Saturday, March 28, 2026
35.1 C
Odisha

    ଆଜି 11ତମ ଅନ୍ତର୍ଜାତୀୟ ଯୋଗ ଦିବସ: ସାରା ବିଶ୍ୱ ପାଳୁଛି ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ’ ପାଇଁ ଯୋଗ

    ଆଗକୁ ପଢନ୍ତୁ

    ଆଜି 11ତମ ଅନ୍ତର୍ଜାତୀୟ ଯୋଗ ଦିବସ । ଏ ବର୍ଷର ଥିମ “ଏକ ପୃଥିବୀ ଓ ଏକ ସ୍ବାସ୍ଥ୍ୟ” ପାଇଁ ଯୋଗ । ବିଶ୍ବବ୍ୟାପୀ 21 ଜୁନ ପାଳନ ହୁଏ ଆନ୍ତର୍ଜାତିକ ଯୋଗ ଦିବସ । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ବାରା ଡିସେମ୍ବର 11, 2014 ରେ ସଂକଳ୍ପ ହୋଇଥିଲା । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ବର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା । ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ ।

    ଯୋଗ ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । । ପ୍ରାୟ 6000 ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ । ଯୋଗଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ନେବା ଓ ଏହାକୁ ଦୈନିକ ନିଜ ଦିନଚର୍ଯାରେ ଅଂଶିଭୂତ ପାଇଁ ଅନୁରୋଧ କରିବା ସହ ଭାରତ ଏହାକୁ ନିଜର ବୌଦ୍ଧିକ ସମ୍ପତି ଦାବୀ କରେନାହିଁ ବୋଲି ସ୍ପଷ୍ଟୋକ୍ତି ଦେଇଥିଲା । 2014 ସେପ୍ଟେମ୍ବର 27ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜୁନ 21କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାହ ଦେଇଥିଲେ ।

    ଯୋଗ ଭାରତର ପ୍ରଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ମନ ଏବଂ ଶରୀରକୁ ସଂଯୋଗ; ଚିନ୍ତା ଏବଂ କ୍ରିୟା; ସଂଯମ ଏବଂ ପୂର୍ଣ୍ଣତା; ମନୁଷ୍ୟ ଏବଂ ପ୍ରକୃତି ସହ ସଂଗତି; ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର ଅଟେ । ଏହା କେବଳ ଏକ ବ୍ୟାୟାମ ନୁହେଁ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତା ଆବିଷ୍କାର କରିବାକୁ ହୋଇଥାଏ, ଚେତନା ଉଦ୍ରେକକରି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ଜଗତରେ ସହ ଖାପ ଖୁଆଇ ଚାଲିବାରେ ସହଯୋଗ କରେ ।

    ପ୍ରଧାନମନ୍ତ୍ରୀ ବିଶାଖାପାଟଣାର ନିର୍ଦ୍ଧାରିତ ସ୍ଥାନରେ 3 ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହିତ ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ୱାଇପି) ପ୍ରଦର୍ଶନ କରିବେ, ଯାହା ‘ଯୋଗ ସଙ୍ଗମ’ ପଦକ୍ଷେପ ଅଧୀନରେ ଦେଶର 10 ଲକ୍ଷରୁ ଅଧିକ ସ୍ଥାନ ସହିତ ସମନ୍ୱୟ ରକ୍ଷା କରିବ । ଏହି ସାମୂହିକ ପ୍ରଦର୍ଶନ ସକାଳ 6 ଟା 30 ମିନିଟ୍ରୁ ସକାଳ 7 ଟା 45 ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଦେଶର ସମସ୍ତ କୋଣ-ଅନୁକୋଣରୁ ଅଭୂତପୂର୍ବ ସମାବେଶର ଆଶା କରାଯାଉଛି।

    ଏକ ଅଭୂତପୂର୍ବ ସମାବେଶରେ, ରାଜ୍ୟର 1 ଲକ୍ଷରୁ ଅଧିକ ସ୍ଥାନରେ 2 କୋଟିରୁ ଅଧିକ ଲୋକ ଯୋଗ ଅଧିବେଶନରେ ଅଂଶଗ୍ରହଣ କରିବାର ଆଶା କରାଯାଉଛି। ଆନ୍ଧ୍ରପ୍ରଦେଶ ସରକାର ଏହି ଉତ୍ସବକୁ ପାଳନ କରିବା ପାଇଁ ଏକ ଗିନିଜ୍ ୱାର୍ଲ୍ଡ ରେକର୍ଡ ପାଇଁ ପ୍ରୟାସ ମଧ୍ୟ କରୁଛନ୍ତି। ଏହା ସହିତ, ଆନ୍ଧ୍ରପ୍ରଦେଶ ସରକାର ପଞ୍ଜୀକୃତ ଅଂଶଗ୍ରହଣକାରୀଙ୍କୁ 50 ଲକ୍ଷରୁ ଅଧିକ ଯୋଗ ପ୍ରମାଣପତ୍ର ପ୍ରଦାନ କରିବେ, ଯାହା ଅନ୍ତର୍ଜାତୀୟ ଯୋଗ ଦିବସର ଏହି ଦଶନ୍ଧି ସଂସ୍କରଣକୁ ଭାରତର ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଯାତ୍ରାରେ ଏକ ପ୍ରକୃତ ଐତିହାସିକ ମୁହୂର୍ତ୍ତ ଭାବରେ ପରିଗଣିତ କରିବ ।

    ମୁଖ୍ୟମନ୍ତ୍ରୀ ପାଳିଲେ ଯୋଗ ଦିବସ

    ଏପଟେ କଳିଙ୍ଗ ଷ୍ଟାଡିୟମରେ ଯୋଗ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେପିର ବରିଷ୍ଠ ନେତା ଓ ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଯେଉଁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲେ, ସେଥିରେ ସାମିଲ ହୋଇଥିଲେ । ତଳିତ ବର୍ଷର ଥିମ ଥିବା- ‘ଏକ ପୃଥିବୀ ଏକ ସ୍ବସ୍ଥ୍ୟ’ ନେଇ ପ୍ରତ୍ୟେକ ଏକତ୍ରିତ ଭାବରେ ଯୋଗାଭ୍ୟାସ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    23 %
    3.8kmh
    1 %
    Sat
    39 °
    Sun
    39 °
    Mon
    41 °
    Tue
    38 °
    Wed
    38 °

    ସମ୍ବନ୍ଧିତ