Monday, April 27, 2026
40.6 C
Odisha

    ପ୍ରତିଦିନ ହାଇ ହିଲ୍ ପିନ୍ଧୁଛନ୍ତି କି? ଜାଣନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ କିପରି କ୍ଷତି ପହଞ୍ଚାଏ

    ଆଗକୁ ପଢନ୍ତୁ

    ସୁନ୍ଦର ଦେଖାଯିବା ପାଇଁ କିଏ ବା ନଚାହେଁ । ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ବହୁତ୍ କିଛି କାର୍ଯ୍ୟ କରିଥାନ୍ତି । ଖାଲି ସୁନ୍ଦର ନୁହେଁ, ଅଧିକ ଷ୍ଟାଇଲିସ୍ ଦେଖାଯିବା ପାଇଁ ସବୁ ଝିଅଙ୍କର ସ୍ପପ୍ନ ଥାଏ । ପ୍ରଥମେତଃ ଝିଅମାନେ ଷ୍ଟାଇଲ୍ ଡ୍ରେସ୍, ଷ୍ଟାଇଲ ହିଲ୍ ଇତ୍ୟାଦି ପିନ୍ଧିଥାନ୍ତି, ଯାହା ଦ୍ବାରା ସେ ଅଧିକ ସୁନ୍ଦର ଦେଖାଯାଇଥାନ୍ତି । ଯେକୌଣସି ପାର୍ଟି, ଅଫିସ୍ କିମ୍ବା ବିଶେଷ ଅବସରରେ ହିଲ୍ ପିନ୍ଧିବା ଦ୍ଵାରା ଆପଣଙ୍କ ଲୁକ୍ ଚମତ୍କାର ଏବଂ ଆପଣଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ହାଇ ହିଲ୍ସ ପିନ୍ଧିଲେ ଅନେକ ସମସ୍ୟା ମାଡିଆସେ ? ଯଦି ଜାଣିନାହାନ୍ତି, ତେବେ ଆସନ୍ତୁ ଜାଣିବା ଅଧିକ ସମୟ ହାଇ ହିଲ୍ସ ପିନ୍ଧିଲେ କ’ଣ ଅସୁବିଧା ହୋଇଥାଏ ।

    ହେଲ୍ଥ ବିଶେଷଜ୍ଞଙ୍କ ମତରେ, ସମସ୍ୟା ହିଲ୍ ପିନ୍ଧିବାରେ ନୁହେଁ ବରଂ ଦୀର୍ଘ ସମୟ ଧରି ପିନ୍ଧିବାରେ ଅଛି । ଯେତେବେଳେ ଜଣେ ବ୍ୟକ୍ତି ହିଲ୍ ପିନ୍ଧିଥାଏ, ସେତେବେଳେ ଶରୀରର ସନ୍ତୁଳନ ବଦଳିଯାଏ । ଚାଲିବା ମଧ୍ୟ ସାଧାରଣଲୋକଙ୍କ ଠାରୁ ଭିନ୍ନ ହୋଇଥାଏ ଯାହା ଫଳରେ ଶରୀରର ଓଜନ ଆଣ୍ଠୁ ଉପରେ ପଡ଼ିଥାଏ । ହାଇ ହିଲ୍ସ ପିନ୍ଧି ଚାଲିଲେ ସମପୂର୍ଣ୍ଣ ପ୍ରଭାବ ଆଣ୍ଠୁ ଉପରେ ପଡିଥାଏ । ଯାହା ଦ୍ବାରା ଆଣ୍ଠୁ ଯନ୍ତ୍ରଣା ଅଧିକ ହୋଇଥାଏ ଏବଂ ରାତି ସମୟରେ ଶୋଇବାରେ ଅସୁବିଧା ମଧ୍ୟ ହୋଇଥାଏ ।

    ଏହା ବ୍ୟତୀତ, ଯଦି ଦୀର୍ଘ ସମୟ ଧରି ହାଇ ହିଲ୍ ପିନ୍ଧାଯାଏ, ତେବେ ଏହି ସମସ୍ୟା ଆହୁରି ଗୁରୁତର ହୋଇପାରେ । ଛୋଟ ଛୋଟ ସମସ୍ୟାରୁ ବଡ଼ ସମସ୍ୟାକୁ ଗତି କରିପାରେ । ପ୍ରତିଦିନ ହାଇ ହିଲ୍ ପିନ୍ଧିବା ଦ୍ୱାରା ପାଦ ଏବଂ ଗୋଡ଼ ଉପରେ ନିରନ୍ତର ଚାପ ପଡ଼େ । ଏହା ଗୋଡ଼ରେ ଫୁଲା ଏବଂ ଲଗାତାର ଯନ୍ତ୍ରଣା ସୃଷ୍ଟି କରେ ।

    ହାଇ ହିଲ୍ ପିନ୍ଧିବା ଦ୍ଵାରା ଶରୀରର ସନ୍ତୁଳନ ବିଗିଡ଼ିପାରେ , ମେରୁଦଣ୍ଡ ଉପରେ ଚାପ ପଡ଼ିପାରେ । ଲଗାତାର ହିଲ୍ ପିନ୍ଧିବା ଦ୍ଵାରା ପିଠି ଯନ୍ତ୍ରଣା ଏବଂ କଟି ଯନ୍ତ୍ରଣା ବଢିପାରେ । ମେରୁଦଣ୍ଡର ପ୍ରାକୃତିକ ସ୍ଥିତି ପରିବର୍ତ୍ତନ କରିବା ଦ୍ଵାରା ହାଡ଼ ଯନ୍ତ୍ରଣା ହୋଇପାରେ । ଏହା ରକ୍ତ ସଞ୍ଚାଳନ ସମସ୍ୟାକୁ ବୃଦ୍ଧି କରେ । ଗୋଡରେ ଝିମ୍ଝିମ୍ ହେବା ସମସ୍ୟାକୁ ମଦ୍ୟ ବଢ଼ାଇଥାଏ ।

    କିଛି ବ୍ୟକ୍ତି ଅଧିକ ବିପଦର ସମ୍ମୁଖୀନ ହୁଅନ୍ତି, ଯେଉଁମାନେ ଦୁର୍ବଳ ମାଂସପେଶୀ, ଅତ୍ୟଧିକ ଓଜନ କିମ୍ବା ପୂର୍ବରୁ ଆଣ୍ଠୁଗଣ୍ଠୀ ସମ୍ବନ୍ଧୀୟ ସମସ୍ୟାରେ ଅଛନ୍ତି ସେମାନେ ହାଇ ହିଲ୍ ପିନ୍ଧିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ । ଏପରି ବ୍ୟକ୍ତିମାନଙ୍କଠାରେ ଅଧିକ ଚାପ ପଡିଥାଏ ଏବଂ ବହୁତ୍ କଷ୍ଟ ଅନୁଭବ କରିଥାନ୍ତି ।
    ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ଯଦି ହିଲ୍ ପିନ୍ଧିବା ଆବଶ୍ୟକ, ତେବେ କିଛି ସତର୍କତା ମନେ ରଖିବା ଉଚିତ । ଉଦାହରଣ ସ୍ୱରୂପ, କମ୍ ଉଚ୍ଚତା ହିଲ୍ ବାଛନ୍ତୁ । ବ୍ଲକ ହିଲ୍ କିମ୍ବା ୱେଜ୍, ଏହା ବହୁତ୍ ସୁରକ୍ଷିତ ପ୍ରଦାନ କରିଥାଏ ।

    ଏହା ବ୍ୟତୀତ, ଦୁଇରୁ ଚାରି ଘଣ୍ଟାରୁ ଅଧିକ ସମୟ ପାଇଁ ଲଗାତାର ହିଲ୍ ପିନ୍ଧନ୍ତୁ ନାହିଁ । ମଝିରେ ଆରାମଦାୟକ ଚପଲ ପିନ୍ଧନ୍ତୁ ଏବଂ ଆପଣଙ୍କ ହିଲ୍ କାଢିବା ପରେ ପାଦ ଷ୍ଟ୍ରେଚ୍ କରନ୍ତୁ । ବିଶେଷଜ୍ଞମାନେ ଏହା ମଧ୍ୟ ପରାମର୍ଶ ଦିଅନ୍ତି ଯେ ହିଲ୍ସକୁ ସମ୍ପୂର୍ଣ୍ଣ ଭାବରେ ପରିତ୍ୟାଗ କରିବାର ଆବଶ୍ୟକତା ନାହିଁ, କିନ୍ତୁ ସେଗୁଡ଼ିକୁ ସଂଯମ ଏବଂ ସଠିକ୍ ଭାବରେ ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

    ହାଇ ହିଲ୍ ପିନ୍ଧିବା ନିଶ୍ଚିତ ଭାବରେ ଆପଣଙ୍କର ସୌନ୍ଦର୍ଯ୍ୟ ଏବଂ ଆତ୍ମବିଶ୍ୱାସକୁ ବୃଦ୍ଧି କରେ, କିନ୍ତୁ ବାରମ୍ବାର ବ୍ୟବହାର ଆପଣଙ୍କ ଶରୀର ପାଇଁ ବିପଦପୂର୍ଣ୍ଣ ହୋଇପାରେ । ଆପଣଙ୍କ ପାଦ, ଆଣ୍ଠୁ, କଟି ଏବଂ ମେରୁଦଣ୍ଡକୁ କ୍ଷତି ନ ପହଞ୍ଚାଇବା ପାଇଁ , ସୀମିତ ସମୟ ପାଇଁ ଏବଂ କେବଳ ବିଶେଷ ଅବସରରେ ସେଗୁଡ଼ିକୁ ପିନ୍ଧନ୍ତୁ । ଯାହା ଦ୍ବାରା ଆପଣଙ୍କ କୌଣସୁ ଅସୁବିଧାରେ ସମ୍ମୁଖିନ ହେବେ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    40.6 ° C
    40.6 °
    40.6 °
    15 %
    3.9kmh
    100 %
    Mon
    43 °
    Tue
    42 °
    Wed
    44 °
    Thu
    43 °
    Fri
    39 °

    ସମ୍ବନ୍ଧିତ