Monday, September 7, 2026
25.9 C
Odisha

    ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ । ବର୍ଷା ସହ କୁଆପଥର ମାଡ଼ ହେଉଛି । ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକ ଜିଲ୍ଲାରେ କୁଆପଥର ବର୍ଷା ହୋଇଛି । କାଳବୈଶାଖୀ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି । ଗ୍ୟାଙ୍ଗୟ ପଶ୍ଚିମବଙ୍ଗରୁ ଦକ୍ଷିଣ ଛତିଶଗଡ଼ ପର୍ଯ୍ୟନ୍ତ ଟ୍ରପ ଲାଇନ ଲମ୍ବିଥିବା ବେଳେ ଏହାର ପ୍ରଭାବରେ ଅନେକ ସ୍ଥାନରେ ହାଲୁକା ବର୍ଷା ହେବ । ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

    ଚଳିତ ସପ୍ତାହରେ(ଏପ୍ରିଲ ୧ ତାରିଖ ଭିତରେ) ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ସେହିଭଳି ଏପ୍ରିଲ ପହିଲା ଯାଏ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଯାଏ ଅଧିକ ରହିବାର ସମ୍ଭାବନା ଅଛି । କିନ୍ତୁ ୨ରୁ ୮ ତାରିଖ ଭିତରେ ଦିନ ତାପମାତ୍ରା ବଢ଼ିପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    1.3kmh
    8 %
    Mon
    27 °
    Tue
    31 °
    Wed
    32 °
    Thu
    28 °
    Fri
    31 °

    ସମ୍ବନ୍ଧିତ