Tuesday, March 17, 2026
22.9 C
Odisha

    ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ପୁଲିସକୁ ବଡ ସଫଳତା । ଛତିଶଗଡ ମାଓ ସଂଗଠନର ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡକାମ ଆଜି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । ମାଓ ସଂଗଠନରେ ବ୍ୟବହାର କରୁଥିବା ନିଜର ଅତ୍ୟାଧୁନିକ SLR ବନ୍ଧୁକ ସହ ୧୨ଟି ଅଫୁଟା ଗୁଳି, ଦୁଇଟି ଲେଣ୍ଡମାଇନ, କୋଡେକ୍ସ ତାର, ବିଦ୍ୟୁତ ତାର, ମେଡିସିନ୍ ଓ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ସହ ପୁଲିସ ପାଖରେ ଆତ୍ମସମର୍ପଣ କରିଛି । ଛତିଶଗଡ ସୁକୁମା ଜିଲ୍ଲା ସହ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଦଲଦଲି ଅଞ୍ଚଳର ଅନେକ ହିଂସା କାଣ୍ଡ ରେ ଜଡିତ ଥିଲେ ଏହି ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡକାମ । କାଙ୍ଗେରଘାଟି ଏରିଆ କମିଟି ମେମ୍ବର ଶୁକ୍ରାମ ମୁଣ୍ଡ ଉପରେ ୨୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସେ ଓଡିଶା ଓ ଛତିଶଗଡର ବିଭିନ୍ନ ହିଂସାକାଣ୍ତ ସାମିଲ ଥିଲା। ହେଲେ ଆତ୍ମସମର୍ପଣ ପରେ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ମାଲକାନଗିରି ଏସପି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    64 %
    3.3kmh
    85 %
    Tue
    24 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ