Saturday, October 3, 2026
30.8 C
Odisha

    ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ପ୍ରକ୍ରିୟା ବିଜେପିକୁ ଅନ୍ୟ ଦଳଠାରୁ ଭିନ୍ନ କରିଛି: ଡ.ଯତୀନ ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୩୦/୧୧: ଭାରତୀୟ ଜନତା ପାର୍ଟି ହେଉଛି ଏକମାତ୍ର ପାର୍ଟି ଯେଉଁଥିରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିଛି । ପ୍ରତି ୬ ବର୍ଷରେ ଥିରେ ଏହି ଦଳର ସଦସ୍ୟମାନେ ପୁନର୍ବାର ସଦସ୍ୟତା ଗ୍ରହଣ କରନ୍ତି । ପ୍ରତି ୩ ବର୍ଷରେ ଦଳର ସଂଗଠନଗୁଡ଼ିକୁ ନୂତନ ଭାବେ ରଚନା କରାଯାଇ ଏହାର ନେତୃତ୍ୱରେ ପୁନର୍ବିଚାର କରାଯାଏ । ଏହି ପ୍ରକ୍ରିୟା ବିଜେପିକୁ ଅନ୍ୟ ଦଳଠାରୁ ଭିନ୍ନ ପରିଚୟ ଦେଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି ରାଜ୍ୟ କାର୍ଯ୍ୟାଳୟରେ କହିଛନ୍ତି ।

    ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାଙ୍ଗଠନିକ କର୍ମଶାଳା ପ୍ରସଙ୍ଗରେ ସୂଚନା ଦେଇ ଡ.ମହାନ୍ତି କହିଛନ୍ତି ଯେ, ଭାରତୀୟ ଜନତାପାର୍ଟିର ଏବେ ସାଙ୍ଗଠାନିକ ପର୍ବ ଚାଲିଛି । ଏହି ଅନୁସାରେ ପ୍ରାଥମିକ ସଦସ୍ୟତା ଓ ସକ୍ରିୟ ସଦସ୍ୟତା ପ୍ରକ୍ରିୟା ପରେ ଏବେ ତ୍ରୁଣମୂଳସ୍ତରରେ ବୁଥ୍ କମିଟି ଗଠନ କରାଯିବ । ଏହାପରେ ମଣ୍ଡଳ ଓ ଜିଲ୍ଲା ଓ ରାଜ୍ୟ କମିଟି ଗଠନ ହେବ । ଏହି କ୍ରମରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ରାଜ୍ୟସ୍ତରୀୟ କର୍ମଶ।।ଳା ଅନୁଷ୍ଠିତ ହୋଇଯାଇଛି । ଯେଉଁମାନେ ବୁଥ୍ ଗଠନରେ ସକ୍ର୍ରିୟ ଭୂମିକା ଗ୍ରହଣ କରିବେ ସେମାନଙ୍କୁ ନେଇ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ସେମାନେ କିଭଳି ନିରପେକ୍ଷ ଭାବେ ସମସ୍ତଙ୍କ ସହମତିରେ ସୂଚାରୁ ରୁପେ ଏହି କମିଟି ଗଠନ କରିବେ ସେନେଇ ଏଥିରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାପରେ ସେମାନେ ବିଭିନ୍ନସ୍ତରକୁ ଯାଇ କମିଟି ଗଠନରେ ସହାୟତା କରିବେ । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ସଂଗଠନ ପର୍ବ ରାଷ୍ଟ୍ରୀୟ ପ୍ରଭାରୀ ଶ୍ରୀ ଦୁଶ୍ମନ୍ତ ଗୌତମ, ରାଜ୍ୟ ପଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ, ରାଷ୍ଟୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସଦସ୍ୟତା ପ୍ରଭାରୀ ଅଶୋକ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥୀ ଓ ସୀମାଂଚଳ ଖଟେଇ ପ୍ରମୁଖ ଉପସ୍ଥିତ ରହି ସଂଗଠନ ପର୍ବ ପରିଚାଳନା ପ୍ରସଙ୍ଗରେ ଆଲୋକପାତ କରିଥିଲେ । ଏହି ଅବସରରେ ବରିଷ୍ଠ ନେତୃବୃନ୍ଦ, ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ଅଧିକାରୀମାନେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ