Friday, April 3, 2026
39 C
Odisha

    ଆପଣଙ୍କ ପିଲା ଅଧିକ ମିଠା ଖାଉଛି କି ? ବୃଦ୍ଧି ପାଇଥାଏ ଡାଇବେଟିସ୍ ଆଶଙ୍କା, ଜାଣନ୍ତୁ ଲକ୍ଷଣ

    ଆଗକୁ ପଢନ୍ତୁ

    ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଉଛି। ଏଥିପାଇଁ ଅକାଳରେ ଅନେକ ରୋଗ ମାଡ଼ି ବସିଥାଏ। ସେଥିମଧ୍ୟରୁ ଡାଇବେଟିସ୍ ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି। ସାଧାରଣତଃ ବୟସ୍କ ଲୋକଙ୍କ କ୍ଷେତ୍ରରେ ଡାଇବେଟିସ୍ ଦେଖାଦେଇଥାଏ। ଆଜିକାଲି କିନ୍ତୁ ପିଲାମାନେ ମଧ୍ୟ ଡାଇବେଟିସର ଶିକାର ହେଉଛନ୍ତି।
    WHOର ଏକ ରିପୋର୍ଟ ଅନୁଯାୟୀ ଭାରତରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆନୁମାନିକ ୭୭ ମିଲିୟନ ଟାଇପ୍‌-୨ ଡାଇବେଟିସ୍ ଏବଂ ପ୍ରାୟ ୨୫ ମିଲିୟନ ପ୍ରିଡାଇବେଟିସ୍ ରୋଗରେ ପୀଡ଼ିତ। ବିଶେଷ କରି ୧୨ରୁ ୧୮ ବର୍ଷ କିଶୋରଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଦେଇଥାଏ।

    ସାଧାରଣତଃ ପିଲାମାନେ ମିଠା ଜିନିଷ ଖାଇବାକୁ ପସନ୍ଦ କରିଥାନ୍ତି। ସେମାନଙ୍କୁ ଯେତେ ବାରଣ କଲେ ବି ଲୁଚି ଲୁଚି ଖାଇଥାନ୍ତି। ପ୍ରାରମ୍ଭରେ ଏହା ପାଟି ସୁଆଦ ଲାଗୁଥିଲେ ବି ପରବର୍ତ୍ତୀ ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ। ସବୁବେଳେ ମିଠା ଜିନିଷ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଯାଏ।ଅଭିଭାବକମାନେ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।ପିଲାଙ୍କୁ ଡାଇବେଟିସ୍ ହେଲେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ:

    ଓଜନ କମିଯିବା: ପିଲାଙ୍କ ଓଜନ ହଠାତ କମି ଗଲେ ଏହା ଡାଇବେଟିସର ଲକ୍ଷଣ ହୋଇପାରେ। ଏହି ଲକ୍ଷଣ ଅଧିକାଂଶ ଟାଇପ୍‌-୧ ଡାଇବେଟିସରେ ଦେଖିବାକୁ ମିଳିଥାଏ।

    ଥକ୍କାପଣ: ବିନା କୌଣସି ଶାରୀରିକ ପରିଶ୍ରମରେ ଶୀଘ୍ର ଥକ୍କାପଣ ଅନୁଭବ କରିବା ଡାଇବେଟିସର ଲକ୍ଷଣ ହୋଇଥାଏ।

    ବାରମ୍ବାର ପରିଶ୍ରା ଯିବା: ଶରୀରରେ ରକ୍ତ ଶର୍କରା ସ୍ତର ବୃଦ୍ଧି ହେଲେ ଅଧିକ ଶୋଷ ଲାଗିଥାଏ। ଫଳରେ ପିଲା ବାରମ୍ବାର ପରିଶ୍ରା ପାଇଁ ଯାଇଥାଏ। କେତେକାଂଶରେ ସେମାନେ ଶଯ୍ୟାରେ ମଧ୍ୟ ପରିଶ୍ରା କରିଥାନ୍ତି।

    ମୁଡ୍ ସ୍ୱିଙ୍ଗ୍‌: ଅଧିକାଂଶ କ୍ଷେତ୍ରରେ ପିଲାଙ୍କୁ ଡାଇବେଟିସ୍ ହୋଇଥିଲେ ଚିଡ଼ଚିଡ଼ାପଣ, ବାରମ୍ବାର କାନ୍ଦିବା, ରାଗିବା ଭଳି ଲକ୍ଷଣ ଦେଖାଦେଇଥାଏ।

    ଘା’ ଶୀଘ୍ର ନଶୁଖିବା: ଡାଇବେଟିସ୍ ହୋଇଥିଲେ ଶରୀରରେ ଥିବା କ୍ଷତ ଶୀଘ୍ର ଶୁଖିନଥାଏ। ଏହା ଠିକ୍ ହେବା ପାଇଁ ଦୀର୍ଘ ସମୟ ନେଇଥାଏ।

    ଅଧିକ ଶୋଷ ଲାଗିବା: ଶରୀରରେ ରକ୍ତ ଶର୍କରା ସ୍ତର ବୃଦ୍ଧି ହେଲେ ଅଧିକ ଶୋଷ ଲାଗିଥାଏ। ତେଣୁ ପିଲାଙ୍କୁ ହଠାତ ଅଧିକ ଶୋଷ ଅନୁଭବ ହେବା କିମ୍ବା ବାରମ୍ବାର ପାଣି ପିଉଥିଲେ ଏହା ଡାଇବେଟିସ୍ ଲକ୍ଷଣକୁ ସୁଚାଇଥାଏ।

    ଅଧିକ ଭୋକ ଲାଗିବା: ପିଲାଙ୍କୁ ଅଧିକ ଭୋକ ଲାଗିବା ବି ସମସ୍ୟା ହୋଇପାରେ। ପେଟ ପୁରା ଖାଇବା ପରେ ମଧ୍ୟ ପିଲାକୁ ଭୋକ ଲାଗିଲେ ଏହା ଡାଇବେଟିସର ଲକ୍ଷଣ ହୋଇପାରେ।

    ଡାକ୍ତରଙ୍କ କହିବାନୁଯାୟୀ ପିଲାଙ୍କ କ୍ଷେତ୍ରରେ ଟାଇପ୍‌-୧ ଡାଇବେଟିସ୍ ହୋଇଥିଲେ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ହରମୋନ୍ ଇନସୁଲିନ୍ ଉତ୍ପାଦନ ହୋଇନଥାଏ। ତେଣୁ ଉପରୋକ୍ତ ଲକ୍ଷଣ ଦେଖାଗଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

    – ଉପରୋକ୍ତ ଲକ୍ଷଣ ଦେଖାଗଲେ ତୁରନ୍ତ ରକ୍ତଶର୍କରା ସ୍ତର ଯାଞ୍ଚ କରନ୍ତୁ।
    – ପିଲାଙ୍କୁ ଶାରୀରିକ କାର୍ଯ୍ୟକଳାପ (activities) ପାଇଁ ପ୍ରୋତ୍ସାହିତ କରନ୍ତୁ।
    – ଯେତେ ଦୂର ସମ୍ଭବ ପିଲାଙ୍କୁ ଚିନି ସେବନ ଠାରୁ ଦୂରେଇ ରଖନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ