Friday, October 2, 2026
22.2 C
Odisha

    କୁମ୍ଭମେଳାରେ ପୁଣି ଅଗ୍ନିକାଣ୍ଡ: ସମୟ ଥାଉଥାଉ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳା ଅଞ୍ଚଳରେ ପୁଣି ଅଗ୍ନିକାଣ୍ଡ ଘଟିଛି। ସମୟ ଥାଉଥାଉ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରି ନେଇଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲା।
    ପୁଲିସ ଅଧିକାରୀ ଅଗ୍ନିକାଣ୍ଡ ଘଟଣା ସମ୍ପର୍କର କହିଛନ୍ତି,‘ ଯେ ନିଆଁ ଲାଗିବାର କିଛି ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। କୌଣସି ଜୀବନହାନି ହୋଇନାହିଁ। ଆର୍ଥିକ କ୍ଷତିର ଆକଳନ କରାଯାଉଛି। ଅଗ୍ନିକାଣ୍ଡର କାରଣ କ’ଣ ତାହା ଅଗ୍ନିଶମ ବାହିନୀର ବିଶେଷଜ୍ଞ ଦଳ ଜାଣିବାକୁ ଚେଷ୍ଟା କରୁଛନ୍ତି।

    ସେକ୍ଟର ୧୮ର ଶଙ୍କରାଚାର୍ଯ୍ୟ ମାର୍ଗରେ ଥିବା ହରିହରାନନ୍ଦ କ୍ୟାମ୍ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା, ଏଠାରେ ବହୁ ସଂଖ୍ୟକ ସନ୍ଥ ଏବଂ ମହାତ୍ମା ବାସବାସ କରୁଛନ୍ତି। ପୁଲିସ, ଆରଏଏଫ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦଳଗତ କାର୍ଯ୍ୟ ମାଧ୍ୟମରେ କିଛି ସ୍ଥାନରେ ରାସ୍ତା ଅବରୋଧ କରିଥିଲେ ଏବଂ ଅନ୍ୟ ସ୍ଥାନରେ ରାସ୍ତା ପରିବର୍ତ୍ତନ କରିଥିଲେ। ଏପରି ଭାବେ ପରିସ୍ଥିତିକୁ ଆୟତ୍ତ କରାଯାଇଥିଲା। ଖବର ପାଇ ଦମକଳ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ଖାକ୍ ଚୌକ୍ ଥାନା ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଯୋଗେଶ ଚତୁର୍ବେଦୀ କହିଛନ୍ତି ଯେ,‘ ପୁରୁଣା ଜିଟି ରୋଡର ତୁଳସୀ ଛକ ନିକଟରେ ଏକ କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନଙ୍କ ଉଦ୍ୟମ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ