

    ଆଗକୁ ପଢନ୍ତୁ

    ପୂରୀ : ଆଜି ଶ୍ରୀମନ୍ଦିର ନିବେଶ କମିଟି ବା ପୁଞ୍ଜି ବିନିଯୋଗ କମିଟି ବୈଠକ। ମହାପ୍ରଭୁଙ୍କର ଦାନ ଅର୍ଥରୁ ନିବେଶ ହୋଇଥିବା ଦୁଇଟି ସ୍ଥାୟୀ ଜମାର ମାଚ୍ୟୁରିଟି ତାରିଖ ରହିଛି । ପ୍ରାୟ ୫୯୨ କୋଟି ଟଙ୍କାର ସ୍ଥାୟୀ ଜମାର ମାଚ୍ୟୁରିଟି ହେବ । ତେଣୁ ଏହାକୁ ଆଗାମୀ ଦିନରେ କେଉଁ କ୍ଷେତ୍ରରେ ନିବେଶ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

    ସୂଚନାଯୋଗ୍ୟ, କିଛି ମାସ ତଳେ ରାଜ୍ୟ ସରକାରଙ୍କ ଅନୁମୋଦନ ଆସିବା ପରେ ଶୁଭ ବେଳାରେ ଗଣତି ମଣତି ଆରମ୍ଭ ହେଇଥିଲା ।  ତାରିଖ ସ୍ଥିରିକୃତ ହୋଇ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି କୁହାଯାଇଥିଲା ।  ଗଣତିମଣତି ବେଳେ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହୋଇନଥିଲା ।  ବାହାରକାଠରୁ ଦର୍ଶନ ହୋଇଥିଲା ।  ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଥିଲେ ।  ସେହିପରି ଗୁଣ୍ଡିଚା ମନ୍ଦିର ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।  ଗୁଣ୍ଡିଚା ମନ୍ଦିରକୁ ଆଉ ନିଲାମ ଦିଆଯାଇନଥିଲା ।  ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୁଲି ଦେଖିବା ପରେ ଗୁଣ୍ଡିଚା ମନ୍ଦିର ଖୋଲିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    20 %
    3.1kmh
    0 %
    Tue
    38 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ