Wednesday, August 27, 2025
28.1 C
Odisha

    ଆପଲ୍ ଲଞ୍ଚ କରିବ ନୂଆ AirPods Pro 3, କେବଳ ଅଡ଼ିଓ ନୁହେଁ ବରଂ ହେଲ୍ଥ ମନିଟରିଙ୍ଗରେ କରିବ କମାଲ୍

    ଆଗକୁ ପଢନ୍ତୁ

    ଆପଲ୍ ଏହାର ପପୁଲାର୍ AirPods Proର ପରବର୍ତ୍ତୀ ଜେନେରେସନକୁ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏକ ଖବର ଅନୁଯାୟୀ, AirPods Pro 3 ଆସନ୍ତା ମାସର ଇଭେଣ୍ଟରେ iPhone 17 ସହିତ ଉପସ୍ଥାପନ କରାଯାଇପାରେ । କୁହାଯାଉଛି ଯେ ଏହି ଡିଭାଇସକୁ ଅଡିଓ କ୍ବାଲିଟି ଏବଂ ANC (Active Noise Cancellation) ଦୃଷ୍ଟିରୁ ଅପଗ୍ରେଡ୍ କରାଯିବ, ଯେତେବେଳେ ଏହି ଲଞ୍ଚ୍ ଆପର ହେଲ୍ଥ-ଟେକ୍ କୌଶଳରେ ଏକ ନୂଆ ଚାପ୍ଟର ମଧ୍ୟ ଆଡ୍ କରିପାରେ ।

    ଏଥର Apple ତାର ନୂତନ AirPods Pro 3 ରେ ହାର୍ଟ-ରେଟ୍ ମନିଟରିଂ ଭଳି ହେଲ୍ଥ ରିଲେଟେଡ୍ ଫିଚର୍ସଗୁଡ଼ିକୁ ଯୋଡ଼ିପାରେ । ଏପର୍ଯ୍ୟନ୍ତ ଏହି ଫିଚର୍ସଗୁଡ଼ିକ Apple Watch ପର୍ଯ୍ୟନ୍ତ ସୀମିତ ଥିଲା, ଯାହା ନିଦ, ଷ୍ଟ୍ରେସ୍, ଶ୍ୱାସକ୍ରିୟା ହାର ଏବଂ ବ୍ଲଡ୍ ଅକ୍ସଜେନ୍ ଭଳି ଜିନିଷଗୁଡ଼ିକୁ ମନିଟର କରିଆସୁଛି । କିନ୍ତୁ ଯଦି ଏହି କ୍ଷମତାଗୁଡ଼ିକ AirPods ରେ ଆସେ, ତେବେ ଏହା କେବଳ ଏକ ନୂଆ ଅଭିଜ୍ଞତା ଦେବ ନାହିଁ ବରଂ ୱାରଲେସ୍ ଇୟରବଡ୍ସର ପରିଭାଷାକୁ ବଦଳାଇ ପାରିବ ।

    ଏପର୍ଯ୍ୟନ୍ତ ୱାୟାଲେସ୍ ଇଅରବଡ୍ କେବଳ ସଙ୍ଗୀତ ଶୁଣିବା ଏବଂ କଲ୍ କରିବା ଭଳି ବ୍ୟବହାରରେ ସୀମିତ ଥିଲା, କିନ୍ତୁ ଭବିଷ୍ୟତରେ ଏହାକୁ ସ୍ୱାସ୍ଥ୍ୟ ଟ୍ରାକିଂ ଡିଭାଇସରେ ପରିଣତ କରାଯାଇପାରିବ । ଯେହେତୁ ଆମେ ଦୀର୍ଘ ସମୟ ଧରି ଇଅରବଡ୍ ପିନ୍ଧୁ, ତେଣୁ ଏହା କାମ କିମ୍ବା ଯାତ୍ରା ସମୟରେ ଶରୀର ସହିତ ଜଡିତ ସ୍ୱାସ୍ଥ୍ୟ ତଥ୍ୟ ଟ୍ରାକ୍ କରିବା ପାଇଁ ଏକ ଆଦର୍ଶ ଡିଭାଇସ୍ ହୋଇପାରିବ । ଯଦି AirPods ମାଧ୍ୟମରେ ହୃଦସ୍ପନ୍ଦନ, ଶରୀରର ତାପମାତ୍ରା ଏବଂ ଚାପ ସ୍ତର ଭଳି ମାପଦଣ୍ଡ ଟ୍ରାକ୍ କରାଯାଇପାରିବ, ତେବେ ଏହା କେବଳ ୟୁଜର୍ସଙ୍କୁ ଲାଭ ଦେବ ନାହିଁ ବରଂ ସ୍ୱାସ୍ଥ୍ୟ ଟେକ୍ନୋଲୋଜି ଦିଗରେ Apple କୁ ଆହୁରି ଆଗକୁ ନେଇଯିବ ।

    ଏଥିସହ ଜାଣିରଖନ୍ତୁ ଯେ, AirPods ସେମାନଙ୍କର ଅଡିଓ କ୍ବାଲିଟି, ଡିଜାଇନ୍ ଏବଂ ୟୁଜର୍ସ ଅଭିଜ୍ଞତା ପାଇଁ ପୂର୍ବରୁ ପପୁଲାର୍ । କିନ୍ତୁ ଏବେ Apple ସେମାନଙ୍କୁ ଏକ ନୂଆ ଦିଗ ଦେବାକୁ ଚାହୁଁଛି । ଏହି ଡିଭାଇସ୍ ଯାହା କେବଳ ସଙ୍ଗୀତ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନଜର ରଖିବ । ଯଦି Apple ସଫଳତାର ସହ ଏହାର AirPods ରେ ସ୍ୱାସ୍ଥ୍ୟ ଟ୍ରାକିଂ ଫିଚର୍ସଗୁଡ଼ିକୁ ସାମିଲ୍ କରେ, ତେବେ ଏହା କେବଳ Apple ପାଇଁ ନୁହେଁ, ବରଂ ସମଗ୍ର Wireless earbuds ବଜାର ପାଇଁ ଏକ ବଡ଼ ପରିବର୍ତ୍ତନ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    79 %
    1.1kmh
    100 %
    Wed
    27 °
    Thu
    30 °
    Fri
    29 °
    Sat
    27 °
    Sun
    29 °

    ସମ୍ବନ୍ଧିତ