Saturday, March 28, 2026
27.6 C
Odisha

    ଆଦିବାସୀ ଝିଅମାନଙ୍କୁ ଦିଆଯିବ ପାଇଲଟ୍ ଟ୍ରେନିଂ : ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :  ଭୁବନେଶ୍ୱର ଠାରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘୋଷଣା କରିଥିଲେଯେ ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ B-MAAN (Building and Management of Aviation Assets and Network) ଅଧୀନରେ, କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ଆଦିବାସୀ କନ୍ୟାମାନଙ୍କୁ ପାଇଲଟ ହେବା ପାଇଁ ଟ୍ରେନିଂ ଦିଆଯିବ। ଏହି ଅବସରରେ ରାଜ୍ୟ ସରକାର ଆଜି ଦେଶର ପ୍ରମୁଖ ବିମାନ MRO (Maintenance, Repair and Overhaul) ସେବାଦାତା Air Works ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।  ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ MRO ସୁବିଧା ସ୍ଥାପିତ ହେବ । ଏଥିସହିତ, ରାଜ୍ୟର ଯୁବମାନଙ୍କ ପାଇଁ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ଚାକିରି ସୁଯୋଗ ସୃଷ୍ଟି କରିବା ନିମନ୍ତେ, ରାଜ୍ୟ ସରକାର Air Works ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି।

    ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀରେ ଏକ ବିଶ୍ୱସ୍ତରୀୟ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଉଛି ଏବଂ ଏହି ବିମାନବନ୍ଦର, ସାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ। ଏଥିସହିତ ଝାରସୁଗୁଡା ବିମାନବନ୍ଦରର ବିସ୍ତାର ପାଇଁ ଜମି ବ୍ୟବସ୍ଥା କରାଯାଇଛି। ନୂଆ ସରକାର ଗଠନର ବିଗତ 14 ମାସ ମଧ୍ୟରେ, ଓଡିଶାର ବିମାନବନ୍ଦର ଗୁଡ଼ିକ, 15ଟି ନୂଆ ଗନ୍ତବ୍ୟ ସହିତ ଯୋଡ଼ାଯାଇଛି। ଆମର ଏହି ନୀତି, ଓଡିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ବିମାନ ପରିବହନ ନେଟୱର୍କ ସହିତ ଯୋଡ଼ିବାରେ ସଫଳ ହୋଇଛି। ଆମେ ଏହି କ୍ଷେତ୍ରରେ, ଓଡିଶାକୁ ଆଗକୁ ନେବା ପାଇଁ ଭୂମିକା ସୃଷ୍ଟି ଓ କୌଶଳ ବିକାଶ ଉପରେ ମଧ୍ୟ ଜୋର ଦେଉଛୁ ଏବଂ ଢେଙ୍କାନାଳ ଜିଲ୍ଲାର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି।

    ଭୁବନେଶ୍ୱରରେ, ଏକ State-of-the-Art Maintenance (ରକ୍ଷାଣବେକ୍ଷଣ), Repairing (ମରାମତି), Overhaul (ପୁନର୍ନିର୍ମାଣ) କେନ୍ଦ୍ର ସ୍ଥାପନ କରୁଛୁ। ଏହାସହିତ ରାଜ୍ୟର ବିମାନବନ୍ଦରଗୁଡ଼ିକ ପାଇଁ ସରକାର ଏକ Progressive Land Allotment Policy ଆଣିବାପାଇଁ ଯାଉଛନ୍ତି। ଏହାର ଅନୁସାରେ, ଆମ ବିମାନ ବନ୍ଦର ମାନଙ୍କ ଭିତରେ ଫ୍ଲାଇଂ ପ୍ରଶିକ୍ଷଣ, UAV ପ୍ରଶିକ୍ଷଣ, ଓ ବିମାନ କ୍ରୀଡ଼ା କାର୍ଯ୍ୟକଳାପ ସମ୍ଭବ ହେବ। ବହୁତ ସଂଖ୍ୟକ ଫ୍ଲାଇଂ ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକ ଆମ ବିମାନବନ୍ଦରମାନଙ୍କରେ ଏହି କାର୍ଯ୍ୟ କରିବେ। ରାଜ୍ୟରେ ଯେତେ ସବୁ ବ୍ୟବହାର ହେଉନଥିବା ବିମାନ ପଥ (airstrips) ଅଛି, ସେଗୁଡ଼ିକୁ ସରକାର ବିମାନବନ୍ଦର ରୂପେ ବିକଶିତ କରୁଛନ୍ତି। ଏଭଳି 14ଟି ବିମାନବନ୍ଦର ହେବ ଏବଂ ଯେଉଁ ଜିଲ୍ଲାରେ ବିମାନବନ୍ଦର ନାହିଁ, ସେଠାରେ ସମୁଦାୟ 15ଟି ହେଲିପୋର୍ଟ ସ୍ଥାପନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

    ସେ ପୁଣି କହିଥିଲେଯେ, UDAN scheme ପରି ଟ୍ରାନ୍ସଫର୍ମେଟିଭ୍ ପଦକ୍ଷେପକୁ ପ୍ରେରଣା ଦେଇଛି, ଯାହା ସତ୍ୟରେ ଏଭିଏସନ୍‌କୁ ଡେମୋକ୍ରେଟାଇଜ୍ କରିଛି ଓ ପୂର୍ବ ଭାରତ ପାଇଁ ନୂଆ ଦିଗନ୍ତ ଖୋଲିଛି। ଏଭିଏସନ୍ କେବଳ ବିମାନବନ୍ଦର ଓ ବିମାନସେବା ପର୍ଯ୍ୟନ୍ତ ସୀମିତ୍ ନୁହେଁ, ଏହା ଆମ ଲୋକଙ୍କର ସ୍ୱପ୍ନକୁ ସୁଯୋଗ ସହିତ ଯୋଡିବା, ଆମର ଅର୍ଥନୀତିକୁ ସଶକ୍ତ କରିବା ଓ ବିକଶିତ ଭାରତ – ୨୦୪୭ ର ସ୍ୱପ୍ନକୁ ସାକାର କରିବାର ଏକ ଅନନ୍ୟ ପ୍ରୟାସ। ଆମ ପ୍ରଧାନମନ୍ତ୍ରୀଙ୍କର ଅବିରତ ପ୍ରୟାସ, ୨୦୪୭ ମଧ୍ୟରେ ଏକ ବିକଶିତ ଭାରତ ଗଢ଼ିବା ପାଇଁ, ଆମକୁ ସଦା ଉତ୍ସାହିତ କରୁଛି। ଆମେ ସମସ୍ତେ ମିଶି, ଓଡିଶାର କନେକ୍ଟିଭିଟିକୁ ସୁଦୃଢ଼ କରିବାରେ, ଓ ଆମର ଲୋକମାନଙ୍କର ଆକାଂକ୍ଷାକୁ ସାକାର କରିବାରେ ନିରନ୍ତର କାମ କରୁଛୁ। ଉକ୍ତ କାର୍ଯ୍ୟକ୍ରମରେ, ବେସାମରିକ ବିମାନ ପରିବହନ ମନ୍ତ୍ରୀ, ଶ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ,” ହାୱାଇ ଚପଲ୍ ପିନ୍ଧିଥିବା ମାନଙ୍କୁ ମଧ୍ୟ, ଏବେ ଉଡ଼ାଜାହାଜରେ ଯିବା ସୁଯୋଗ ମିଳିବ” କୁ ସରକାର ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରୟାସ କାର୍ଯ୍ୟକାରୀ କରାଯିବ। ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମି ପାଇଁ ସବୁ ପ୍ରକାର ସହଯୋଗ ଯାଇ ଦିଆଯିବ ବୋଲି ଶ୍ରୀ କିଞ୍ଜାରାପୁ ପ୍ରତିଶ୍ରୁତି ଦେଇଥିଲେ।

    ଏହି ଅବସରରେ କେନ୍ଦ୍ର ରାଜ୍ୟମନ୍ତ୍ରୀ, ବେସାମରିକ ବିମାନ ପରିବହନ ଶ୍ରୀ ମୁରଲୀଧର ମୋହଲ, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଅର୍ଥମନ୍ତ୍ରୀ, ଛତିଶଗଡ଼ ସରକାର, ଶ୍ରୀ ଓମ ପ୍ରକାଶ ଚୌଧୁରୀ ପ୍ରମୁଖ ଅଭିଭାଷଣ ରଖି ଥିଲେ । କାର୍ଯ୍ୟକ୍ରମରେବେସାମରିକ ବିମାନ ପରିବହନ ମନ୍ତ୍ରାଳୟର ସଚିବ ଶ୍ରୀ ସମୀର ସିନ୍‌ହା ସ୍ୱାଗତ ଭାଷଣ ଦେଇଥିବା ବେଳେ, ପ୍ରମୁଖ ଶାସନ ସଚିବ ବାଣିଜ୍ୟ ଓ ପରିବହନ ବିଭାଗ, ଶ୍ରୀମତୀ ଉଷା ପାଢ଼ୀ ବିବରଣୀ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    39 %
    2.3kmh
    100 %
    Fri
    27 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ