Friday, October 2, 2026
29.9 C
Odisha

    ଛାତି ଜଳାପୋଡା ଲକ୍ଷଣ ହୋଇପାରେ ପେଟରେ କର୍କଟ

    ଆଗକୁ ପଢନ୍ତୁ

    ଛାତିରେ ଜଳାପୋଡ଼ା, ଅନେକ ସମୟରେ ଖଟା ହେକୁଟି ହୋଇଥାଏ, ତେଣୁ ସାବଧାନ ରୁହନ୍ତୁ, କାରଣ ଏହା ପେଟ କର୍କଟ ହୋଇପାରେ। ଅଧିକାଂଶ ଲୋକ ଏହାକୁ ଏସିଡିଟି ବୋଲି ଅଣଦେଖା କରନ୍ତି, ଯାହା ପରବର୍ତ୍ତୀ ସମୟରେ ବିପଜ୍ଜନକ ହୋଇପାରେ। ପେଟରେ କର୍କଟ ଉପର ଭାଗ କିମ୍ବା ତଳ ଭାଗରେ ହେବାର ଆଶଙ୍କା ଥାଏ। ଯଦି ଠିକ୍ ସମୟରେ ଏହାର ଲକ୍ଷଣ ଚିହ୍ନଟ କରାନଯାଏ ତେବେ ଜୀବନ ମଧ୍ୟ ଚାଲିଯାଇପାରେ। ଆମେରିକୀୟ କ୍ୟାନସର ସୋସାଇଟି ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗଳା ଓ ଖାଦ୍ୟନଳୀରେ କର୍କଟ ହେବାର ଆଶଙ୍କା ଅଧିକ ଥାଏ।ଯଦି ଏସିଡିଟି ପ୍ରାୟତଃ ଏକ ସମସ୍ୟା ହୋଇଥାଏ, ତେବେ ଏହା ପେଟରେ ପାଇଲୋରି ସଂକ୍ରମଣ ସୃଷ୍ଟି କରିପାରେ, ଯାହା ଡିଏନଏକୁ କ୍ଷତି ପହଞ୍ଚାଇପାରେ। ପରବର୍ତ୍ତୀ ସମୟରେ ଏହି ସଂକ୍ରମଣ ପେଟ କର୍କଟ ରୋଗର କାରଣ ହୋଇପାରେ। ଏଭଳି ସ୍ଥିତିରେ ଏହାକୁ ଅଣଦେଖା କରିବା ଅନୁଚିତ।ଛାତିରେ ଜଳାପୋଡ଼ା ହେବା ଏକ ସାଧାରଣ କଥା ହୋଇପାରେ। ଏହା ଜୀବାଣୁ ସଂକ୍ରମଣ ବା ପେଟ ଅଲସରର ଲକ୍ଷଣ ହୋଇପାରେ। କର୍କଟ ରୋଗରେ ପୀଡ଼ିତ କିଛି ଲୋକଙ୍କର ହଠାତ୍ ଛାତି ଜଳାପୋଡ଼ା ଓ ଏସିଡ୍ ରିଫ୍ଲକ୍ସ ସମସ୍ୟା ଦେଖାଦେଇଥାଏ। ଯାହା ଫଳରେ ହେକୁଟି ବଢ଼ିପାରେ। ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ।ପେଟରେ କର୍କଟ ରୋଗର ଲକ୍ଷଣ

    ୧. ଉପର କିମ୍ବା ତଳ ପେଟରେ ଯନ୍ତ୍ରଣା
    ୨. ଭୋକ ନ ଲାଗିବା
    ୩. ବିନା କାରଣରେ ଓଜନ ହ୍ରାସ
    ୪. ଖାଦ୍ୟ ଖାଇବା ପରେ ବାନ୍ତି
    ୫. ପେଟ ଫୁଲିବା

    କିପରି ରକ୍ଷା ପାଇବେ
    ୧. ତୈଳଯୁକ୍ତ ଓ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ
    ୨. ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ
    ୩. ନିୟମିତ ବ୍ୟାୟାମ କରନ୍ତୁ
    ୪. ଖାଦ୍ୟ ସନ୍ତୁଳନ ରଖନ୍ତୁ
    ୫. ରାତିରେ ଶୋଇବାର ଦୁଇରୁ ତିନି ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ
    ୬. ଖାଦ୍ୟ ଖାଇବା ପରେ ଶୋଇବା ପରିବର୍ତ୍ତେ ଟିକିଏ ଚାଲନ୍ତୁ
    ୭. ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ

    ପେଟରେ କର୍କଟ ରୋଗର ଚିକିତ୍ସା-
    ଠିକ୍ ସମୟରେ ପେଟରେ କର୍କଟ ଚିହ୍ନଟ ହେଲେ ଡାକ୍ତରମାନେ ଅସ୍ତ୍ରୋପଚାର, କେମୋଥେରାପି ଓ ରେଡିଏସନ୍ ଥେରାପି ଦ୍ୱାରା ଏହାର ଚିକିତ୍ସା କରିଥାନ୍ତି। ଏଭଳି ସ୍ଥିତିରେ ଯଦି ଛାତିରେ ଦୀର୍ଘ ସମୟ ଧରି ଜଳାପୋଡ଼ା ହେବା, ନିଶ୍ୱାସ ନେବାରେ ଅସୁବିଧା, ଜଣ୍ଡିସ୍, ବାହାରକୁ ବାହାରିବାରେ ଅସୁବିଧା ଓ ଲଗାତାର ବାନ୍ତି ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ