Monday, October 19, 2026
23.2 C
Odisha

    ଆଠ ବାଂଲାଦେଶୀ ଆତଙ୍କବାଦୀ ଗିରଫ

    ଆଗକୁ ପଢନ୍ତୁ

    ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଅନସରୁଲ୍ଲା ବାଂଲା ଟିମ୍‌ (ଏବିଟି)ର ୮ ଜଣ ଅପରେଟିଭ୍‌ଙ୍କୁ ଆସାମ ପୋଲିସର ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଗିରଫ କରିଛି। ୧୭ ତାରିଖ ରାତିରେ ଏସ୍‌ଟିଏଫ୍‌ କେରଳ, ପଶ୍ଚିମବଙ୍ଗ ଏବଂ ଆସାମରେ ଏକସଙ୍ଗେ ଚଢ଼ାଉ କରାଯାଇଥିଲା। ସାରା ଦେଶରେ ବିଶେଷ କରି ଆସାମ ଓ ପଶ୍ଚିମବଙ୍ଗରେ ସ୍ଲିପର ସେଲ୍‌ ଗଠନ ପାଇଁ ସେମାନେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ କେରଳରୁ ଗିରଫ ହୋଇଥିବା ମହମ୍ମଦ ସାଦ୍‌ ରାଡ଼ି ଓରଫ ମହମଦ ସାବ୍‌ ଶେଖ୍‌ ବାଂଲାଦେଶୀ ହୋଇଥିବାବେଳେ ୨ ଜଣ ପଶ୍ଚିମବଙ୍ଗ ଏବଂ ୫ ଜଣ ଆସାମ ବାସିନ୍ଦା। ଗୋଇନ୍ଦା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିବା ଆସାମ ପୋଲିସ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ