Friday, October 2, 2026
22.2 C
Odisha

    ଦ୍ବିପ୍ରହର ନିଦ ଆପଣଙ୍କ ଶରୀର ପାଇଁ କେତେ ଠିକ୍ ଆଉ କେତେ ଭୁଲ୍? ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ସାଧାରଣତଃ ଭାରତୀୟମାନେ ଦ୍ବିପ୍ରହର ଖାଇବା ପରେ ଘଣ୍ଟେ , ଦୁଇଘଣ୍ଟା ଶୋଇବାକୁ ପସନ୍ଦ କରନ୍ତି । ବେଳେବେଳେ ଏହି ସମୟ ଅଧିକ ବି ହୋଇପାରେ । ଏମିତିକି ଅଫିସ୍ ସମୟରେ ମଧ୍ୟ ଲଞ୍ଚ୍ ବ୍ରେକ୍ ପରେ ନିଦ ମାଡ଼ିଆସେ କିନ୍ତୁ ଆଉ ଅଫିସରେ ତ ଶୋଇହେବନି କେମିତି ସମୟଟା ସରିବ ଘଣ୍ଟାକୁ ହିଁ ଖାଲି ଦେଖିବା କଥା । ତେବେ ଦ୍ବିପ୍ରହର ନିଦ ଶରୀର ପାଇଁ କେତେ ଠିକ୍ ଆଉ କେତେ ଭୁଲ୍ ଆସନ୍ତୁ ସେ ବିଷୟରେ ଜାଣିବା ।

    ଦ୍ବିପ୍ରହର ଖାଇବା ପରେ ନିଦ ଆସିବା ସାଧାରଣତଃ ସାମାନ୍ୟ କଥା । ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି , ଦ୍ବିପ୍ରହର ଭୋଜନ ପରେ ପାଚନ ତନ୍ତ୍ରରେ ରକ୍ତ ପ୍ରବାହ ବଢ଼ିଯାଏ, ଯେଉଁ କାରଣରୁ ମସ୍ତିଷ୍କକୁ ରକ୍ତ ଯୋଗାଣ କମିଯାଏ । ଏହାଦ୍ବାରା ଶୋଇବା ଏବଂ ଥକ୍କାପଣ ସୃଷ୍ଟି ହୋଇପାରେ । ଏହାଛଡ଼ା ଅନ୍ୟ ଏକ ଥିଓରୀ ଅନୁସାରେ ଖାଦ୍ୟ ପରେ ଶରୀରରେ ଗ୍ଲୁକୋଜ ସ୍ତର ବୃଦ୍ଧି ହେତୁ ଅଧିକ ସମୟ ଶୋଇବା ପାଇଁ ଇଚ୍ଛା ହୋଇଥାଏ । ଏ ତ ଗଲା ସାମାନ୍ୟ କଥା , କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଦିନବେଳା ଶୋଇବା ଏକ ଅଭ୍ୟାସରେ ପରିଣତ ହୋଇଛି । କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହା କେତେ ଭଲ ଏବଂ ଖରାପ, ସେ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି କି ?ନ୍ୟାସନାଲ ସ୍ଲିପ୍ ଫାଉଣ୍ଡେସନ୍ ଅନୁସାରେ, ଆମେରିକାରେ ପ୍ରାୟ ଏକ ତୃତୀୟାଂଶ ବୟସ୍କ ନିୟମିତ ଭାବରେ ଦ୍ୱିପ୍ରହରରେ ଶୋଇଥାନ୍ତି । କିଛି ଗବେଷଣାରୁ ଜଣାପଡ଼ିଛି ଯେ ଦିନବେଳା ଶୋଇବା ଆପଣଙ୍କୁ ସକ୍ରିୟ ରଖିବା ଏବଂ ଏନର୍ଜେଟିକ୍ ରଖିବାରେ ସାହାଯ୍ୟ କରିପାରେ କିନ୍ତୁ ପ୍ରତିଦିନ ଅଭ୍ୟାସ କଲେ ଅନେକ ପ୍ରକାର ନକାରାତ୍ମକ ପ୍ରଭାବକୁ ମଧ୍ୟ ଡାକିଆଣେ ।

    ହାର୍ଭାର୍ଡ ହେଲଥ୍‌ ରିପୋର୍ଟ ଅନୁସାରେ, ଦିନବେଳା ଖୁବ୍ କମ୍ ସମୟ ପାଇଁ ବା ଝାପ୍‌ସା ନିଦ୍ରାରେ ଗଲେ ଏହା ଆପଣଙ୍କ ସ୍ମୃତିଶକ୍ତି ବଢ଼ାଇବାରେ ତ ସହାୟକ ହୁଏ , ଆପଣଙ୍କ କାର୍ଯ୍ୟକଳାପକୁ ବଢ଼ାଇବାରେ ମଧ୍ୟ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଦ୍ବିପ୍ରହର ନିଦ ଅଭ୍ୟାସରେ ପରିଣତ ହେଉଛି, ତେବେ ଲମ୍ବା ସମୟ ଧରି ଏହାର ଅନେକ କ୍ଷତି ମଧ୍ୟ ହୋଇପାରେ, ଯାହାକୁ ନେଇ ସତର୍କ ରହିବା ଆବଶ୍ୟକ।

    ସ୍ବାସ୍ଥ୍ୟ ଉପରେ ଅଧ୍ୟୟନରତ ଅଧ୍ୟୟନକାରୀ କୁହନ୍ତି , ଯଦି ଦିନବେଳା ଆପଣଙ୍କ ନିଦ୍ରା ସମୟ ବଢୁଛି ; ତେବେ ଏହି ସ୍ଥିତି ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ମଧ୍ୟ ବଢ଼ାଇପାରେ । ହାର୍ଭାର୍ଡର ବିଶେଷଜ୍ଞମାନେ କହିଛନ୍ତି ଯେ ଯେଉଁ ବୟସ୍କ ଲୋକମାନେ ଦିନରେ ଅଧିକ ସମୟ ଶୁଅନ୍ତି, ସେମାନଙ୍କର ମଧୁମେହ, ହୃଦରୋଗ ଏବଂ ଅବସାଦ ଭଳି ରୋଗ ହେବାର ଆଶଙ୍କା ଅଧିକ ଥାଏ। ଦିନରେ ଶୋଇବାକୁ ଇଚ୍ଛା ହେବା ଏହାର ସଙ୍କେତ ହୋଇପାରେ ଯେ ଆପଣ ରାତିରେ ପର୍ଯ୍ୟାପ୍ତ ନିଦ ପାଉନାହାନ୍ତି ଏବଂ ରାତିରେ ନିଦ ପୂରଣ ନହେବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ଅନେକ କ୍ରନିକ୍ ରୋଗ ବଢ଼ାଇବାର କାରଣ ବୋଲି ମନେ କରାଯାଏ । କେତେକ କ୍ଷେତ୍ରରେ, ଦିନରେ ଅଧିକ ସମୟ ଶୋଇବା ଆପଣଙ୍କର ସମ୍ପୂର୍ଣ୍ଣ ଶୋଇବା ଚକ୍ରକୁ ବିଗାଡ଼ିପାରେ ।ଅଧ୍ୟୟନରୁ ଜଣାପଡ଼ିଛି ଯେ ଶରୀର ଏବଂ ମନ ଉଭୟକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ରାତିରେ ୬ ରୁ ୮ ଘଣ୍ଟା ଅଚିନ୍ତା ନିଦ ହେବା ନିହାତି ଜରୁରୀ ।ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ ଯଦି ଆପଣ ଦିନରେ ସ୍ବଳ୍ପ ସମୟ ପାଇଁ ଶୋଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ମଧ୍ୟାହ୍ନର ପ୍ରାରମ୍ଭିକ ସମୟ ଉପଯୁକ୍ତ ହୋଇପାରେ ଯେତେବେଳେ ଆପଣଙ୍କ ଶରୀର ପ୍ରାକୃତିକ ସର୍କାଡିଆନ୍ ଡିପ୍ ଅନୁଭବ କରେ । ଦିନରେ ୨୦ ରୁ ୩୦ ମିନିଟ୍ ଅପେକ୍ଷା ଅଧିକ ସମୟ ଶୋଇବା ଉଚିତ୍ ନୁହେଁ । ହାଲକା ନିଦ ଆପଣଙ୍କର ସତର୍କତାକୁ ବଢ଼ାଇଥାଏ, ଅଧିକ ଶୋଇବା ହେତୁ ଆପଣଙ୍କର ରାତିର ନିଦ ଉପରେ ଏହାର ପ୍ରଭାବ ପଡ଼ିପାରେ । ତେବେ ଦିନବେଳା ଶୋଇବା ପୂର୍ବରୁ ଆପଣ ଆଲାରାମ୍ ସେଟ୍ କରି କିଛି ସମୟ ପାଇଁ ଶୋଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ