Saturday, April 4, 2026
29 C
Odisha

    ଆପ୍‌ ‘ଅପରେସନ୍ ଲୋଟସ୍’ ଅଭିଯୋଗ ଆଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଫଳାଫଳ ଆସିବା ପୂର୍ବରୁ ଦିଲ୍ଲୀରେ ବଡ଼ ଧରଣର ରାଜନୈତିକ ହଲଚଲ । ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳ ଆସିବା ପୂର୍ବରୁ, ସମସ୍ତ ୭୦ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଡାକିଥିଲେ ଆପ୍‌ର ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ । ମିଳିଥିବା ସୂଚନା ମୁତାବକ, ଆମ୍ ଆଦମୀ ପାର୍ଟି ନିଜର ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଡାକି ବୈଠକରେ ବିଜେପିର ‘ଅପରେସନ୍ ଲୋଟସ୍’ ପ୍ରତି ସତର୍କ ରହିବାକୁ କହିଛି।ଏହାରି ମଧ୍ୟ‌ରେ ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଶୁକ୍ରବାର ଦିନ ବିଜେପି ବିରୋଧରେ ଆମ ଆଦମୀ ପାର୍ଟି (ଆପ)ର “ଅପରେସନ ଲୋଟସ” ଅଭିଯୋଗର ତଦନ୍ତ କରିବାକୁ ଦୁର୍ନୀତି ନିବାରଣ ବ୍ୟୁରୋକୁ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୫ ତ‌ାରିଖରେ ଅନୁଷ୍ଠିତ ହୋଇଥିବ‌ା ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ଘୋଷଣା ହେବାକୁ ଥିବା ବେଳେ ତାହାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି।

    ଗୁରୁବାର ଦିନ ଦଳର ସାଂସଦ ସଞ୍ଜୟ ସିଂହ ଦାବି କରିଥିଲେ ଯେ ବିଜେପି ସାତ ଜଣ ଆପ ପ୍ରାର୍ଥୀଙ୍କୁ ଦଳ ପରିବର୍ତ୍ତନ କରିବା ପାଇଁ ୧୫ କୋଟି ଟଙ୍କା ପ୍ରଦାନ କରିଥିଲା। ସେମାନଙ୍କ ନାମ ପ୍ରକାଶ ନକରି ଅଭିଯୋଗ ଆଣିଛନ୍ତି ଯେ ବୁଧବାର ଦିନ ୭୦ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ହେବାର ଗୋଟିଏ ଦିନ ପରେ ପ୍ରାର୍ଥୀମାନେ ବିଜେପିରୁ ଫୋନ୍ କଲ୍ ମଧ୍ୟ ପାଇଛନ୍ତି।

    ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ପଡିଥିଲା ଦିଲ୍ଲୀ ଭୋଟ୍ । ଆଉ ଏହାପରେ ଆସିଥିଲା ଏକଜିଟ୍ ପୋଲ୍ । ଅଧିକାଂଶ ଏକଜିଟ୍ ପୋଲରେ ଏଥର ଦିଲ୍ଲୀରେ ବିଜେପି ସରକାର ଗଠନ କରୁଥିବା କୁହାଯାଉଛି, ହେଲେ ଏହି ଏକଜିଟ୍ ପୋଲ୍ ଉପରେ ପ୍ରଶ୍ନ ଉଠାଇଛନ୍ତି କେଜ୍ରିଓ୍ୱାଲ । ଏହାସହ ତାଙ୍କର କିଛି ନେତାଙ୍କ ପାଖକୁ ଫୋନ୍ ଆସିବା ଆରମ୍ଭ ହୋଇଯାଇଛି । ଆଉ ସେମାନଙ୍କୁ ୧୫ କୋଟି ଲେଖାଏ ଟଙ୍କା ଦେଇ, ନିଜ ଦଳରେ ସାମିଲ କରିବାକୁ ବିଜେପି ଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି କେଜ୍ରିଓ୍ୱାଲ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ