Sunday, July 6, 2025
24.5 C
Odisha

    ଆଜି ହରିଶୟନ ଏକାଦଶୀ, କାଳିଆକୁ ଲାଗୁ ହେବ ଚୁଡ଼ାଘଷା

    ଆଗକୁ ପଢନ୍ତୁ

    ପୁରୀ: ଆଜି ହରିଶୟନ ଏକାଦଶୀ, ମୋ ଜଗା ଖାଇବ ଚୁଡାଘଷା । ରଥ ଯାତ୍ରା ଆସିଲେ ଲୋକରଣ୍ୟ ହୋଇ ଉଠେ ଶ୍ରୀକ୍ଷେତ୍ର। ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ସମ୍ପର୍କର ସେତୁ ବଢିବା ଲାଗିଥାଏ । ତେବେ ଅନେକ ଭକ୍ତ ଅଛନ୍ତି ଯେଉଁମାନେ ବଡ଼ ଦାଣ୍ଡ ରେ ମହାପ୍ରଭୁ ଙ୍କୁ ଚୁଡାଘଷା ଭୋଗ ଅର୍ପଣ କରିଥାନ୍ତି । ଶ୍ରୀକ୍ଷେତ୍ରରେ ଲୀଳା କରୁଛନ୍ତି ମହାପ୍ରଭୁ । ଠାକୁର ରଥାରୁଢ ହେବା ପରେ ବଡ ଦାଣ୍ଡରେ ଲାଗିଛି ଗହଳି ଚହଳି । ଠାକୁରଙ୍କ ଦର୍ଶନ ସାଙ୍ଗକୁ ଭୋଗ ଟିକିଏ ପାଇବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ରହି ଥାଏ । ବାପା ଜେଜେ ଅମଳରୁ ପୁରୀ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଚୁଡାଘସା ଭୋଗ କରିଥାନ୍ତି । ତେବେ ବହୁ ପୁରାତନ କାଳରୁ ଏହି ପରମ୍ପରା ରହିଥିବା ବେଳେ ଏହାକୁ ପରବର୍ତ୍ତୀ ପିଢ଼ି ଭାବରେ ପାଳନ କରୁ ଅଛୁ ବୋଲି ଭକ୍ତ ମାନେ କହିଛନ୍ତି ।

    ବଡ ଦାଣ୍ଡରେ ଠାକୁରଙ୍କ ରଥ ପଛ ପଟେ ନଡ଼ିଆ ଗୁଡ ଚୁଡା ଗୁଜୁରାତି ଅଳେଇଚ କର୍ପୁର ଆଦି ବିକ୍ରି କରାଯାଉଥିବା ବେଳେ ଭକ୍ତମାନେ ଏଠାରୁ ଏହାକୁ କିଣି ଚୁଡା ଘଷିବା ସହିତ ପୂଜାର୍ଚ୍ଚନା କରିବା ପାଇଁ ଦେଇ ଥାନ୍ତି । ପୂଜା ପଣ୍ଡାଙ୍କ ଦ୍ୱାରା ପୂଜା କରାଯିବା ସହିତ ପ୍ରଭୁ ଙ୍କୁ ଚୁଡା ଘସା ଭୋଗ ଅର୍ପଣ କରା ଯାଇଥାଏ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଏହି ପରମ୍ପରା ଆଗକୁ ଏମିତି ଜାରି ରହୁଥିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    86 %
    3.3kmh
    100 %
    Sun
    25 °
    Mon
    25 °
    Tue
    24 °
    Wed
    25 °
    Thu
    27 °

    ସମ୍ବନ୍ଧିତ