Saturday, March 21, 2026
19 C
Odisha

    ଆଜି ହେବ ଶନିଦେବଙ୍କ ଗତି ପରିବର୍ତ୍ତନ, ଏହି ରାଶିମାନଙ୍କୁ ମିଳିପାରେ ଆଶ୍ବସ୍ତି

    ଆଗକୁ ପଢନ୍ତୁ

    ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ କର୍ମଫଳର ଦେବତା ଭାବେ ପୂଜା କରାଯାଏ । ଶନିଙ୍କୁ ନ୍ୟାୟର ପ୍ରତୀକ ମଧ୍ୟ ବିବେଚନା କରାଯାଏ । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ । ଯିଏ ଦୀର୍ଘ ସମୟ ଧରି ଗୋଟିଏ ରାଶିରେ ରହିଥାଆନ୍ତି । ତେଣୁ ପ୍ରତ୍ୟେକ ପରିବର୍ତ୍ତନ ବଡ଼ କିମ୍ବା ଛୋଟ ଲୋକଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଶନି ବର୍ତ୍ତମାନ ମୀନ ରାଶିରେ ଗୋଚର କରୁଛନ୍ତି । ଆସନ୍ତାକାଲି ମାର୍ଚ୍ଚ ୨୧ ତାରିଖରେ ନିଜର ଗତି ପରିବର୍ତ୍ତନ କରିବେ ଏବଂ ଉତ୍ତରଭାଦ୍ରପଦ ନକ୍ଷେତ୍ରର ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିବେ ।

    ଏହି ନକ୍ଷେତ୍ରକୁ ଶନିଙ୍କର ବୋଲି ବିବେଚନା କରାଯାଏ । ଯାହା ଏହାର ପ୍ରଭାବକୁ ଆହୁରି ଗୁରୁତ୍ବପୂର୍ଣ୍ଣ କରିଦେଇଥାଏ । ଶନି ୧୭ ଏପ୍ରିଲ ପର୍ଯ୍ୟନ୍ତ ଏହି ସ୍ଥିତିରେ ରହିବେ । ଯାହା ଫଳାଫଳକୁ ଆହୁରି ପ୍ରଭାବିତ କରିପାରେ । ତେଣୁ ଆସନ୍ତୁ ଶନି ନକ୍ଷେତ୍ରଙ୍କ ପରିବର୍ତ୍ତନ ଦ୍ବାରା କେଉଁ ରାଶି ଫଳବାନ ହେବେ ସେ ସମ୍ପର୍କରେ ଜାଣିବା ।

    ମେଷ ରାଶି : ମେଷ ରାଶି ପାଇଁ ବଡ଼ ଆଶ୍ବସ୍ତି । ଏହି ପରିବର୍ତ୍ତନ ଦୀର୍ଘଦିନର ସମସ୍ୟାକୁ କମାଇପାରେ । ସ୍ବାସ୍ଥ୍ୟରେ ଉନ୍ନତି ହେବ । ଖର୍ଚ୍ଚରେ ନିୟନ୍ତ୍ରଣ ରହିବ । ନୂଆ ଆର୍ଥିକ ସୁଯୋଗ ମିଳିପାରେ । ପୁରୁଣା ଋଣରୁ ମୁକ୍ତି ପାଇବାର ସମ୍ଭାବନା ରହିଛି ।

    ସିଂହ ରାଶି : ଏହି ସମୟ ସିଂହ ରାଶି ପାଇଁ ଉନ୍ନତି ଆଣିପାରେ । କାମରେ କୌଣସି ବାଧା ରହିବନି । ଚାକିରି ଏବଂ ବ୍ୟବସାୟ ଉଭୟ ଦିଗରେ ଲାଭ ହେବ । ପରିବାରରେ ଭଲ ଖବର ଆସିପାରେ । ଆର୍ଥିକ ପରିସ୍ଥିତିରେ ଉନ୍ନତି ଆଣିପାରେ ।

    ଧନୁ ରାଶି : ଏହି ପରିବର୍ତ୍ତନ ଧନୁ ରାଶି ପାଇଁ ସକରାତ୍ମକ ଫଳାଫଳ ଆଣିପାରେ । ବିଶେଷ କରି ନିବେଶ ଏବଂ କ୍ୟାରିଅର ମାମଲାରେ ନୂତନ ସୁଯୋଗ ଆଣିପାରେ । ମାନସିକ ଚାପରୁ ମୁକ୍ତି ମିଳିବ । ଆପଣଙ୍କ ମା’ଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିପାରେ । ନିଜେ ଚାହୁଁଥିବା ଚାକିରିର ସମ୍ଭାବନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    81 %
    1.2kmh
    10 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ