Thursday, November 19, 2026
17.6 C
Odisha

    ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ

    ଆଗକୁ ପଢନ୍ତୁ

    ପୁରୀ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟା ୩୦ରେ ବସିବ ବୈଠକ । ଗତ ୩୧ରେ ଅନୁଷ୍ଠିତ ଛତିଶା ନିଯୋଗ ଓ ନୀତି ସବ୍-କମିଟି ବୈଠକର ବିବରଣୀ ଅନୁମୋଦନ ତଥା ଶ୍ରୀଜୀଉଙ୍କ ଚଳିତବର୍ଷ ଅନୁଷ୍ଠିତ ହେବାକୁ ଥିବା ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡାଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀ ଅନୁମୋଦନ କରାଯିବ।

    ସେହିପରି ଗତ ପରିଚାଳନା କମିଟି ବୈଠକ ପରେ ଅନୁଷ୍ଠିତ ବିଭିନ୍ନ ସବ୍-କମିଟି ଯଥା ପ୍ରକଳ୍ପ ସାଂସ୍କୃତିକ ସବ୍-କମିଟି ଓ ପ୍ରକଳ୍ପ ବୈଷୟିକ ସବ୍-କମିଟି ଯୁଗ୍ମ ବୈଠକର ବିବରଣୀ ଏବଂ ନୀତି ସବ୍-କମିଟି ବୈଠକର ବିବରଣୀ ଅନୁମୋଦନ ତଥା ଶ୍ରୀମନ୍ଦିର ସୁରକ୍ଷା ସବ୍-କମିଟି ବୈଠକର ବିବରଣୀ ଉପରେ ଆଲୋଚନା କରାଯିବ l ଶ୍ରୀମନ୍ଦିର ସୁରକ୍ଷା ଓ ନୀତି କାନ୍ତି ଶୃଙ୍ଖଳିତ ନେଇ ମଧ୍ୟ ହେବ ଆଲୋଚନା ।

    ଏହାସହ ବୈଠକରେ ଜୁନ୍ ମାସରେ କେଉଁ କେଉଁ ଦିନ ଭିତର ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଗଣତି କରାଯିବ ତାହା ଉପରେ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ତାରିଖ ନିର୍ଧାରିତ ହେବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.6 ° C
    17.6 °
    17.6 °
    84 %
    1.5kmh
    100 %
    Thu
    18 °
    Fri
    19 °
    Sat
    24 °
    Sun
    27 °
    Mon
    27 °

    ସମ୍ବନ୍ଧିତ