ଆମେ ଅଧିକାଂଶ ସମୟରେ ଆମ ବିଛଣାରେ ଓଡ଼ଶ ହୋଇଯାଇଥିବାର ଲକ୍ଷ୍ୟ କରିଛେ । ଏଗୁଡିକ ଖୁବ୍ ସାଧାରଣ । କିନ୍ତୁ ଏହି ଓଡ଼ଶକୁ ଦୂର କରିବା ଖୁବ୍ କଷ୍ଟକର ହୋଇଥାଏ । ଯାହା ପରବର୍ତ୍ତୀ ସମୟରେ ଚିନ୍ତାର ବିଷୟ ପାଲଟି ଯାଇଥାଏ ।ବିଛଣାକୁ ଦୀର୍ଘ ସମୟ ଧରି ସୂର୍ଯ୍ୟକିରଣ ନ ରଖିବା ଦ୍ବାରା ଓଡ଼ଶ ଜନ୍ମ ନେଇଥାଆନ୍ତି । ଗ୍ରହ ଖରାପ ଥିଲେ ମଧ୍ୟ ଓଡ଼ଶ ଜନ୍ମ ନେଇଥାଆନ୍ତି ବୋଲି ବିଶ୍ବାସ କରାଯାଏ । ସେମାନେ ପ୍ରାୟତଃ ରାତିରେ ସମୟରେ କାମୁଡି ଦେଇଥାନ୍ତି । ଯାହା ଫଳରେ ଶରୀରରେ ଲାଲ ରଙ୍ଗର ଦାଗ ଦେଖିବାକୁ ମିଳିଥାଏ । ଏହି ଓଡ଼ଶକୁ ଦୂର କରିବାକୁ ଅନେକ ପ୍ରକାରର ଚେଷ୍ଟା କରିଥାନ୍ତି । କିନ୍ତୁ ସହଜରେ ଓଡ଼ଶ ଯାଇ ନଥାଏ । ଯଦି ଆପଣମାନେ ଏହି ଭଳି ସମସ୍ୟାରେ ରହିଛନ୍ତି ଏବଂ ଏଥିରୁ କୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଘରୋଇ ଉପଚାର ସମ୍ପର୍କରେ କହିବୁ । ଯାହାଦ୍ବାରା ଆପଣମାନେ ଏହି ସମସ୍ୟାରୁ ସବୁଦିନ ପାଇଁ ଛୁଟକାରା ପାଇଯାଇପାରିବେ ।
ଓଡ଼ଶ ଦୂର କରିବା ପାଇଁ ହେଲେ ଆପଣଙ୍କ ଘର ଚାରିପାଖରେ ବେକିଂ ସୋଡା ଛିଞ୍ଚନ୍ତୁ । ଏଗୁଡିକୁ ପକାଇବା ଦ୍ବାରା ଓଡ଼ଶକୁ ମାରିଦେବାରେ ସାହାଯ୍ୟ କରିଥାଏ । ବେକିଂ ସୋଡା ପକାଇ ଏହାକୁ ପ୍ରାୟ ଗୋଟିଏ ସପ୍ତାହ ଛାଡି ଦିଅନ୍ତୁ । ଏହା ପରେ ବେକିଂ ସୋଡା ପକାଇଥିବା ସ୍ଥାନଗୁଡିକୁ ଭଲ ଭାବରେ ସଫା କରି ଦିଅନ୍ତୁ ।
ଏଥିସହ ନିମକୁ ବ୍ୟବହାର କରି ମଧ୍ୟ ଆପଣମାନେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ନିମରେ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଛି । ଯାହା ବ୍ୟବହାର କରିବା ଦ୍ବାରା ଲୁଚି ରହିଥିବା ଓଡ଼ଶଙ୍କୁ ମାରି ଦେଇଥାଏ । ଓଡ଼ଶ ହୋଇଥିବା ସ୍ଥାନରେ ନିମ ପତ୍ରକୁ ରଖି ଦିଅନ୍ତୁ । ଏହାର ବାସ୍ନାରେ ଓଡ଼ଶ ଦୂର ହୋଇଯାଇଥାଏ । ଆପଣମାନେ ନିମ ତେଲ, ପାଣି ଏବଂ ଅଳ୍ପ କର୍ପୁର ପାଉଡର ମିଶାଇ ଆପଣଙ୍କ ବେଡ୍,ଗଦି ଏବଂ ସୋଫାରେ ପକାଇବା ପାଇଁ ଏକ ସ୍ପ୍ରେ ପ୍ରସ୍ତୁତ କରିପାରିବେ ।
ଭିନେଗାର ଏବଂ ବେକିଂ ସୋଡା ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ଏକ ସ୍ପ୍ରେ ବୋତଲରେ ଷ୍ଟୋର କରି ରଖନ୍ତୁ । ପ୍ରସ୍ତୁତ କରିଥିବା ଏହି ପ୍ୟାକୁକୁ ଓଡ଼ଶ ହୋଇଥିବା ସ୍ଥାନରେ ପକାନ୍ତୁ । ଯାହା ଏହି ସମସ୍ୟାରୁ ରକ୍ଷା କରିବ ।
ଏହା ବ୍ୟତୀତ ପୁଦିନାର ବାସ୍ନା ଓଡ଼ଶ ସହ୍ୟ କରିପାରନ୍ତି ନାହିଁ । ତେଣୁ କିଛି ପୁଦିନା ପତ୍ର ନେଇ ଓଡ଼ଶ ହୋଇଥିବା ସ୍ଥାନରେ ରଖି ଦିଅନ୍ତୁ । ୩ରୁ ୪ ଦିନ ପରେ ସେହି ସବୁ ପୁରୁଣା ପୁଦିନା ପତ୍ରକୁ ବାହାର କରି ନୂଆ ପତ୍ରକୁ ପୁଣି ଥରେ ରଖି ଦିଅନ୍ତୁ ।
ଥଣ୍ଡା ହେଉଥିବା ସ୍ଥାନରେ ଓଡ଼ଶ ଜନ୍ମ ନେଇଥାନ୍ତି । ସେମାନେ ଗରମକୁ ସହି ପାରନ୍ତି ନାହିଁ । ତେଣୁ ଗରମ ପାଣିରେ ଆପଣଙ୍କ ଚାଦର, ତକିଆ କଭର ଏବଂ ବେଡସିଟ୍କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଖରାରେ ଶୁଖାଇ ଦିଅନ୍ତୁ । ସପ୍ତାହରେ ଥରେ ଏପରି କରିବାକୁ ନିହାତି ଚେଷ୍ଟା କରନ୍ତୁ । ଯାହା ଆପଣଙ୍କ ସମସ୍ୟାକୁ ଚୁଟକିରେ ଗାଏବ କରିବ ।
ଏତିକି ନୁହେଁ ଲାଭେଣ୍ଡର ତେଲ ଓଡ଼ଶକୁ ଦୂର କରିବା ପାଇଁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ତେଣୁ ଏହାକୁ ପ୍ରସ୍ତୁତ କରିବା ପାଇଁ ୫୦ ମିଲି ପାଣିରେ ୧୦ରୁ ୧୫ ବୁନ୍ଦା ଲାଭେଣ୍ଡର ତେଲ ମିଶାଇ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଓଡ଼ଶ ହୋଇଥିବା ସ୍ଥାନରେ ପକାନ୍ତୁ ।
ଯଦି ଆପଣମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣମାନେ ଏହି ଉପାୟର ବ୍ୟବହାର କରିପାରିବେ । ଯାହା ଫଳରେ ଓଡ଼ଶକୁ ଦୂର କରାଯାଇପାରିବ ।

