Saturday, April 4, 2026
38.1 C
Odisha

    ଆଜି ସରୁଛି ରାସନ କାର୍ଡ ଇ-କେଓ୍ବାଇସି ଡେଡ୍‌ଲାଇନ୍

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: ରାସନ କାର୍ଡ ଇ-କେଓ୍ବାଇସି ପାଇଁ ଆଜି ପୂରୁଛି ଡେଡଲାଇନ୍ । ତେଣୁ ଯେଉଁ ହିତାଧିକାରୀମାନେ ଇ-କେଓ୍ବାଇସି କରିନାହାନ୍ତି। ଆଜି ହିଁ କରିଦିଅନ୍ତୁ। ଆଉ ଯେଉଁମାନେ ନ କରିବେ , ତାକୁ ସରେଣ୍ଡର କରାଗଲା ବୋଲି ଧରିନିଆଯିବ। ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ପରେ ଆଉ ସମୟ ସୀମା ବଢାଯିବ ନାହିଁ। ରାଜ୍ୟରେ ଆହୁରି ଲକ୍ଷାଧିକ ହିତାଧିକାରୀ ଇ-କେଓ୍ବାଇସି କରିନଥିଲେ। ସେମାନଙ୍କ ମଧ୍ୟରୁ କିଛି ଡେଡଲାଇନ୍ ବୃଦ୍ଧି ପାଇଁ ଲିଖିତ ଭାବେ ଜଣାଇବା ପରେ ସରକାର ଗତ ୩୦ ତାରିଖରେ ସମୟ ସୀମାକୁ ସମ୍ପ୍ରସାରଣ କରିଥିଲେ। ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ, ଓ ଯୋଗ୍ୟ ହିତାଧିକାରୀ ଙ୍କୁ ନୂଆ ରାସନ କାର୍ଡ ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗତ ଜୁନ୍ ମାସରୁ ଇକେଓ୍ବାଇସି ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥି​‌ଲେ।ଯାହାର ଡେଡଲାଇନ୍ ପ୍ରଥମେ ଡିସେମ୍ବର ୩୧ , ଜାନୁଆରୀ ୧୫, ଜାନୁଆରୀ ୩୧ ପରେ ଫେବୃଆରୀ ୧୪ ଯାଏଁ ଚତୁର୍ଥଥର ବୃଦ୍ଧି କରିଥିଲେ ରାଜ୍ୟ ସରକାର। ରାସନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକ ଚଞ୍ଚକତା କରି ରାସନ କାର୍ଡ ହାତେଇଛନ୍ତି। ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ନଫେରାଇଲେ କାର୍ଯ୍ୟାନୁଷ୍ଠାନ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ