Thursday, April 2, 2026
37.1 C
Odisha

    ଆପାର୍ଟମେଣ୍ଟରୁ ମିଳିଲା ବାପା-ଝିଅଙ୍କ ମୃତ ଦେହ

    ଆଗକୁ ପଢନ୍ତୁ

    କଟକ  :  ବନ୍ଦ ଘରୁ ମିଳିଲା ବାପା-ଝିଅଙ୍କ ମୃତ ଦେହ। କଟକ ବାଦାମବାଡି ନିକଟରେ ଥିବା ସ୍ନେହଲତା ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଛି ମୃତ ବାପା-ଝିଅଙ୍କ ଶବ। ପାଖାପାଖି ୨ ବର୍ଷ ହେବ ଦୁହେଁ ଏହି ଆପାର୍ଟମେଣ୍ଟରେ ଭଡ଼ା ନେଇ ରହୁଥିଲେ।ହେଲେ ତାଙ୍କର ପାଖରେ ଆଉ କେହି ପରିବାର କିମ୍ୱା ସମ୍ପର୍କୀୟ ଲୋକ ରହୁନଥିଲେ। ହେଲେ ହଠାତ୍ ଆଜି ନିଜ ଭଡ଼ା ଘରୁ ଦୁହିଁଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଯଦିଓ ଏଯାଏଁ ମୃତ୍ୟୁର କାରଣ ଜଣା ପଡିନାହିଁ। କିନ୍ତୁ ଏହା ହତ୍ୟା କିମ୍ୱା ଆତ୍ମହତ୍ୟା ବୋଲି ମଧ୍ୟ କହିବା କଷ୍ଟକର।କାରଣ ବାପା ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ, ୧୬ ବର୍ଷୀୟ ଝିଅଟିର ମୃତ ଦେହ ବେଡ୍ ଉପରେ ପଡିଥିଲା। ହେଲେ କେଉଁ କାରଣ ପାଇଁ ଏପରି ହୋଇଛି ତାହା ତ ପୋଲିସର ତଦନ୍ତ ପରେ ଡଜଣା ପଡିବ। ହେଲେ ଏହି ଘଟଣାରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ