Saturday, October 10, 2026
24.4 C
Odisha

    ରାଜ୍ୟରେ କେମିତି ରହିଛି ବନ୍ୟା ସ୍ଥିତି?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଲଗାଣ ବର୍ଷାରେ ଏବେ ରାଜ୍ୟର ଅଧିକାଂଶ ଅଂଚଳରେ ବନ୍ୟା ସ୍ଥିତି ଦେଖାଦେଇଛି | ତେବେ ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ କହିଛନ୍ତି ଯେ ରେଙ୍ଗାଲି ଡ୍ୟାମରେ ଗତକାଲି ଗୋଟିଏ ଗେଟ ଖୋଲା ଯାଇଥିଲା। ଉପର ମୁଣ୍ଡରେ ବର୍ଷା ପାଇଁ ଆଜି ଆଉ ଏକ ଗେଟ ଖୋଲାଯାଇଛି। ବ୍ରାହ୍ମଣୀରେ ବନ୍ୟା ସ୍ଥିତି ନାହିଁ। ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି।ନିଷ୍ପତ୍ତି ହୋଇଛି ବର୍ତ୍ତମାନ ଆମେ ୧୨ଟି ଗେଟ ହୀରାକୁଦରେ ପର୍ଯ୍ୟାୟ କ୍ରମେ ଖୋଲିବୁ। ମହାନଦୀର ତଳମୁଣ୍ଡରେ କୌଣସି ବନ୍ୟା ନାହିଁ। ପାଣିପାଗ ବିଭାଗ ଆକଳନ ଅନୁଯାୟୀ ବର୍ଷା ଅଧିକ ନଥିଲା କିନ୍ତୁ ଗତକାଲି ପ୍ରବଳ ବର୍ଷା ହୋଇଛି। ବର୍ତ୍ତମାନ ୨ ଲକ୍ଷ କ୍ୟୁସେକ ଜଳ ହୀରାକୁଦକୁ ପ୍ରବେଶ କରୁଛି। ସନ୍ଧ୍ୟା ସୁଦ୍ଧା ୧୨ଟା ଗେଟ ଖୋଲିଲେ ୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବ। ଆଜି ଦିନରେ ହୀରାକୁଦ ଜଳଭଣ୍ଡାରରେ ୬୦୫ ଫୁଟ ଜଳ ରହିବା କଥା କିନ୍ତୁ ବର୍ତ୍ତମାନ ୬୦୯ ଫୁଟ ରହିଛି।

    ହୀରାକୁଦ ଜଳଭଣ୍ଡାରର କ୍ଷମତା ୬୩୦ ଫୁଟ। ତେଣୁ ଛତିଶଗଡ଼ରୁ ବନ୍ୟା ଜଳ ଆସିଲେ କୌଣସି ସମସ୍ୟା ନାହିଁ। ବୈତରଣୀରେ ବାଂଶପାଳରେ ବର୍ଷା ହୋଇଛି। କିନ୍ତୁ ବନ୍ୟା ସ୍ଥିତି ନାହିଁ। ବାଲେଶ୍ଵରରେ ସ୍ଥିତି ସାମାନ୍ୟ ରହିଛି | ସୁବର୍ଣ୍ଣରେଖା ରାଜଘାଟରେ ବିପଦ ସଙ୍କେତ ତଳେ ପାଣି ପ୍ରବାହିତ ହେଉଛି। ଉନ୍ନୟନ କମିଶନର ତଥା ଜଳସମ୍ପଦ ସଚିବ ଆସି ସମୀକ୍ଷା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ